ETV Bharat / bharat

ରାମ ମନ୍ଦିର ଶିଳାନ୍ୟାସ ପାଇଁ ଦୁଇଟି ତାରିଖ ନିର୍ଦ୍ଧାରିତ, ଶେଷ ନିଷ୍ପତ୍ତି ନେବ ପିଏମଓ

author img

By

Published : Jul 18, 2020, 9:16 PM IST

ରାମ ମନ୍ଦିରର ଶିଳାନ୍ୟାସ ପାଇଁ ଟ୍ରଷ୍ଟ 2 ଟି ତାରିଖ ଧାର୍ଯ୍ୟ କରିଛି । ଟ୍ରଷ୍ଟ ପକ୍ଷରୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଅଗଷ୍ଟ 3 ଏବଂ ଅଗଷ୍ଟ ୫ ର ତାରିଖ ପଠାଯାଇଛି ।

ରାମ ମନ୍ଦିର
ରାମ ମନ୍ଦିର

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ରାମଜନ୍ମଭୂମି ତୀର୍ଥ ଟ୍ରଷ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶନିବାର ଅନୁଷ୍ଠିତ ହୋଇଛି । ବୈଠକରେ ଶିଳାନ୍ୟାସର ତାରିଖ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ରାମ ମନ୍ଦିରର ଶିଳାନ୍ୟାସ ପାଇଁ ଟ୍ରଷ୍ଟ 2 ଟି ତାରିଖ ଧାର୍ଯ୍ୟ କରିଛି । ଟ୍ରଷ୍ଟ ପକ୍ଷରୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଅଗଷ୍ଟ 3 ଏବଂ ଅଗଷ୍ଟ ୫ ର ତାରିଖ ପଠାଯାଇଛି । ଶିଳାନ୍ୟାସର ତାରିଖ ଉପରେ ଶେଷ ନିଷ୍ପତ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିଆଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।

ରାମ ମନ୍ଦିର
ରାମ ମନ୍ଦିର

ଏହା ବ୍ୟତୀତ ବୈଠକରେ ମନ୍ଦିରର ଉଚ୍ଚତା ଓ ନିର୍ମାଣର ବ୍ୟବସ୍ଥା ଉପରେ ଚର୍ଚ୍ଚା ହୋଇଛି । ମନ୍ଦିର ନିର୍ମାଣ ପାଇଁ ସମସ୍ତ ଚିତ୍ର ସମ୍ପୂର୍ଣ୍ଣ ହୋଇଯାଇଛି । ମନ୍ଦିର କାର୍ଯ୍ୟ ଆରମ୍ଭ ହେବାର 3 ରୁ 3.5 ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହୋଇଯିବ । ସ୍ଥିତି ସାମାନ୍ୟ ହେବା ପରେ ପାଣ୍ଠି ସଂଗ୍ରହ କରାଯିବ ବୋଲି ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ସୂଚନା ଦେଇଛନ୍ତି । ଏହା ବ୍ୟତୀତ ସ୍ଥିତି ନିୟନ୍ତ୍ରଣ ହେବା ପରେ ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକ ଆର୍ଥିକ ସହାୟତା ଉପରେ କାର୍ଯ୍ୟ କରାଯିବ । ଏଥି ପାଇଁ ଦେଶର 4 ଲକ୍ଷ ସ୍ଥାନୀୟ ଅଞ୍ଚଳରେ 10 କୋଟି ପରିବାରଙ୍କୁ ଯୋଗାଯୋଗ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି ।

ଏହି ବୈଠକ ଅଯୋଧ୍ୟା ସର୍କିଟ୍ ହାଉସରେ ମଧ୍ୟାହ୍ନ ୩ଟା ବେଳେ ଆରମ୍ଭ ହୋଇଥିଲା । ପ୍ରାୟ ଅଢେଇ ଘଣ୍ଟା ପର୍ଯ୍ୟନ୍ତ ଟ୍ରଷ୍ଟର ବୈଠକ ଚାଲିଥିଲା । ବୈଠକରେ ମନ୍ଦିର ନିର୍ମାଣ କମିଟର ଚେୟାରମ୍ୟାନ୍ ନୃପେନ୍ଦ୍ର ମିଶ୍ର ମଧ୍ୟ ସାମିଲ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.