ETV Bharat / bharat

ଭକ୍ତଙ୍କୁ ଦେବା ଲାଗି ରସିଦରେ ରହିବ ରାମ ମନ୍ଦିରର ଚିତ୍ର

author img

By

Published : Dec 14, 2020, 8:36 PM IST

ଅଯୋଧ୍ୟାର ରାମ ମନ୍ଦିର ନିର୍ମାଣ କାର୍ଯ୍ଯରେ ଆର୍ଥିକ ସହାୟତା ଯୋଗାଉଥିବା ଲୋକମାନଙ୍କୁ ଦିଆଯିବାକୁ ଥିବା ରସିଦରେ ରହିବ ରାମ ମନ୍ଦିରର ଫଟୋଚିତ୍ର । ଅଧିକ ପଢନ୍ତୁ...

Receipt to give to devotees will have a picture of Ayodhya Ram temple
ଭକ୍ତଙ୍କୁ ଦେବା ଲାଗି ରସିଦରେ ରହିବ ରାମ ମନ୍ଦିରର ଚିତ୍ର

ଲକ୍ଷ୍ନୌ: ଅଯୋଧ୍ୟାରେ ଐତିହାସିକ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହି ମନ୍ଦିରର ନିର୍ମାଣ କାର୍ଯ୍ୟରେ ଦେଶବାସୀ ନିଜ ସାମର୍ଥ୍ୟ ଅନୁସାରେ ଆର୍ଥିକ ସହଯୋଗ କରୁଛନ୍ତି । ତେବେ ସେମାନଙ୍କୁ କୁପନ ତଥା ରସିଦ ଦେବା ଲାଗି ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ 10,100 ଓ 1000 ଟଙ୍କାର ରସିଦ ଛପା ଯାଉଥିବାବେଳେ ଏଥିରେ ରାମ ମନ୍ଦିରର ଫଟୋଚିତ୍ର ରହିବ ବୋଲି ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି ।

ଐତିହାସିକ ତୀର୍ଥସ୍ଥାନ ଅଯୋଧ୍ୟାର ରାମ ମନ୍ଦିର ସମ୍ପର୍କରେ ସମସ୍ତ ତଥ୍ୟ ପ୍ରମାଣ ଆଗାମୀ ପିଢି ଲାଗି ସାଇତି ରଖିବା ପାଇଁ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଦେଶବାସୀ ନିଜ ସାମର୍ଥ୍ୟ ଅନୁସାରେ ସାହାଯ୍ୟ କରୁଥିବା ଅର୍ଥ ପାଇଁ ସେମାନଙ୍କୁ ରସିଦ ମଧ୍ୟ ପ୍ରଦାନ କରାଯିବ । ଏହି ରସିଦରେ ରାମ ମନ୍ଦିରର ପ୍ରତିଛବିକୁ ଛପାଯାଇଛି । ଏହାଦ୍ବାରା ଦେଶର କୋଟି କୋଟି ଲୋକଙ୍କ ଘରେ ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିରର ଚିତ୍ର ପହଞ୍ଚିବ ବୋଲି ରାମ ମନ୍ଦିର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି ।

ରାମ ମନ୍ଦିର ସମ୍ପର୍କରେ ଲୋକମାନଙ୍କୁ ଅବଗତ କରିବା ପାଇଁ ବିଭିନ୍ନ ଯୋଜନାମାନ ପ୍ରସ୍ତୁତ କରାଯାଉଛି । ଦେଶର ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ଆଣ୍ଡାମାନ ନିକୋବର, ତ୍ରିପୁରା ଆଦି ରାଜ୍ୟରେ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ ରାମ ମନ୍ଦିର ପାଇଁ ହୋଇଥିବା ସଂଘର୍ଷ ସମ୍ପର୍କରେ ସମସ୍ତ ତଥ୍ୟ ରହିବ ଏବଂ ଲୋକମାନେ ଘର ଘର ବୁଲି ରାମ ମନ୍ଦିର ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇବେ । ଏହାଦ୍ବାରା ଜନସମ୍ପର୍କ ସୃଷ୍ଟି ହେବ ବୋଲି ସେ କହିଛନ୍ତି ।

ସୂଚନା ଥାଉ କି, ରାମ ମନ୍ଦିର ନିର୍ମାଣ ହେଉଥିବା ଭୂମି ପାଇଁ ଅନେକ ସଂଘର୍ଷ ହୋଇଥିଲା । ସୁପ୍ରିମକୋର୍ଟ ଶ୍ରୀରାମଙ୍କ ଜନ୍ମଭୂମିରେ ମନ୍ଦିର ନିର୍ମାଣ ପାଇଁ ଐତିହାସିକ ରାୟ ଶୁଣାଇବା ପରେ ଚଳିତ ବର୍ଷ ଅଗଷ୍ଟ 5 ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ କରିଥିଲେ । ଏହାପରେ ମନ୍ଦିର ନିର୍ମାଣ ପ୍ରକ୍ରିୟା ଜାରି ରହିଛି । ମନ୍ଦିରର ଲମ୍ବ 360 ଫୁଟ ଓ ଓସାର 235 ଫୁଟ ଅନୁସାରେ ନିର୍ମାଣ କାର୍ଯ୍ୟ ଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.