ETV Bharat / bharat

ରାଷ୍ଟ୍ରପତି ଭାବନରେ ପଦ୍ମ ପ୍ରଦାନ ସମାରୋହ

ଆଜି ରାଷ୍ଟ୍ରପତି ଭାବନରେ ପଦ୍ମ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସମ୍ମାନିତ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନୀତ କରିଛନ୍ତି। ଓଡିଶାରୁ କମଳା ପୂଜାରୀ, ଦୈତାରୀ ନାୟକ ଓ ଡି.ପ୍ରକାଶ ରାଓଙ୍କୁ ମିଳିଛି ପଦ୍ମଶ୍ରୀ ପୁରସ୍କାର। ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତ ବର୍ଷ 93 ଜଣଙ୍କୁ ମିଳିବ ପଦ୍ମ ପୁରସ୍କାର।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Mar 16, 2019, 3:22 PM IST

ନୂଆଦିଲ୍ଲୀ: ଶନିବାର ରାଷ୍ଟ୍ରପତି ଭାବନରେ ପଦ୍ମ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏ ସମ୍ମାନି ପାଇଥିବା ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନିତ କରିଛନ୍ତି । ଓଡିଶାରୁ କମଳା ପୂଜାରୀ, ଦୈତାରୀ ନାୟକ ଓ ଡି.ପ୍ରକାଶ ରାଓଙ୍କୁ ମିଳିଛି ପଦ୍ମଶ୍ରୀ ପୁରସ୍କାର। ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତ ବର୍ଷ 93 ଜଣଙ୍କୁ ମିଳିବ ପଦ୍ମ ପୁରସ୍କାର ।

ଏହାବ୍ୟତୀତ ବାସ୍କେଟ ବଲ ଖେଳାଳି ପ୍ରଶାନ୍ତି ସିଂ ଓ ସମାଜ ସେବା କରୁଥିବା ଏଚ.ଏସ ଫୁଲକା ମଧ୍ୟ ରାଷ୍ଟ୍ରପତିଙ୍କ ହାତରୁ ପୁରସ୍କାର ଗ୍ରହଣ କରିଛନ୍ତି । ସେହିପରି କ୍ରିକେଟର ଗୌତମ ଗମ୍ଭୀର, ତୀରନ୍ଦାଜୀ ବମବେଲା ଦେବୀ ଲାଇଶ୍ରାମ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି ।

ଫୁଟବଲ କ୍ୟାପଟେନ ସୁନିଲ ଚେତ୍ରୀ, ତବଲା ବାଦକ ସ୍ବପନ ଚୌଧୁରୀ, କଳାକାର ମନୋଜ ବାଜପେୟୀ, ପର୍ବତାରୋହୀ ବଚ୍ଚେନ୍ଦ୍ରୀ ପାଲ, ଟ୍ରେଡ ଓ ଇଣ୍ଡଷ୍ଟ୍ରି ବା ଏମଡିଏଚ ମସଲାର ମାଲିକ ଧରମପାଲ ଗୁଲାଟୀ, ଇସ୍ରୋ ବୈଜ୍ଞାନିକ ନାମ୍ବି ନାରାୟନ, ଲୋକ ଗୀତିକାର ତେଜନ ବାଇ ପଦ୍ମଶ୍ରୀ ଗ୍ରହଣ କରିଛନ୍ତି ।

