ନୂଆଦିଲ୍ଲୀ: ମଣିଷ କି କୃତ୍ରିମ ଉପାୟରେ ନୁହେଁ, ଏବେ ଲ୍ୟାଣ୍ଡମାଇନ୍ ଚିହ୍ନଟ କରୁଛି ମୂଷା । ଆଉ ଏଥିପାଇଁ ମୂଷାକୁ ସ୍ଵର୍ଣ୍ଣ ପଦକରେ ସମ୍ମାନିତ କରାଯାଇଛି । ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ଏଭଳି ଘଟଣା ଦେଖିବାକୁ ମିଳିଛି କାମ୍ବୋଡିଆରେ । ଏଠାରେ ଲ୍ୟାଣ୍ଡମାଇନର ଚିହ୍ନଟ କରିଥିବା ମୂଷାକୁ ତାର ବାହାଦୂରୀ ଓ କର୍ତ୍ତବ୍ୟ ପ୍ରତି ସମର୍ପଣ ପାଇଁ ସ୍ଵର୍ଣ୍ଣ ପଦକରେ ସମ୍ମାନିତ କରାଯାଇଛି । ପ୍ରଥମ ଥର ପାଇଁ ଏକ ମୂଷା, ପଶୁ ସାହସିକତା ପାଇଁ ବ୍ରିଟିଶ୍ ଚ୍ୟାରିଟିର ସର୍ବୋଚ୍ଚ ନାଗରିକ ପୁରସ୍କାର ପାଇବାରେ ସଫଳ ହୋଇଛି ।
ମଗାୱା, ଯାହାର ଅଫିସିଆଲ୍ ଜବ୍ ଟାଇଟଲ୍ ହେଉଛି ହିରୋର୍ୟାଟ୍, ତାଙ୍କୁ ଏକ ସ୍ବତନ୍ତ୍ର ଭର୍ଚୁଆଲ ଉପସ୍ଥାପନାରେ PDSA ର ମହାନିର୍ଦ୍ଦେଶକ ପଦକ ପ୍ରଦାନ କରିଥିଲେ । ମେଗାଓ୍ଵା ଏକ ସାତ ବର୍ଷ ବର୍ଷିୟ ବିଶାଳ ଆଫ୍ରିକାନ ପାଉଚ ମୂଷା, ଯିଏକି ୩୯ ଲ୍ୟାଣ୍ଡମାଇନ ଏବଂ କାମ୍ବୋଡିଆରେ ୨୮ ବିସ୍ଫୋରକ ସାମଗ୍ରୀ ସନ୍ଧାନ କରିବାରେ ସଫଳ ହୋଇଛି। ମୂଷାକୁ ଏପିଓପିଓ ଦ୍ଵାରା ପ୍ରଶିକ୍ଷିତ କରାଯାଇଥିଲା। PDSA ୱେବସାଇଟ୍ ଅନୁଯାୟୀ, ମାଗାୱା ଗତ ପାଞ୍ଚ ବର୍ଷ ଧରି ଲ୍ୟାଣ୍ଡମାଇନ ଚିହ୍ନଟ କରୁଛନ୍ତି । ପୁରସ୍କାର ପ୍ରାପ୍ତ 30ଟି ପଶୁ ପ୍ରାପ୍ତକାରୀଙ୍କ ମଧ୍ୟରୁ ମାଗାୱା ସଂସ୍ଥାର ସବୁଠୁ ସଫଳ ମୂଷା ।
ଏହି ମୂଷାଙ୍କ ଦଳ ୧ ଲକ୍ଷ ୪୧ ହଜାର ବର୍ଗ ଜମିକୁ ସଫା କରିଛନ୍ତି, ଯାହା ଅନେକ ସାଧାରଣ ନାଗରିକଙ୍କୁ ସାହାଯ୍ୟ କରିପାରିଛି । ଏହି ଧରଣର ପୁରସ୍କାର ପାଇବାରେ ଚ୍ୟାରିଟିର ୭୭ ବର୍ଷର ଇତିହାସରେ ଏହା ପ୍ରଥମ ମୂଷା । ଏପିଓପିଓର ମୁଖ୍ୟ କାର୍ଯ୍ୟକାରୀ କ୍ରିଷ୍ଟୋଫ କକ୍ସ କହିଛନ୍ତି ମୂଷା ବହୁତ ବୁଦ୍ଧିମାନ ଏବଂ ଅନ୍ୟ ପଶୁଙ୍କ ତୂଳନାରେ ବହୁତ ଚଞ୍ଚଳ। ମୂଷାକୁ ବିସ୍ଫୋରକ ଭିତରେ ରାସାୟନିକ ଯୌଗିକର ଚିହ୍ନଟ ପାଇଁ ସ୍ଵତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି। PDSA ଅନୁଯାୟୀ, ଅବସର ନହେବା ପର୍ଯ୍ୟନ୍ତ ମାଗାୱା ତାଙ୍କ ସେବା ଜାରି ରଖିବେ।