ETV Bharat / bharat

ସରକାରୀ ଚାକିରି ପ୍ରଲୋଭନ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ !

author img

By

Published : Aug 26, 2020, 10:28 AM IST

ସରକାରୀ ଚାକିରିର ପ୍ରଲୋଭନ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ ! ଛତିଶଗଡର ପୂର୍ବତନ ମେଡିକାଲ ଶିକ୍ଷା ନିର୍ଦ୍ଦେଶକଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ଅଧିକ ପଢନ୍ତୁ...

Rape Case Against Chhattisgarh's Former Director of Medical Education
ସରକାରୀ ଚାକିରୀର ପ୍ରଲୋଭନ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ !

ରାୟପୁର: ସରକାରୀ ଚାକିରିର ପ୍ରଲୋଭନ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ ! ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଛତିଶଗଡର ପୂର୍ବତନ ମେଡିକାଲ ଶିକ୍ଷା ନିର୍ଦ୍ଦେଶକଙ୍କ ବିରୋଧରେ । ଏଭଳି ଅଭିଯୋଗ ଆଣିଛନ୍ତି 33 ବର୍ଷିୟ ମହିଳା । ଏ ନେଇ ରାୟପୁରରେ ମହିଳା ଥାନାରେ ଏତଲା ଦେବା ସହ ଏସପିଙ୍କୁ ଭେଟିଛନ୍ତି । ଏହାସହ ତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି ।

ସୂଚନା ଅନୁସାରେ ,2018 ମସିହାରେ ପୂର୍ବତନ ମେଡିକାଲ ଶିକ୍ଷା ନିର୍ଦ୍ଦେଶକ ତାଙ୍କୁ ସରକାରୀ ଚାକିରି ଦେବାର ଲୋଭ ଦେଖାଇଥିଲେ । ଏବଂ ପରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲି କଙ୍କର ଜିଲ୍ଲାର ମହିଳା ଏଭଳି ଅଭିଯୋଗ ଆଣିଛନ୍ତି । ମହିଳା ଜଣକ ଏବେ ଏକ ଘରୋଇ ହସପିଟାଲରେ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଛନ୍ତି । ହେଲେ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ । ଅଭିଯୋଗକାରୀଣୀ ଜଣଙ୍କ ଯେତେବେଳେ ରାୟପୁର ମେଡିକାଲରେ କାର୍ଯ୍ୟ କରୁଥିଲେ ସେହି ସମୟରେ ସେ ତାଙ୍କ ସହିତ ବନ୍ଧୁତା ସମ୍ପର୍କ ରଖିଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.