ETV Bharat / bharat

ସନ୍ଥ ରବିଦାସଙ୍କ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ - ସନ୍ଥ ରବି ଦାସ

ଦକ୍ଷିଣ ଦିଲ୍ଲୀର ତୁଗଲକାବାଦରେ ନିର୍ମାଣ ହେବ ସନ୍ଥ ରବିଦାସଙ୍କ ଭବ୍ୟ ମନ୍ଦିର । ଏନେଇ କେନ୍ଦ୍ର ସରକାର ଆବେଦନ କରିଥିବା ପ୍ରସ୍ତାବ ଉପରେ ସୁପ୍ରିମ କୋର୍ଟ ମୋହର ମାରିଛନ୍ତି । ଏହା ସହିତ ଆନ୍ଦୋଳନ ସମୟରେ ଗିରଫ ହୋଇଥିବା ଲୋକମାନଙ୍କୁ ଜେଲରୁ ବାହାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ଫଟୋ ସୌଜନ୍ୟ: IANS
author img

By

Published : Oct 21, 2019, 9:28 PM IST

ନୂଆଦିଲ୍ଲୀ: ସ୍ଥାନୀୟ ତୁଗଲକାବାଦରେ ସନ୍ଥ ରବିଦାସଙ୍କ ମନ୍ଦିର ନିର୍ମାଣ ନେଇ କେନ୍ଦ୍ର ସରକାର ଆବେଦନ କରିଥିବା ପ୍ରସ୍ତାବକୁ ମୋହର ମାରିଛନ୍ତି ସୁପ୍ରିମକୋର୍ଟ । ଏହା ସହିତ ଅଦାଲତରେ ଆନ୍ଦୋଳନ ସମୟରେ ଗିରଫ ହୋଇଥିବା ସମସ୍ତଙ୍କୁ ଛାଡ଼ିଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମନ୍ଦିରର ନିର୍ମାଣ କାର୍ଯ୍ୟର ତଦାରଖ ଏବଂ ଦାୟିତ୍ବ ନେବାପାଇଁ ଏକ କମିଟି ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଜଷ୍ଟିସ ଅରୁଣ ମିଶ୍ର ଏବଂ ଆର ଏସ ରବିନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି ଏହି ନିଷ୍ପତ୍ତି ନେଇଥିଲେ । ଏହି ଖଣ୍ଡପୀଠ କହିଥିଲେ କି, ଏହି ମନ୍ଦିରକୁ ଯେଉଁଠାରେ ଭାଙ୍ଗି ଧ୍ବସ୍ତବିଧ୍ବସ୍ତ କରି ଦିଆଯାଇଥିଲା, ସେହିଠାରେ ହିଁ ଏହାର ପୁନର୍ବାର ନିର୍ମାଣ କରାଯାଉ ।

ସେପଟେ ଆଟର୍ଣ୍ଣି ଜେନେରାଲ କେ ବେଣୁଗୋପାଳ କହିଛନ୍ତି କି ମନ୍ଦିର ପାଇଁ କେନ୍ଦ୍ର ସରକାର 400 ବର୍ଗ ମିଟର ଜମି ପ୍ରଦାନ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ମାତ୍ର ସୁପ୍ରିମକୋର୍ଟ ଏହି ମନ୍ଦିର ନିକଟରେ କୌଣସି ପ୍ରକାର ବ୍ୟବସାୟିକ ଗତିବିଧି କରାଯାଇ ପାରିବ ନାହିଁ ବୋଲି କହିଛନ୍ତି । ଏହା ସହିତ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କରିବା ସହିତ ବିଜେପି ଖୁସି ବ୍ୟକ୍ତ କରିଛି ।

ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦୁଷ୍ୟନ୍ତ କୁମାର ଗୌତମ କହିଛନ୍ତି କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୟାସ ଫଳରେ ଏହା ସମ୍ଭବ ହୋଇପାରିଛି । ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ସରକାର ଲୋକମାନଙ୍କ ଭାବନାକୁ ସମ୍ମାନ କରେ । ଏହା ସହିତ ସନ୍ଥ ରବିଦାସଙ୍କ ଭକ୍ତଙ୍କ ଭାବାବେଗକୁ ମଧ୍ୟ ସମ୍ମାନ କରେ । ଏହି ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର 4 ଶହ ବର୍ଗ ମିଟର ସ୍ଥାନ ପ୍ରଦାନ କରିଛି ଏବଂ ଏଠାରେ ରବିଦାସଙ୍କ ଏକ ସ୍ଥାୟୀ ଭବ୍ୟ ମନ୍ଦିର ନିର୍ମାଣ ହେବ ବୋଲି ସେ ସୂଚନା ଦେଇଥିଲେ ।

ସେହିପରି ସେ ଆହୁରି ମଧ୍ୟ କହିଥିଲେ କି, ମନ୍ଦିର ନିର୍ମାଣର ତଦାରଖ କରିବା ପାଇଁ ଆସନ୍ତା 6 ସପ୍ତାହ ମଧ୍ୟରେ ଏକ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ଦଳ ଏବଂ ସରକାର ରବିଦାସଙ୍କ ଭାବାବେଗକୁ ସମ୍ମାନ କରିବା ସହିତ ମନ୍ଦିର ନିର୍ମାଣ କରିବା ପାଇଁ ପ୍ରତିବଦ୍ଧ ବୋଲି ସେ କହିଥିଲେ ।

ସୂଚନା ଯୋଗ୍ୟ ଦିଲ୍ଲୀ ଡେଭଲପମେଣ୍ଟ ଅଥରିଟି ତୁଗଲକାବାଦରେ ଥିବା ରବିଦାସଙ୍କ ମନ୍ଦିରଙ୍କୁ ଭାଙ୍ଗି ମାଟିରେ ମିଶାଇ ଦେଇଥିଲା । ଏହି ମନ୍ଦିର ଭଙ୍ଗା ଯିବା ପରେ ସେଠାରେ ଜୋରଦାର ଆନ୍ଦୋଳନ କରାଯାଇଥିଲା । ସେଠାରେ ଲଘୁ ସମ୍ପ୍ରଦାୟର ଲୋକମାନେ ରାସ୍ତାରେ ଆନ୍ଦୋଳନ କରିବା ସହିତ ଭଙ୍ଗାରୁଜା ମଧ୍ୟ କରାଯାଇଥିଲା । ଏହି ଆନ୍ଦୋଳନ କାରଣରୁ ପାଖାପାଖି 90 ଜଣଙ୍କୁ ଗିରଫ କରାଯାଇଥିଲା ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.