ETV Bharat / bharat

ଏଣିକି ଦୃଷ୍ଟିହୀନ ବି ଚିହ୍ନିବେ ଜାଲ ନୋଟ - identify

ଅସଲି ଓ ନକଲି ନୋଟ ମଧ୍ୟରେ ତଫାତ୍ ଜାଣିବାକୁ ଦୃଷ୍ଟିହୀନଙ୍କ ପାଇଁ ଏକ ନୂଆ ମୋବାଇଲ ଆଣିବ ଆରବିଆଇ । ଦେଶରେ ନକଲି ନୋଟ କାରବାର ବୃଦ୍ଧି ପାଉଥିବାରୁ ଆରବିଆଇ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ଫାଇଲ ଫଟୋ
author img

By

Published : Jul 14, 2019, 11:07 PM IST

ନୂଆଦିଲ୍ଲୀ: ଏଣିକି ଦୃଷ୍ଟିହୀନମାନେ ସହଜରେ ଅସଲି ଓ ନକଲି ନୋଟ ମଧ୍ୟରେ ତଫାତ୍ ଜାଣିପାରିବେ । ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଏକ ମୋବାଇଲ ଆପ ଆଣିବାକୁ ଯାଉଛି । ଦେଶରେ ନକଲି ନୋଟ କାରବାର ବୃଦ୍ଧି ପାଉଥିବାରୁ ଆରବିଆଇ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ସୂଚନାଯୋଗ୍ୟ, ଦୃଷ୍ଟିହୀନମାନଙ୍କୁ ନକଲି ନୋଟ ପରଖିବାରେ ଯେଭଳି ଅସୁବିଧା ନହୁଏ ସେଲାଗି ନୋଟରେ ଇଣ୍ଟାଗ୍ଲିଓ ପ୍ରିଣ୍ଟିଙ୍ଗର ଚିହ୍ନ ରହିଥାଏ । ଏହି ଚିହ୍ନ 100 ଟଙ୍କା ଏବଂ ଏହା ଠାରୁ ଉପର ନୋଟ ଗୁଡିକରେ ରହିଥାଏ । ବର୍ତ୍ତମାନ 10, 20, 50, 100, 200, 500 ଏବଂ 2000 ଟଙ୍କିଆ ବ୍ୟାଙ୍କ ନୋଟରେ ଏହି ଚିହ୍ନ ରହିଛି ।

ଆରବିଆଇ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଦୃଷ୍ଟିହୀନ ଲୋକଙ୍କ ପାଇଁ ନଗଦ ଆଧାରିତ ଲେଣଦେଣକୁ ସହଜ କରିବା ପାଇଁ ବ୍ୟାଙ୍କ ନୋଟର ଚିହ୍ନଟ ହେବା ଆବଶ୍ୟକ ରହିଛି । ସେହିପରି କେନ୍ଦ୍ରୀୟ ବ୍ୟାଙ୍କର କହିବାନୁଯାୟୀ ଆଗାମୀ ଦିନରେ ଦୃଷ୍ଟିହୀନମାନେ ନିଜ ଦୈନନ୍ଦିନ କାରବାରରେ ଯେପରି ବ୍ୟାଙ୍କ ନୋଟର ବ୍ୟବହାର ନେଇ ଅସୁବିଧାରେ ନପଡନ୍ତି ସେଥିପ୍ରତି ଆରବିଆଇ ବେଶ ସମ୍ବେଦନଶୀଳ । ତେବେ ଏହି ମୋବାଇଲ ଆପର ବିକାଶ କରିବାକୁ ବ୍ୟାଙ୍କ ଏକ ବିକ୍ରେତା ଖୋଜୁଥିବା ସୂଚନା ରହିଛି ।

କେମିତି କାମ କରିବ ଏହି ମୋବାଇଲ ଆପ୍:-

ଏହି ଆପ ମହାତ୍ମା ଗାନ୍ଧୀ ଶୃଙ୍ଖଳା ଏବଂ ମହାତ୍ମା ଗାନ୍ଧୀ(ନୂଆ) ଶୃଙ୍ଖଳା ନୋଟର ଚିହ୍ନଟ କରିବାରେ ସକ୍ଷମ ହେବ । ଏଥିପାଇଁ ବ୍ୟକ୍ତି ଜଣଙ୍କୁ ନୋଟକୁ ଫୋନ କ୍ୟାମେରା ସାମନାରେ ରଖି ତାର ଫଟୋ ଉଠାଇବାକୁ ପଡିବ । ଯଦି ନୋଟର ଫଟୋ ଠିକ୍ ଭାବରେ ନିଆଯାଇଥିବ ତାହାଲେ ଅଡିଓ ନୋଟିଫିକେସନ ମାଧ୍ୟମରେ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ତାହା କେତେ ଟଙ୍କିଆ ନୋଟ ଜଣାପଡିବ । ଯଦି ଫଟୋ ଠିକ୍ ଭାବରେ ଉତ୍ତୋଳନ ହୋଇନଥିବ କିମ୍ବା କ୍ୟାମେରାଟି ନୋଟକୁ ଭଲ ଭାବରେ ପରଖିବାରେ ଅସଫଳ ହେବ ତାହେଲେ ପୁଣି ଥରେ ଚେଷ୍ଟା କରିବାକୁ ସୂଚନା ଦେବ ।

ଏହି ଆପ୍ ପ୍ରସ୍ତୁତି କରିବାକୁ ଆରବିଆଇ ଏକ ଭଲ ପ୍ରଦ୍ୟୋଗିକ କମ୍ପାନୀକୁ ଆବେଦନ କରୁଛି । ଏଥିପାଇଁ ବ୍ୟାଙ୍କ ପୂର୍ବରୁ ମଧ୍ୟ ଆବେଦନ କରିଥିଲା । ଯାହାକୁ ପରେ ବନ୍ଦ କରି ଦିଆଯାଇଥିଲା । ଦେଶରେ ପାଖାପାଖି 80 ଲକ୍ଷ ଦୃଷ୍ଟିହୀନ ଥିବାବେଳେ ଆରବିଆଇର ଏହି ପ୍ରୟାସ ସେମାନଙ୍କ ପାଇଁ ଲାଭଦାୟୀ ହେବ ।

Intro:Body:

BLANK FOR LINK STORY  

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.