ETV Bharat / bharat

ବିରଳ ଅସ୍ତ୍ରୋପଚାର, ଶିଶୁ କନ୍ୟାର ଯକୃତରେ ଲାଗିଲା ଗାଈ ଶିରା - rare liver transplant on infant using cow vein

ଶିଶୁ କନ୍ୟାର ବିରଳ ଲିଭର ଟ୍ରାନ୍ସପ୍ଲାଣ୍ଟ । ରକ୍ତ ସଞ୍ଚାଳନ ପାଇଁ ଲାଗିଲା ଗାଈର ଶିରା । ଆଗକୁ ପଢନ୍ତୁ...

rare liver transplant on infant
ଶିଶୁ କନ୍ୟାର ବିରଳ ଲିଭର ଟ୍ରାନ୍ସପ୍ଲାଣ୍ଟ
author img

By

Published : Jan 9, 2020, 8:45 PM IST

ନୂଆଦିଲ୍ଲୀ: ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମରେ ସଫଳ ହୋଇଛି ନିଆରା ଅସ୍ତ୍ରୋପଚାର । ଦିଲ୍ଲୀ ଗୁରୁଗ୍ରାମରେ ଶିଶୁ କନ୍ୟାର ହୋଇଛି ଏଭଳି ଅସ୍ତ୍ରୋପଚାର । ସାଉଦି ଆରବର ଏକ ବର୍ଷର ଶିଶୁ ‘ହୁର’ର ହୋଇଛି ଲିଭର ଟ୍ରାନ୍ସପ୍ଲାଣ୍ଟ । ଗାଈର ଶିରା ବ୍ୟବହାର କରି ଶିଶୁକନ୍ୟାର ଶରୀରର ରକ୍ତ ସଞ୍ଚାଳନ କରାଯାଇଛି ।

ଏଭଳି ଅସ୍ତ୍ରୋପଚାର ବିରଳ ବୋଲି କହିଛନ୍ତି ଡାକ୍ତର । ହୁର ଯେବେ ପ୍ରଥମେ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା ସେ ଖୁବ ଦୁର୍ବଳ ଥିଲା । ତାର ଓଜନ ପ୍ରାୟ 5 କେଜି 2ଶହ ଗ୍ରାମ୍ ଥିଲା । ସେ ବାଇଲିଆରି ଆଷ୍ଟ୍ରିସିଆ ରୋଗରେ ପୀଡିତ ଥିବା ଡାକ୍ତରଙ୍କ ଚିକିତ୍ସା ପରେ ଜଣାପଡିଲା । ପ୍ରଥମେ ସାଉଦି ଆରବରେ ଚିକିତ୍ସା ଏବଂ ପରେ ଦିଲ୍ଲୀର ଆର୍ଟେମିସ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଥିଲା ହୁର।

ସେଠାରେ ହୁରର ମାଆଙ୍କ ଗୋଟିଏ ଲିଭର ଓ ଗାଈର ଭେନ ନେଇ ହୋଇଥିଲା ଅପରେସନ । କେବଳ ଓଜନ କମ ନଥିଲା ହୁର ଶରୀରର ଭେନ ମଧ୍ୟ ଖୁବ ଦୁର୍ବଳ ଥିଲା । ତେଣୁ ରକ୍ତ ସଞ୍ଚାଳନ ପାଇଁ ପଶୁର ଭେନ ବ୍ୟବହାର ନେଇ ପରିବାର ଅନୁମତି ମାଗିଥିଲେ ଡାକ୍ତର । ଅନୁମତି ପରେ ହୋଇଥିଲା ଅପରେସନ । ବିଦେଶରୁ ଏହି ଭେନ ଅଣାଯାଇଥିବା କୁହିଛନ୍ତି ଡାକ୍ତର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.