ETV Bharat / bharat

ବିଳମ୍ବିତ ରାତିରେ ରାମ ବିଲାସ ପାଶୱାନଙ୍କ ହାର୍ଟ ସର୍ଜରୀ, ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦି - ରାମ ବିଲାସ ପାସୱାନ

କେନ୍ଦ୍ରମନ୍ତ୍ରୀ ରାମବିଲାସ ପାଶୱାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶନିବାର ବିଳମ୍ବିତ ରାତିରେ ରାମବିଲାସ ପାଶୱାନଙ୍କ ହୃଦୟ ଅସ୍ତ୍ରୋପଚାର କରାଯାଇଛି ।

ରାମ ବିଲାସ ପାସୱାନ
ରାମ ବିଲାସ ପାସୱାନ
author img

By

Published : Oct 4, 2020, 12:30 PM IST

ପାଟନା: କେନ୍ଦ୍ରମନ୍ତ୍ରୀ ରାମବିଲାସ ପାଶୱାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶନିବାର ବିଳମ୍ବିତ ରାତିରେ ରାମ ଭିଲାସ ପାସୱାନଙ୍କ ହାର୍ଟ ସର୍ଜରୀ କରାଯାଇଛି । ଦିଲ୍ଲୀର ଏକ ଡାକ୍ତରଖାନାରେ ତାଙ୍କର ଅସ୍ତ୍ରୋପ୍ରଚାର କରାଯାଇଛି। ଏନେଇ ଚିରାଗ ପାଶୱାନଙ୍କୁ ଫୋନ୍ କରି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ଚିରାଗ ପାଶୱାନ୍ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗତ କିଛି ଦିନ ହେବ ତାଙ୍କ ପିତା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଶନିବାର ଅଚାନକ୍ ହାର୍ଟ ସର୍ଜରୀ କରିବାକୁ ପଡିଥିଲା । ଚିରାଗ ପାସୱାନ୍ କହିଛନ୍ତି, ‘କିଛି ସପ୍ତାହ ପରେ ତାଙ୍କ ପିତାଙ୍କର ଆଉ ଏକ ଅପରେସନ୍ କରିବାକୁ ପଡିବ। ଏହି ସଙ୍କଟରେ ମୋ ପରିବାର ସହିତ ଛିଡା ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ’ ।

ରାମ ଭିଲାସ ପାଶୱାନଙ୍କ ସ୍ବାସ୍ଥ୍ୟ ଖରାପ କାରଣରୁ ଏଲଜେପି ସଂସଦୀୟ ବୋର୍ଡର ବୈଠକକୁ ସ୍ଥଗିତ ରଖାଗଲା। ଅନ୍ୟପକ୍ଷେ ଆଜି ବିହାରର ଏନଡିଏ ଅଂଶଧନ ଘୋଷଣା ହେବାର ସମ୍ଭାବନା ରହିଛି । ସିଟ୍ ବାଣ୍ଟିବା ନେଇ ବିଜେପି ଏବଂ ଜେଡିୟୁ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି । ଜେଡିୟୁ 122 ଟି ଆସନରେ ଏବଂ ବିଜେପି 121 ଟି ଆସନରେ ପ୍ରତିଦ୍ବନ୍ଦ୍ବିତା କରିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.