ETV Bharat / bharat

ଆରଜେଡି ନେତା ରଘୁବନ ପ୍ରସାଦ ସିଂ କୋରୋନା ପଜିଟିଭ

author img

By

Published : Jun 18, 2020, 7:23 PM IST

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ବରିଷ୍ଠ ନେତା ରଘୁବନ ପ୍ରସାଦ ସିଂ ବୁଧବାର ଦିନ ପାଟନାରେ COVID-19 ପଜିଟିଭ ବାହାରିଥିବା ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି । ଦୀର୍ଘ ସମୟ ଧରି ଜ୍ୱର ଓ କାଶରେ ପୀଡିତ ଥିବା ସିଂଙ୍କୁ ପାଟନାର (AIIMS) ରେ ଭର୍ତ୍ତି କରାଯାଇଥିଲା । ଅଧିକ ପଢନ୍ତୁ...

ରାଷ୍ଟ୍ରିୟ ଜନତା ଦଳ ବରିଷ୍ଠ ନେତା ରଘୁବନ ପ୍ରସାଦ ସିଂ କୋରୋନା ପଜିଟିଭ

ପାଟଣା: ଦେଶରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ବେଳେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ବରିଷ୍ଠ ନେତା ରଘୁବନ ପ୍ରସାଦ ସିଂ ବୁଧବାର ଦିନ ପାଟନାରେ COVID-19 ପଜିଟିଭ ବାହାରିଥିବା ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି। ଦୀର୍ଘ ସମୟ ଧରି ଜ୍ୱର ଓ କାଶରେ ପୀଡିତ ଥିବା ସିଂଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ପାଟନାର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ରେ ଭର୍ତ୍ତି କରାଯାଇଥିଲା ଏବଂ COVID-19 ପରୀକ୍ଷା ପାଇଁ ତାଙ୍କ ନମୁନା ମଧ୍ୟ ପଠାଯାଇଥିଲା। ଫଳରେ ବୁଧବାର ତାଙ୍କ ନମୁନା ରିପୋର୍ଟ ପଜିଟିଭ ଆସିବା କଥା ରାଷ୍ଟ୍ରୀୟ ଜନତା ଦଳର ଜଣେ ନେତା କହିଛନ୍ତି।

ତେବେ 75 ବର୍ଷୀୟ ଆରଜେଡି ନେତାଙ୍କ ବିଷୟରେ ଏମସ୍ ର ଅଧିକ୍ଷକ କୌଣସି ମନ୍ତବ୍ୟ ଦେଇନାହାଁନ୍ତି, କିନ୍ତୁ ସେ ଉପଯୁକ୍ତ ଚିକିତ୍ସା କରୁଛନ୍ତି ଏବଂ ତାଙ୍କ ଅବସ୍ଥା ସ୍ଥିର ଅଛି ବୋଲି ସେ କହିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନେତୃତ୍ୱରେ କ୍ୟାବିନେଟରେ କାର୍ଯ୍ୟ କରିଥିବା ଆରଜେଡି ରାଷ୍ଟ୍ରୀୟ ଉପାଧକ୍ଷ ନିକଟରେ ରାଜ୍ୟ ବାହାରେ କୌଣସି ଯାତ୍ରା କରିନାହାନ୍ତି । କିନ୍ତୁ ସେ ଚଳିତ ମାସ ଆରମ୍ଭରୁ ବିହାରର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ଚଳିତ ବର୍ଷ ଶେଷରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ​​ବହୁ ଲୋକଙ୍କୁ ଭେଟିଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.