- ରାମ ମନ୍ଦିର ନିର୍ମାଣ ନେଇ ଡାକ ଟିକଟ ଜାରି କଲେ ପ୍ରଧାନମନ୍ତ୍ରୀ
- ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ବୋଧନ । ବିଶ୍ବ ସାରା ଥିବା ରାମ ଭକ୍ତମାନଙ୍କୁ କୋଟି କୋଟି ଶୁଭେଚ୍ଛା । ଆଜି ସାରା ଦେଶରେ ସୀତାରାମର ଗୁଞ୍ଜନ ହେଉଛି । ମୋ ସୌଭାଗ୍ୟ ମୋତେ ଆଜି ନିମନ୍ତ୍ରିତ କରାଯାଇଛି ବୋଲି କହିଲେ ପ୍ରଧାନମନ୍ତ୍ରୀ ।
- ଶତାବ୍ଦୀ ଶତାବ୍ଦୀର ଅପେକ୍ଷା ଆଜି ଶେଷ ହୋଇଛି । ଆଜି ପୂରା ଦେଶ ରାମ ମୟ ହୋଇଯାଇଛି ବୋଲି ମଧ୍ୟ କହିଲେ ମୋଦି । ଏବେ ଆମ ରାମ୍ ଲଲାଙ୍କ ମନ୍ଦିର ନିର୍ମାଣ ହେବ । ବର୍ଷ ବର୍ଷ ଧରି ରାମ୍ ଲଲା ଟେଣ୍ଟରେ ଥିଲେ । ରାମ ଜନ୍ମଭୂମି ଆଜି ମୁକ୍ତ ହୋଇଛି ବୋଲି କହିଲେ ମୋଦି ।
ରାମ ମନ୍ଦିର ଭୂମି ପୂଜନ; ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ - Ayodhya Bhoomi Pooja Live
14:15 August 05
ରାମ ମନ୍ଦିର ନିର୍ମାଣ ନେଇ ଡାକ ଟିକଟ ଜାରି କଲେ ପ୍ରଧାନମନ୍ତ୍ରୀ
13:28 August 05
ଭୂମି ପୂଜନ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ବୋଧନ
ଭୂମି ପୂଜନ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଆରଏସଏସ ମୁଖ୍ୟ ମୋହନ ଭାଗବତ ଉପସ୍ଥିତ ଥିବା ଜନମାନସକୁ ସମ୍ବୋଧିତ କରିଛନ୍ତି । ଭାରତ ଏହାକୁ ଅନେକ ମୁହୂର୍ତ୍ତ ତଥା ପ୍ରାୟ 5 ଶହ ବର୍ଷ ହେବ ଅପେକ୍ଷା କରିଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଅବସରରେ କହିଛନ୍ତି । ସେହିପରି ଏଥିପାଇଁ ଅନେକ ଲୋକ ସଂଘର୍ଷ କରିବା ସହ ଅନେକଙ୍କ ଜୀବନ ଯାଇଛି । ଆଜି ଆମ ପାଇଁ ଏହା ଉତ୍ସାହର ଦିନ ବୋଲି ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି ।
12:48 August 05
ଶୁଭ ମୁହୂର୍ତ୍ତରେ ହେଲା ଶିଳାନ୍ୟାସ
ଧାର୍ଯ୍ୟ ଶୁଭ ମୁହୂର୍ତ୍ତରେ ହେଲା ଶିଳାନ୍ୟାସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲେ ଶିଳାନ୍ୟାସ ।
12:44 August 05
ମନ୍ତ୍ର ଉଚ୍ଚାରଣ ସହ ଚାଲିଛି ଭୂମି ପୂଜା
ଭୂମି ପୂଜନ ସ୍ଥଳରେ ପ୍ରଧାନମନ୍ତ୍ରୀ । ମନ୍ତ୍ର ଉଚ୍ଚାରଣ ସହ ଚାଲିଛି ଭୂମି ପୂଜା । ମନ୍ତ୍ର ଧ୍ବନୀରେ କମ୍ପୁଛି ଅଯୋଧ୍ୟା ନଗରୀ । ପ୍ରଧାନମନ୍ତ୍ରୀଙ୍କ ସମେତ ଉତ୍ତରପ୍ରଦେଶ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଆରଏସଏସ ପ୍ରମୁଖ ଓ ରାମ ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ଉପସ୍ଥିତ ।
12:29 August 05