15.03.2019
Radhakanta Mohanty, Kendrapada (SPL)
Slug-Old Couple in poor days
Anchor-ନିଜ ଜନ୍ମକଲା ପୁଅ କରିଦେଲା ପର।ଭାଗ୍ୟକୁ ଆଦରି ୩୦ ବର୍ଷ ହେଲାଣି ସରକାରୀ ଜଙ୍ଗଲ କିସମ ଜମିରେ ମୁଣ୍ଡ ଗୁଞ୍ଜିଥିଲେ।କିନ୍ତୁ ମାନ୍ୟବର ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶରେ ପ୍ରଶାସନିକ ଅଧିକାରୀମାନେ ଘର ଭାଙ୍ଗିଲେ।ଆଉ ଏବେ........
VO1-ଏହି ଦୃଶ୍ୟଟି ହେଉଛି କେନ୍ଦ୍ରାପଡ଼ା ଡେରାବିଶ୍ ଥାନା ଅଧିନସ୍ଥ ନୂଆହାଟ ଗ୍ରାମର।ଦୀର୍ଘ ୩୦ ବର୍ଷ ଧରି ବଳଭଦ୍ରପୁର-ନୂଆହାଟ ରାସ୍ତାରେ ଘର କରି ରହୁଥିବା ବ୍ରହ୍ମାନନ୍ଦ ସ୍ୱାଇଁଙ୍କର ଘରକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଉଚ୍ଛେଦ କରିଛନ୍ତି ପ୍ରଶାସନିକ ଅଧିକାରୀ।ଉଚ୍ଛେଦ ପରେ ନିରାଶ୍ରୟ ହୋଇପଡିଛନ୍ତି ବ୍ରହ୍ମାନନ୍ଦ ଓ ତାଙ୍କ ମାନସିକ ଅନଗ୍ରସର ପତ୍ନୀ।ଭୂମିହୀନ ବ୍ରହ୍ମାନନ୍ଦଙ୍କର ପରିବାରବର୍ଗ ତାଙ୍କୁ ଦୁରେଇଦେବାରୁ ନିଜ ମାନସିକ ଅନଗ୍ରସର ପତ୍ନୀଙ୍କୁ ଧରି ପ୍ରଥମେ ଏକ ଅନାବାଦୀ ଜାଗାରେ ମୁଣ୍ଡ ଗୁଞ୍ଜିଥିଲେ।ସେଠାରୁ ତାଙ୍କୁ ରାଜସ୍ୱ ନିରୀକ୍ଷକ ଉଚ୍ଛେଦ କରି ତାଙ୍କୁ ଅନ୍ୟ ଏକ ଜଙ୍ଗଲ କିସମ ଜମିରେ ଘର କରି ରହିବାକୁ ପରାମର୍ଶ ଦେଇଥିବା କୁହନ୍ତି ବ୍ରହ୍ମାନନ୍ଦ।ସେ ରହୁଥିବା ଘରର ଝାଟିମାଟି କାନ୍ଥଟି ବାରମ୍ବାର ଭୁଷୁଡି ପଡ଼ୁଥିବାରୁ ସାରା ଜୀବନ ଅନ୍ୟର ଜମି ଭାଗଚାଷ କରି ଓ ମୂଲମଜୁରୀ ଲାଗି ବ୍ରହ୍ମାନନ୍ଦ ଘରର କାନ୍ଥକୁ ଇଟା ଯୋଡ଼େଇ କରିଥିଲେ।ତାଙ୍କ ପାଇଁ ନା ଥିଲା କୌଣସି ସରକାରୀ ସାହାଯ୍ୟ ନା ଥିଲା କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା ସମାଜସେବୀଙ୍କର ଆହାଃ ପଦ।ଏମିତିକି ନିଜର ମାନସିକ ଅନଗ୍ରସର ପତ୍ନୀଙ୍କୁ ଠିକ ଭାବରେ ଔଷଧ ଦେବା ମଧ୍ୟ ସମ୍ଭବ ହେଉନାହିଁ ବ୍ରହ୍ମାନନ୍ଦଙ୍କ କ୍ଷେତ୍ରରେ।ଗରିବ ଲୋକ ଯେତେ ସତ କହିଲେ ତା କଥାର କିଛି ମୁଲ୍ୟନାହିଁ, ସେ ଦାବି କଲେ ମଧ୍ୟ କେହି କର୍ଣ୍ଣପାତ କରନ୍ତି ନାହିଁ ବୋଲି ଅତ୍ୟନ୍ତ କ୍ଷୋଭର ସହ କୁହନ୍ତି ବ୍ରହ୍ମାନନ୍ଦ।