ETV Bharat / bharat

ଶ୍ରମିକରୁ ସଂସଦକୁ ଯାତ୍ରା, ସମ୍ପତ୍ତି ମାତ୍ର 22 ହଜାର ଟଙ୍କା - kerala mp

ଶ୍ରମିକରୁ ସାଂସଦ ହୋଇଛନ୍ତି କେରଳର ମହିଳା ରମେୟା ହରିଦାସ । ତାଙ୍କର ମୋଟ ସମ୍ପତ୍ତି ମାତ୍ର 22 ହଜାର ଟଙ୍କା ।

author img

By

Published : May 29, 2019, 9:41 PM IST

ଥିରୁଅନନ୍ତପୁରମ: ସରିଲା ନିର୍ବାଚନ । ଆସିଲା ଫଳାଫଳ । ଫଳାଫଳକୁ ନେଇ ଚାରିଆଡେ ଜୋରଦାର ଚର୍ଚ୍ଚା । ଖାସ୍ କରି କଂଗ୍ରେସ ଲୋକସଭା ନିର୍ବାଚନରେ କେତେ ସିଟ୍‌ ହାତେଇଛି ଚାଲିଛି ଚର୍ଚ୍ଚା । ଏହି ଚର୍ଚ୍ଚା ଭିତରେ କେରଳର ଦ୍ବିତୀୟ ମହିଳା ସାଂସଦ ରମେୟା ହରିଦାସ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ।

ରମେୟାଙ୍କୁ ନେଇ ବହୁ କଥା ଶୁଣିବାକୁ ମିଳେ । ସେ ବର୍ତ୍ତମାନ କେରଳର ଏକମାତ୍ର ମହିଳା ସାଂସଦ ଅଟନ୍ତି । ଅତ୍ୟନ୍ତ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବା ରମେୟା ସାଂସଦ ହେବା ପଛରେ ରହିଛି ଏକ ସଂଘର୍ଷପୂର୍ଣ୍ଣ କାହାଣୀ । ସେ ଦୀର୍ଘ 32ବର୍ଷ ଧରି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ସାଂସଦ ହେବା ପରେ ମଧ୍ୟ ତାଙ୍କର ମୋଟ ସମ୍ପତ୍ତି ମାତ୍ର 22 ହଜାର ଟଙ୍କା । ରମେୟାଙ୍କ ମା ମଧ୍ୟ ଜଣେ କଂଗ୍ରେସ ନେତ୍ରୀ ଭାବେ ପରିଚିତ ଥିଲେ । ସିଏ ବି ସିଲେଇ କାମ କରି ପରିବାର ପ୍ରତିପୋଷଣ କରୁଥିଲେ ।

ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ଅଲଥୁର ସଂସଦ କ୍ଷେତ୍ରରୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ଏଥିରେ ନିଜର ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପିକେ ବିଜୁଙ୍କ ହରାଇ ବିଜୟ ଲାଭ କରିଛନ୍ତି । ଖାସ କରି ନିର୍ବାଚନ ସମୟରେ ମହିଳାମାନେ ହିଁ ତାଙ୍କୁ ସମର୍ଥନ କରୁଥିବା କହିଛନ୍ତି ରମେୟା ।

2011 ମସିହାରେ ରମେୟା ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ଟ୍ୟାଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମ ଜରିଆରେ ତାଙ୍କୁ ରାହୁଲ ଗାନ୍ଧୀ ଚୟନ କରିଥିଲେ । ଏହାପର ଠାରୁ ପଛକୁ ଫେରି ନାହାନ୍ତି ରମେୟା । ନିଜର ଦକ୍ଷତା ବଳରେ ସେ ଜଣେ ଶ୍ରମିକରୁ ସାଂସଦ ହୋଇପାରିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.