ନୂଆଦିଲ୍ଲୀ: ଅଯୋଧ୍ୟା ରାୟ ପରେ କେନ୍ଦ୍ର ସରକାରଙ୍କୁ ସମର୍ଥନ ଜଣାଇଛନ୍ତି ଯୋଗଗୁରୁ ବାବା ରାମଦେବ । ମୋଦି ଏବଂ ଶାହଙ୍କ ନେତୃତ୍ବ ଯୋଗୁଁ ଏହା ସମ୍ଭବପର ହୋଇଛି ବୋଲି ସେ କହିଛନ୍ତି । ରାମଦେବ କହିଛନ୍ତି, ଯଦି ଦେଶରେ ମୋଦି ଓ ଶାହାଙ୍କର ନେତୃତ୍ବ ନଥାନ୍ତା, ତେବେ ଅଯୋଧ୍ୟା ଉପରେ ରାୟ ଆସିବା ସମ୍ଭବପର ହୋଇନଥାନ୍ତା ।
ରାମଦେବ କହିଛନ୍ତି, ସୁପ୍ରିମକୋର୍ଟ ଏହି ଐତିହାସିକ ରାୟ ପ୍ରକାଶ କରିଛନ୍ତି । ଏହା ସମ୍ପୂର୍ଣ୍ଣ ଭାବରେ ସମ୍ବିଧାନିକ । କିନ୍ତୁ ଏତେ ବଡ଼ ରାୟ ଶୁଣାଇବା ପାଇଁ ରାଜନୈତିକ ଇଚ୍ଛାଶକ୍ତି ଓ ସାହାସ ଆବଶ୍ୟକ । କାରଣ ଏଭଳି ରାୟ ପରେ ଆଇନ ବ୍ୟବସ୍ଥାର ସନ୍ତୁଳନ କରିବାକୁ ପଡିଥାଏ । ଯାହା ସମସ୍ତେ କରିପାରନ୍ତି ନାହିଁ । ଯେଉଁମାନଙ୍କୁ ଦେଶ ଚଳାଇବା ଜଣା ନାହିଁ, ସେମାନେ ଏଭଳି ସାହସ କେବେ ବି କରି ପାରିବେ ନାହିଁ ବୋଲି ରାମଦେବ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ବହୁ ପ୍ରତିକ୍ଷିତ ଅଯୋଧ୍ୟା ମାମଲାରେ ଗତ ନଭେମ୍ବର 9 ତାରିଖରେ ରାୟ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ । ସର୍ବୋଚ୍ଚ ଅଦାଲତ ବିବାଦୀୟ ଜମି ହିନ୍ଦୁ ପକ୍ଷଙ୍କୁ ଦେଇଥିବା ବେଳେ ଅଯୋଧ୍ୟାରେ ମୁସଲିମ୍ ପକ୍ଷଙ୍କୁ ୫ ଏକର ଜମି ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।