ନୂଆଦିଲ୍ଲୀ: କିଛି ଦିନ ପୂର୍ବେ କେରଳରେ ଏକ ଗର୍ଭଣୀ ହାତୀର ଦୁଃଖଦପୂର୍ଣ୍ଣ ମୃତ୍ୟୁ ଘଟିଥିଲା । ଏହା ପରେ ସାରା ଦେଶରେ ଲୋକଙ୍କ ମଧ୍ୟରେ କ୍ରୋଧର ବାତାବରଣ ସୃଷ୍ଟି ହୋଇଥିଲା। ସାଂସଦ ମାନେକା ଗାନ୍ଧୀଙ୍କ ସମେତ ଅନେକ ବିଜେପି ନେତା କେରଳ ସରକାର ଏବଂ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ । ଏଥିସହ ଗର୍ଭିଣୀ ହାତୀ ମୃତ୍ୟୁରେ ଗୁରୁତର ଆଭିମୁଖ୍ୟ ଗ୍ରହଣ କରି କେନ୍ଦ୍ର ସରକାର ମଧ୍ୟ ରାଜ୍ୟକୁ ରିପୋର୍ଟ ମାଗିଛନ୍ତି ।
ଏହି ଘଟଣାକୁ କିଛି ଦିନ ବିତିଥିବାବେଳେ, କେନ୍ଦ୍ର ସରକାର ହିମାଚଳ ପ୍ରଦେଶର ଅନେକ ତହସିଲରେ ମାଙ୍କଡଙ୍କୁ ହତ୍ୟା କରିବା ନେଇ ମଞ୍ଜୁରୀ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା କେନ୍ଦ୍ର ସରକାର ଏବଂ ବିଜେପି ସାଂସଦ ମାନେକା ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି ।
ସେ ତାଙ୍କ ଟ୍ବିଟରେ ଲେଖିଛନ୍ତି ଯେ, ବିଜେପି ଅନୁସାରେ ଭଗବାନ ହନୁମାନଙ୍କ ପ୍ରତୀକ ମାଙ୍କଡ ମାନଙ୍କୁ ହତ୍ୟା କରିବା ପାଇଁ ନିର୍ଦ୍ଦେଶ ଦେବା ବୋଧହୁଏ ପଶୁମାନଙ୍କ ପ୍ରତି ନିଷ୍ଠୁରତା ମନୋଭାବ ଭିତରେ ଆସୁନି । ସୁରଜେଏଓ୍ବାଲା କହିଛନ୍ତି ଯେ, ଏପରି କ୍ଷେତ୍ରରେ ଶ୍ରୀମତି ମାନେକା ଗାନ୍ଧି କୁଆଡେ ଗଲେ ?
ସୂଚନାମୁତବାକ, ହିମାଚଳ ପ୍ରଦେଶରେ କେନ୍ଦ୍ର ସରକାର ଏକ ଅଧିସୂଚନା ଜାରି କରିଛନ୍ତି, ଯେଉଁଥିରେ 91 ତହସିଲର ରିସସ ମକାକ ପ୍ରଜାତିର ମାଙ୍କଡଙ୍କୁ ମରାଯିବ । ଅଧିସୂଚନା ଅନୁଯାୟୀ, ଏହି ମାଙ୍କଡ ମାନଙ୍କୁ କେବଳ ସେହି ଅଞ୍ଚଳରେ ହତ୍ୟା କରାଯିବ ଯେଉଁ ଅଞ୍ଚଳରେ ଏମାନେ କ୍ଷତି ଘଟାଉଛନ୍ତି ।
ତେବେ କେରଳରେ ଗର୍ଭଣୀ ହାତୀର ଦୟନୀୟ ମୃତ୍ୟୁ ପରେ ବିଜେପି ସାଂସଦ ମାନେକା ଗାନ୍ଧି ଏହାକୁ ହତ୍ୟା କହିବା ସହ, ଦେଶର ସବୁଠୁ ହିଂସ୍ର ରାଜ୍ୟ କେରଳ ବୋଲି କହିଥିଲେ। କେରଳରେ ପ୍ରତ୍ୟେକ 3 ଦିନ ଭିତରେ ଗୋଟିଏ ଲେଖେଁ ହାତୀକୁ ହତ୍ୟା କରାଯାଉଛି । ଯାହାକୁ ନେଇ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଥିଲା ।