ETV Bharat / bharat

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡିରୁ ବହିଷ୍କାର ହେଲେ 3 ବିଧାୟକ

author img

By

Published : Aug 16, 2020, 5:50 PM IST

ବିଧାନସଭା ନିର୍ବାଚନ ପୂର୍ବରୁ ନିଜର 3 ବିଧାୟକଙ୍କୁ ଦଳରୁ ବହିଷ୍କାର କରିଛି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)। ବର୍ତ୍ତମାନ ଏହି ବିଧାୟକମାନେ ଆରଜେଡିରୁ ଆଗାମୀ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ବନ୍ଦିତା କରିପାରିବେ ନାହିଁ। ଅଧିକ ପଢନ୍ତୁ...

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡିରୁ ବହିଷ୍କରାର ହେଲେ 3 ବିଧାୟକ

ପାଟନା: ବିଧାନସଭା ନିର୍ବାଚନ ପୂର୍ବରୁ ବିହାର ରାଜନୀତିର ସ୍ଥିତି ଏବେ ସରଗରମ ହେବାରେ ଲାଗିଛି । ସବୁ ଦଳ ନିଜ ନିଜ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏପରି ସ୍ଥିତିରେ ବିଧାନସଭା ନିର୍ବାଚନ ପୂର୍ବରୁ ନିଜର 3 ବିଧାୟକଙ୍କୁ ଦଳରୁ ବହିଷ୍କାର କରିଛି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)। ବର୍ତ୍ତମାନ ଏହି ବିଧାୟକମାନେ ଆରଜେଡିରୁ ଆଗାମୀ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ବନ୍ଦିତା କରିପାରିବେ ନାହିଁ।

ଦଳ ବିରୋଧୀ କାର୍ଯ୍ୟକଳାପରେ ଜଡିତ ଥିବାରୁ ଆରଜେଡି ତିନି ଜଣ ବିଧାୟକଙ୍କୁ 6 ବର୍ଷ ପାଇଁ ବହିଷ୍କାର ନେଇ ଘୋଷଣା କରାଯାଇଛି । ବହିଷ୍କୃତ ବିଧାୟକମାନଙ୍କ ମଧ୍ୟରେ ପ୍ରେମ ଚୌଧୁରୀ, ମହେଶ୍ବର ଯାଦବ ଏବଂ ଫରାଜ ଫାତମି ସାମିଲ ଅଛନ୍ତି। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ନିର୍ଦ୍ଦେଶରେ ସମସ୍ତଙ୍କୁ ଦଳରୁ ବହିଷ୍କାର କରାଯାଇଛି।

ସୂଚନା ଅନୁଯାୟୀ, ଏହି 3 ଜଣ ବିଧାୟକ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଜନତା ଦଳ ୟୁନାଇଟେଡ (ଜେଡିୟୁ) ଯିବାକୁ ପ୍ରସ୍ତୁତ ହେଉଥିଲେ। ତେବେ ଏହାପୂର୍ବରୁ ଆରଜେଡି ପକ୍ଷରୁ ଏହି ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ସ୍ଥିତିରେ ହଲଚଲ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପକ୍ଷରେ ବିହାରର ଶିଳ୍ପ ମନ୍ତ୍ରୀ ଶ୍ୟାମ ରାଜକ ତାଙ୍କ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି କୁହାଯାଉଛି। ସୂତ୍ରରୁ ପ୍ରକାଶ ଯେ ସେ ଜେଡିୟୁ ଛାଡି ଆରଜେଡି ଯୋଗ ଦେଇପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.