ETV Bharat / bharat

ପରିବା ଚାଷ କରୁଛି ରାମରହିମ

ସୌଖିନ ଜୀବନ ବିତାଉଥିବା ରାମରହିମ ଏବେ ସୁନରିଆରେ କାରାଦଣ୍ଡରେ ଦଣ୍ଡିତ । ବିଗତ ଦୁଇ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଜେଲ ଦଣ୍ଡ ଭୋଗି ଆସୁଛି ରାମରହିମ । ଜେଲରେ ପରିବା ଚାଷ କରି ଏହି ସମୟ ମଧ୍ୟରେ 18 ହଜାର ଟଙ୍କା ରୋଜଗାର କରିଛି ।

author img

By

Published : Aug 27, 2019, 5:36 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଚଣ୍ଡିଗଡ଼: ବଦଳିଛି ପରିଚୟ, ବଦଳିଛି ଜୀବନ ଶୈଳୀ । ଦିନେ ବେଶ ସୌଖିନ ଜୀବନ ବିତାଉଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମରହିମ ଏବେ ବନ୍ଦୀ ଜୀବନ ବିତାଉଛନ୍ତି । ପରିଚୟ କଏଦୀ ନମ୍ବର 8647 । ବିଗତ ଦୁଇ ବର୍ଷ ତଳୁ ସେ ରୋହତକର ସୁନରିଆ ଜେଲରେ କାରାଦଣ୍ଡ ଭୋଗୁଛନ୍ତି । ଆଉ ଜେଲ ମଧ୍ୟରେ ବିଭିନ୍ନ ପ୍ରକାର ଚାଷ କରୁଥିବା ଜଣାପଡ଼ିଛି ।

ତେବେ ଚାଷ କରି ବିଗତ ଦୁଇ ବର୍ଷ ମଧ୍ୟରେ ରାମ ରହିମ ମାତ୍ର 18 ହଜାର ଟଙ୍କା ରୋଜଗାର କରିପାରିଛନ୍ତି । ତେବେ ଚାଷ କାର୍ଯ୍ୟରେ ପରିଶ୍ରମ କାରଣରୁ ତାଙ୍କର ଓଜନ ପାଖାପାଖି 15 କିଲୋ ମଧ୍ୟ କମିଥିବା ଜଣାପଡ଼ିଛି । କିନ୍ତୁ ରାମରହିମ ଜେଲରେ ବାବା ନାମରେ ବେଶ ପରିଚିତ ଲାଭ କରିଛନ୍ତି ।

ସୂଚନା ଯୋଗ୍ୟ 2017 ମସିହାରେ ନିଜ ମୁଖ୍ୟ କାର୍ଯ୍ୟାଳୟରେ ଜନ୍ମ ଦିନ ପାଳନ କରିବାର 10 ଦିନ ପରେ ତାଙ୍କୁ ଗିରଫ କରାଯାଇଥିଲା । ଅନେକ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସିବିଆଇ ରାମରହିମକୁ ଗିରଫ କରିଥିଲା । ପରେ ସିବିଆଇ କୋର୍ଟ ତାଙ୍କୁ 20 ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲା । ଦଣ୍ଡ ଶୁଣାଣି ପରେ ତାଙ୍କୁ 2017 ମସିହା 25 ଅଗଷ୍ଟରେ ତାଙ୍କୁ ସୁନରିଆ ଜେଲରେ ଭର୍ତ୍ତି କରାଯାଇଥିଲା ।

ଜେଲରେ ଅନ୍ୟ କଏଦୀମାନଙ୍କ ଠାରୁ ତାଙ୍କୁ ଅଲଗା ରଖାଯାଇଥିଲା । ରାମରହିମ ଉପରେ 24 ଘଣ୍ଟିଆ ସତର୍କ ଦୃଷ୍ଟି ମଧ୍ୟ ରଖାଯାଇଥିଲା । ରାମରହିମ ଜେଲକୁ ଆସିବା ପରେ ଜେଲରଙ୍କ ପାଇଁ ଅନେକ ଚ୍ୟାଲେଞ୍ଜ ମଧ୍ୟ ସୃଷ୍ଟି ହୋଇଥିଲା । ତାଙ୍କୁ ମିଡିଆଠାରୁ ଦୁରେଇ ରଖିବା ପ୍ରଥମ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିଲା ବୋଲି ଜେଲର ଜଣେ ଅଧିକାରୀ କହିଛନ୍ତି ।

ଏହା ସହିତ ଉକ୍ତ ଅଧିକାରୀଜଣକ କହିଛନ୍ତି ଆରମ୍ଭରୁ ରାମରହିମ ପାଇଁ ଗରମ ଓ ଏକୁଟିଆ ରହିବା ବଡ଼ ସମସ୍ୟା ହୋଇଥିଲା । ମାତ୍ର ଧିରେ ଧିରେ ସବୁକିଛି ସ୍ବାଭାବିକ ହୋଇଥିଲା ବୋଲି ଉକ୍ତ ଅଧିକାରୀ ଜଣକ କହିଛନ୍ତି । ଏହା ସହିତ ଜେଲ ମଧ୍ୟରେ ସେ ପରିବା ଚାଷ ମଧ୍ୟ କରିଆସୁଛନ୍ତି । ଏହି ପରିଶ୍ରମ ଫଳରେ ପାଖାପାଖି 15 କିଲୋ ଓଜନ ହ୍ରାସ ପାଇଥିବା ବେଳେ ଦୁଇ ବର୍ଷ ମଧ୍ୟରେ 18 ହଜାର ଟଙ୍କା ରୋଜଗାର କରିଥିବା ଜେଲର ଉକ୍ତ ଅଧିକାରୀ ଜଣକ ସୂଚନା ଦେଇଛନ୍ତି ।

Intro:Body:

PRABHU

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.