ଭୂମି ପୂଜନ ସ୍ଥଳରେ ଆରଏସଏସ ମୁଖ୍ୟ ମୋହନ ଭାଗବତ
ଭୂମି ପୂଜନ ସ୍ଥଳରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ମଧ୍ୟ ଉପସ୍ଥିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ସେ ।
12:19 August 05
ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
12:14 August 05
ପାରିଜାତ ଫୁଲର ଚାରା ଲଗାଇଲେ ପ୍ରଧାନମନ୍ତ୍ରୀ
ଭୂମି ପୂଜନ ଅବସରରେ ମନ୍ଦିର ପରିସରରେ ପାରିଜାତ ଫୁଲର ଚାରା ଲଗାଇଲେ ପ୍ରଧାନମନ୍ତ୍ରୀ । ହିନ୍ଦୁ ଶାସ୍ତ୍ରରେ ରହିଛି ପାରିଜାତର ସ୍ବତନ୍ତ୍ର ମାନ୍ୟତା ।
12:08 August 05
ରାମଲଲାଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀ
ରାମଲଲାଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀ । ରାମଲଲାଙ୍କୁ କଲେ ସାଷ୍ଟାଙ୍ଗ ଦଣ୍ଡବତ । କଲେ ପୂଜାର୍ଚ୍ଚନା ।
11:46 August 05
ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହନୁମାନ ଗଢି ମନ୍ଦିର ଯାଇ କଲେ ପୂଜାର୍ଚ୍ଚନା । ପୂଜକଙ୍କୁ ଦେଲେ ଦକ୍ଷିଣା ।
ସାଥିରେ ରହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
11:09 August 05
ଅଯୋଧ୍ୟାରେ ଉମା ଭାରତୀ
ଅଯୋଧ୍ୟାରେ ଉମା ଭାରତୀ । ଏହି ଅବସରରେ ରାମ ମନ୍ଦିର ସାରା ଭାରତ ବର୍ଷକୁ ଏକାଠି କରିଛି ବୋଲି ସେ କହିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦିବେନ ପଟେଲ ମଧ୍ୟ ଭୂମି ପୂଜନ ସ୍ଥାନରେ ଉପସ୍ଥିତ ରହିଛନ୍ତି ।
10:35 August 05
ଲକ୍ଷ୍ନୌରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନରେ ଯୋଗଦେବା ପାଇଁ ଲକ୍ଷ୍ନୌରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ କିଛି ସମୟରେ ପରେ ଅଯୋଧ୍ୟା ଗସ୍ତରେ ଯିବେ ମୋଦି ।
10:29 August 05
ଭୂମି ପୂଜନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ଉମା ଭାରତୀ
ଶ୍ରୀରାମ ମନ୍ଦିର ପାଇଁ ହେବାକୁ ଥିବା ଭୂମି ପୂଜନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ବିଜେପି ନେତ୍ରୀ ଉମା ଭାରତୀ । ଏନେଇ ସେ ଟ୍ବିଟ୍ କରି ସ୍ପଷ୍ଟ କରିଛନ୍ତି । ପୂର୍ବରୁ କୋରୋନା ମହାମାରୀକୁ ଲକ୍ଷ୍ୟ କରି ଉପସ୍ଥିତ ହେବେ ନାହିଁ ବୋଲି ଜଣାଇଥିଲେ ।
10:25 August 05
ହନୁମାନ ଗଢି ମନ୍ଦିରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାର ହନୁମାନ ଗଢି ମନ୍ଦିରରେ ପହଞ୍ଚିଛନ୍ତି । 12.30ରେ ଭୂମି ପୂଜନ କାର୍ଯ୍ୟକ୍ରମ ରହିଛି ।
