ETV Bharat / bharat

ରାମମନ୍ଦିର ନିର୍ମାଣ କାର୍ଯ୍ୟ ଶାନ୍ତିପୂର୍ଣ୍ଣ ଓ ସୌହାର୍ଦ୍ଦ୍ୟ ପରିବେଶରେ ହେଉ: ମୋଦି

author img

By

Published : Feb 22, 2020, 10:51 AM IST

ରାମମନ୍ଦିର ନିର୍ମାଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପଦେଶ । ଅଧିକ ପଢନ୍ତୁ...

aa
ରାମମନ୍ଦିର ନିର୍ମାଣ କାର୍ଯ୍ୟ ଶାନ୍ତିପୂର୍ଣ୍ଣ ଓ ସୌହାର୍ଦ୍ୟ ମାହୋଲରେ ହେଉ

ନୂଆଦିଲ୍ଲୀ: ରାମମନ୍ଦିର ନିର୍ମାଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପଦେଶ । ମନ୍ଦିର ନିର୍ମାଣ କାର୍ଯ୍ୟ ଯେପରି ଶାନ୍ତିପୂର୍ଣ୍ଣ ଭାବରେ ହେବା ଦରକାର, ଯେପରି କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ରାମ ମନ୍ଦିର ନିର୍ମାଣ ଟ୍ରଷ୍ଟର ସଦସ୍ୟଙ୍କୁ କହିଛନ୍ତି ମୋଦି । ଏନେଇ ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଶୁକ୍ରବାର ସୂଚନା ଦେଇଛନ୍ତି ।

'ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ'ର ଅଧ୍ୟକ୍ଷ ପ୍ରବନ୍ଧ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସମେତ ଟ୍ରଷ୍ଟର 4 ଜଣ ସଦସ୍ୟ ଗୁରୁବାର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ଭୂମି ପୂଜା ପାଇଁ ଅଯୋଧ୍ୟା ଆସିବାକୁ ନିମନ୍ତ୍ରଣ ମଧ୍ୟ ଦେଇଥିଲେ । ତେବେ ଏ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଏ ବିଷୟରେ ବିଚାର କରିବେ । ଏଠାରେ କହିରଖୁଛୁ ଯେ ଭୂମିପୂଜାର ତିଥି ନିର୍ଦ୍ଧାରଣ ଏ ପର୍ଯ୍ୟନ୍ତ ହୋଇନାହିଁ ।

ତେବେ ମୋଦିଙ୍କ ସହ ସାକ୍ଷାତର ଦିନକ ପରେ ହୋଇଥିବା ଆଲୋଚନା ବିଷୟରେ କହିଛନ୍ତି ଟ୍ରଷ୍ଟର ମହାସଚିବ। ଶାନ୍ତିପୂର୍ଣ୍ଣ ଓ ସୌହାର୍ଦ୍ଦ୍ୟ ପରିବେଶରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ଦରକାର । ଏପରି କିଛି ବି କରିବେ ନାହିଁ, ଯେମିତି ଦେଶର ପରିବେଶ ଖରାପ ହେବ। ତେବେ ଏହି ଆଲୋଚନା ଏକ ଶିଷ୍ଟାଚାର ଆଲୋଚନା ଥିଲା ବୋଲି କହିଛନ୍ତି ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ।

ତେବେ ଏ ସମ୍ବନ୍ଧରେ ଭିଏଚପି ଅନ୍ତଃରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଆଲୋକ କୁମାର କହିଛନ୍ତି ଯେ ରାମନବମୀ ଅବସରରେ 25 ମାର୍ଚ୍ଚରୁ 8 ଏପ୍ରିଲ ପର୍ଯ୍ୟନ୍ତ ରାମ ଉତ୍ସବ ପାଳନ କରାଯିବ । ଏହି ଅବସରରେ ଭିଏଚପିର କାର୍ଯ୍ୟକର୍ତ୍ତାମାନେ 2.75 ଲକ୍ଷ ଗାଁକୁ ଯିବେ, ଯେଉଁମାନେ ରାମଜନ୍ମଭୂମି ଆନ୍ଦୋଳନରେ ଯୋଗଦାନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.