ETV Bharat / bharat

ହାଥରସ ଗଣଦୁଷ୍କର୍ମ ମାମଲା, ସରକାରଙ୍କୁ ସମାଲୋଚନା କଲେ ରଞ୍ଜନା କୁମାରୀ

ମହିଳାଙ୍କ ପ୍ରତି ବଢୁଥିବା ଅପରାଧିକ ହିଂସା ଓ ଦୁଷ୍କର୍ମ ଭଳି ମାମଲାକୁ ନେଇ ସରକାରକୁ ସମାଲୋଚନା କରିବା ସହ ଦେଶରେ କୌଣସି ସରକାର କାର୍ଯ୍ୟ କରୁଛି କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ରଞ୍ଜନା କୁମାରୀ ।

rape cases
ହାଥରସ ଦୁଷ୍କର୍ମ ମାମଲା
author img

By

Published : Oct 4, 2020, 5:37 PM IST

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ ରାଜନୈତିକ ଛକାପଞ୍ଝା ଜାରି ରହିଥିବାବେଳେ ମୁହଁ ଖୋଲିଛନ୍ତି ମହିଳା ଅଧିକାର କର୍ମକର୍ତ୍ତା ଏବଂ 'ସେଣ୍ଟର ଫର ସୋସିଆଲ ରିସର୍ଚ୍ଚ'ର ନିର୍ଦ୍ଦେଶକ ରଞ୍ଜନା କୁମାରୀ ।

ସେ ଦେଶରେ ମହିଳାଙ୍କ ପ୍ରତି ବଢୁଥିବା ଅପରାଧିକ ହିଂସା ଓ ଦୁଷ୍କର୍ମ ଭଳି ମାମଲାକୁ ନେଇ ସରକାରକୁ ସମାଲୋଚନା କରିବା ସହ ଦେଶରେ କୌଣସି ସରକାର କାର୍ଯ୍ୟ କରୁଛି କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ, ଯେତେବେଳ ପର୍ଯ୍ୟନ୍ତ ମହିଳାଙ୍କ ସୁରକ୍ଷା ନେଇ ଉଭୟ ସରକାର ଓ ପୋଲିସ ନିଜ ଦାୟିତ୍ବ ଠିକଭାବେ କରିନାହାନ୍ତି ସେତେପର୍ଯ୍ୟନ୍ତ ସ୍ଥିତି ଯଥା ପୂର୍ବମ ତଥା ପରମ ରହିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ କେଉଁ ବି ରାଜ୍ୟ ହେଉ, ଗାଦିରେ କେଉଁ ସରକାର ବସିଥାନ୍ତୁ ନା କାହିଁକି, ଯେଉଁଭଳି ବ୍ୟବସ୍ଥା ଶାସନ ଏବଂ ପ୍ରଶାସନର ହେବା କଥା, ସେଭଳି ଦେଖିବାକୁ ମିଳୁନାହିଁ । କୋରୋନା ମହାମାରୀ ସମୟରେ ମଧ୍ୟ ଯେଉଁଭଳି ବ୍ୟବସ୍ଥା କରାଯିବା କଥା, ସେଇଭଳି ବ୍ୟବସ୍ଥା ହୋଇନାହିଁ ।

ମହିଳାଙ୍କ ବିରୋଧରେ ହିଂସା ଲଗାତାର ବଢିବାରେ ଲାଗିଛି । ୟୁପି ହାଥରସ ମାମଲାକୁ ହିଁ ଦେଖନ୍ତୁ, ମାମଲାର ପ୍ରାଥମିକ ରିପୋର୍ଟ କରିବାରେ 8ଦିନରୁ ଅଧିକ ସମୟ ଲାଗିଗଲା । ଆଉ ଏହାପରେ ଯାହା ହୋଇଛି, ସାରା ଦେଶ ଦେଖୁଛି । ପୀଡିତା ଆଖି ବୁଜିଛି, ଏହାପରେ ବାପା ମା' ଙ୍କୁ ମଧ୍ୟ ଶେଷଥର ପାଇଁ ଝିଅକୁ ଦେଖିବାର ସୁଯୋଗ ମିଳୁନି, ପୀଡିତାର ମୃତଦେହକୁ ପୋଲିସ ଜଳାଇ ଦେଉଛି ।

ଏଠାରେ ଯେଉଁ ମହିଳା ଶୋଷଣର ଶିକାର ହେଉଛି, ସେଠାରେ ସରକାର ମହିଳାଙ୍କ ସହ ଛିଡା ହେବା ପରିବର୍ତ୍ତେ ଅପରାଧିଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ରଞ୍ଜନା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.