10:08 August 05
ମହାକାଳେଶ୍ବର ମନ୍ଦିରରେ ଜଳିଲା 1100 ଦୀପ
ଭୂମି ପୂଜନ ଅବସରରେ ଉଜୈନ ସ୍ଥିତ ମହାକାଳେଶ୍ବର ମନ୍ଦିରରେ ଜଳିଲା 1100 ଦୀପ । ଆଜି ମଧ୍ୟାହ୍ନ 12ଟାରେ ହେବ ମହାଆଳତୀ ।
10:08 August 05
ରଙ୍ଗୋଲିରେ ସଜେଇ ହେଲା ନାଗପୁର ସ୍ଥିତ ଆରଏସଏସ ଅଫିସ୍
ଭୂମି ପୂଜନ ଅବସରରେ ନାଗପୁରସ୍ଥିତ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ମୁଖ୍ୟାଳୟରେ ରଙ୍ଗୋଲି କରାଯାଇଛି । କାର୍ଯ୍ୟାଳୟ ସାମ୍ନାରେ ଜୟ ଶ୍ରୀରାମ ଲେଖାଯାଇଥିବା ଦେଖିବାକୁ ମିଳିଛି ।
09:40 August 05
ଅଯୋଧ୍ୟା ଅଭିମୁଖେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଯାତ୍ରା ଆରମ୍ଭ
ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନରେ ଯୋଗଦେବା ପାଇଁ ନୂଆଦିଲ୍ଲୀରୁ ଲକ୍ଷ୍ନୌ ଅଭିମୁଖେ ବାହାରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲକ୍ଷ୍ନୌରେ ପହଞ୍ଚିବା ପରେ ଅଯୋଧ୍ୟା ଅଭିମୁଖେ ଯିବେ ମୋଦି ।
09:36 August 05
ଭୂମି ପୂଜନ: ଉତ୍ସବ ମନାଇବାକୁ ଆମେରିକାରେ ଭାରତୀୟ ଏକାଠି
ଆମେରିକାରେ ରହୁଥିବା ଭାରତୀୟ ମାନେ ଭୂମି ପୂଜନ ଉତ୍ସବ ମନାଇବାକୁ ଆମେରିକାର କ୍ୟାପିଟୋଲ ହିଲରେ ଏକାଠି ହୋଇଛନ୍ତି ।
09:27 August 05
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଟ୍ବିଟ୍
ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ବିଟ୍ କରି ରାମଙ୍କ ଭକ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
09:13 August 05
ହନୁମାନ ଗଢି ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡାକଡି
ରାମ ମନ୍ଦିର ଭୂମି ପୂଜନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହନୁମାନ ଗଢି ମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛି । ଯେଉଁଥିପାଇଁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
09:10 August 05
ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ଆସିଲାଣି 30 କୋଟି ଟଙ୍କା
ବର୍ତ୍ତମାନ ସୁଦ୍ଧା ପ୍ରାୟ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ଆସିଲାଣି 30 କୋଟି ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଟ୍ରଷ୍ଟର ଏକମାତ୍ର ଦଳିତ ସଦସ୍ୟ କମଳେଶ୍ବର ଚୌପାଲ । ତେବେ ଏହା ଆଗାମୀ ଦୁଇ ଦିନରେ 41 କୋଟିରେ ପହଞ୍ଚିବ ବୋଲି ସେ ଆଶା ରଖିଛନ୍ତି ।
09:05 August 05
ଅଯୋଧ୍ୟାରେ ଭୂମି ପୂଜା, ଆସାମରେ ସୁରକ୍ଷା ବ୍ୟବସ୍ଥା କଡାକଡି
ଆଜି ରାମ ମନ୍ଦିର ପାଇଁ ଭୂମି ପୂଜା କାର୍ଯ୍ୟକ୍ରମ ଥିବାବେଳେ ସେପଟେ ଆସାମରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆସାମର ଚାଚାର ଓ କରିମଗଞ୍ଜ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୁରକ୍ଷାକୁ ଯାଞ୍ଚ କରିବାକୁ ଜଣେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାୟିତ୍ବ ଦିଆଯାଇଛି ।
08:52 August 05
ଭୂମି ପୂଜା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୂଚୀ
- ସକାଳ 9.35ରେ ନୂଆଦିଲ୍ଲୀରୁ ବାହାରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
- 10.35ରେ ଲକ୍ଷ୍ନୌ ବିମାନ ବନ୍ଦରରେ ପହଞ୍ଚିବେ ମୋଦି ।
- 10.40ରେ ଅଯୋଧ୍ୟା ଅଭିମୁଖେ ଗସ୍ତ ।
- 11.30ରେ ଅଯୋଧ୍ୟାର ସକେତ କଲୋନୀରେ ହୋଇଥିବା ହେଲିପ୍ୟାଡରେ ଅବତରଣ କରିବେ ମୋଦି ।
- 11.40ରେ ହନୁମାନ ଗଢି ମନ୍ଦିର ଯିବେ ମୋଦି ।
- 12ଟାରେ ରାମଜନ୍ମଭୂମିରେ ପହଞ୍ଚିବେ ମୋଦି ।
- 10 ମିନିଟ୍ ରାମଲଲାଙ୍କ ଦର୍ଶନ କରିବେ ।
- 12.15ରେ ବୃକ୍ଷରୋପଣ କରିବେ ।
- 12.30ରୁ ଭୂମି ପୂଜନ କାର୍ଯ୍ୟକ୍ରମ ଆରମ୍ଭ ହେବ ।
- 12.40ରେ ଭିତ୍ତି ପ୍ରସ୍ତର ସ୍ଥାପନ ଆରମ୍ଭ ହେବ ।
- 1.10ରେ ପ୍ରଧାନମନ୍ତ୍ରୀ ରାମ ଜନ୍ମଭୂମି ଟ୍ରଷ୍ଟର କର୍ମକର୍ତ୍ତାଙ୍କୁ ଭେଟିବେ ।
- 2.05ରେ ସାକେତ ହେଲିପ୍ୟାଡକୁ ଫେରିବେ ।
- 2.20ରେ ନୂଆଦିଲ୍ଲୀ ଅଭିମୁଖେ ବାହାରିବେ ।
07:36 August 05
ରାମ ମନ୍ଦିର; ଆଜି ଶିଳାନ୍ୟାସ, ଅଯୋଧ୍ୟା ପ୍ରସ୍ତୁତ
ଅଯୋଧ୍ୟା: ଅଯୋଧ୍ୟାରେ ସୃଷ୍ଟି ହେବାକୁ ଯାଉଛି ନୂଆ ଇତିହାସ । ଆଉ କିଛି ସମୟର ଅପେକ୍ଷା । ଭଗବାନ ରାମଙ୍କ ଜନ୍ମଭୂମିରେ ପୂରଣ ହେବ ରାମମନ୍ଦିର ନିର୍ମାଣର ସ୍ବପ୍ନ । ଯେଉଁଥିପାଇଁ ତିନିଦିନିଆ ଭୂମି ପୂଜନ ଉତ୍ସବ ଆରମ୍ଭ ହୋଇଛି । ରାମଲାଲାଙ୍କ ପାଇଁ ସଜେଇ ହୋଇଛି ଅଯୋଧ୍ୟା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାମ ମନ୍ଦିରର ଭୂମି ପୂଜା କରିବେ । ଆଉ କିଛି ସମୟର ଅପେକ୍ଷା । ପାଖେଇ ଆସୁଛି ସେହି ଶୁଭ ମୁହୂର୍ତ୍ତ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ପୂରା ଅଯୋଧ୍ୟା ପ୍ରସ୍ତୁତ ରହିଛି । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସେପଟେ ଭଗବାନ ରାମଙ୍କ ପାଇଁ ସାରା ଅଯୋଧ୍ୟାକୁ ସଜେଇ ଦିଆଯାଇଛି ।