ଆହୁରି ମଧ୍ୟ ରାଜ୍ୟ ସରକାର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜଙ୍ଗଲଜମି ପଟ୍ଟା ଯୋଗାଇଦେଉଥିବା ବେଳେ ତାଙ୍କ ପାଇଁ ଭୂମିରେ ଗାରଟିଏ ନାହିଁ ବୋଲି କହିବା ସହ ବାରମ୍ବାର ଉଚ୍ଛେଦ ହେଉଥିବାରୁ ଟଙ୍କା ଅଭାବ ଯୋଗୁଁ ଆଉ କୌଣସି ଜାଗାରେ ଚାଳିଆ କରିବା ମଧ୍ୟ ସମ୍ଭବ ନୁହେଁ ତେଣୁ ଏହି ଖୋଲା ଆକାଶ ତଳେ ତାଙ୍କ ପତ୍ନୀଙ୍କୁ ଧରି ଜୀବନ କାଟିବାର ସଂକଳ୍ପ କରିଥିବା କୁହନ୍ତି ସେ।ତାଙ୍କ ପାଇଁ ନଳକୂପ ପାଣି, ବିଜୁଳି ଆଲୁଅ ଆଉ ସରକାରୀ ପକ୍କା ଘର ଖଣ୍ଡିଏ ମଧ୍ୟ ସାତସପନ ପାଲଟିଛି।
ବାଇଟ-ବ୍ରହ୍ମାନନ୍ଦ ସ୍ୱାଇଁ(ଉଚ୍ଛେଦ ହୋଇଥିବା ବ୍ୟକ୍ତି)
ବାଇଟ-ଶେଖ.ରହେମତୁଲ୍ଲା(ଗ୍ରାମବାସୀ)
VO2- ବ୍ରହ୍ମାନନ୍ଦଙ୍କର ବାମଗୋଡ଼ଟି ଅଚଳ ହୋଇପଡିଥିବାରୁ ସେ ଆଉ କାମ କରିବା ପାଇଁ ଯାଇପାରୁନାହାନ୍ତି।ଏଭଳି ସମୟରେ ଘର ଉଚ୍ଛେଦ କରାଯିବା ତାଙ୍କ ପାଇଁ ବେଡି ଉପରେ କୋରଡ ମାଡ଼ ସଦୃଶ ହୋଇଛି।ନିଜ ପତ୍ନୀଙ୍କ ପାଇଁ ଔଷଧ ଆଉ ମୁଣ୍ଡ ଗୁଞ୍ଜିବା ପାଇଁ ଛାଇ ଟିକିଅକ ପାଇଁ ପରିଣତ ବୟସରେ ଚିନ୍ତାରେ ବ୍ରହ୍ମାନନ୍ଦ।ସରକାରୀ ବାବୁମାନେ ଘର ଭାଙ୍ଗିବା ପରେ ପାଲ ଖଣ୍ଡିଏ ଦେଇଯାଇଛନ୍ତି କିନ୍ତୁ ସେ ପାଲରେ ସେ କରିବେ କଣ?କାହାକୁ ଉଚ୍ଛେଦ କରିବା ଆଗରୁ ତାକୁ ଥଇଥାନ କରିବା ପାଇଁ ସରକାରୀ ସ୍ତରରେ ଉଦ୍ୟମର ଆବଶ୍ୟକତା ଥିଲାବେଳେ ଏଭଳି ଘଟଣାକୁ ହୃଦୟଙ୍ଗମ କରିପାରିନାହିଁ ଜିଲ୍ଲା ପ୍ରଶାସନ ତେଣୁ ଏହା ଅତ୍ୟନ୍ତ ଦୁଃଖର ବିଷୟ ବୋଲି କହିଛନ୍ତି ଇଣ୍ଡିଆନ ହ୍ୟୁମାନ ରାଇଟ୍ସ କାଉନ୍ସିଲର ଜିଲ୍ଲା ସଭାପତି ପ୍ରତାପ ପାଢ଼ୀ।ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣା ସମ୍ପର୍କରେ ଅବଗତ ଅଛନ୍ତି ପ୍ରଶାସନ ନାଚାର ହୋଇ ଇଛା ନଥାଇ ମଧ୍ୟ ମାନ୍ୟବର କୋର୍ଟଙ୍କର ନିର୍ଦ୍ଦେଶରେ ସେ କାର୍ଯ୍ୟ କରିଥିବା କହିବା ସହ ବ୍ରହ୍ମାନନ୍ଦଙ୍କର ଗାଁରେ ପରିବାର ରହୁଥିବା ସଫେଇ ଦେଇଛନ୍ତି।ତେବେ ପ୍ରଶ୍ନ ଉଠେ ଯଦି ବ୍ରହ୍ମାନନ୍ଦଙ୍କର ଗାଁରେ ପରିବାର ଲୋକଙ୍କ ସହ ସମ୍ପର୍କ ଥାନ୍ତା ତାହେଲେ କଣ ବ୍ରହ୍ମାନନ୍ଦ ନିଜର ମାନସିକ ଭିନ୍ନକ୍ଷମ ଜୀବନସାଥିକୁ ଧରି ଜଙ୍ଗଲ ଜମିରେ ଦୀର୍ଘ ବର୍ଷ ଧରି ରହିଥାନ୍ତେ ନା ଔଷଧ ନପାଇ ତାଙ୍କର ଏଭଳି ଅବସ୍ଥା ହୋଇଥାନ୍ତା ???କେବଳ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନିଜର କର୍ତ୍ତବ୍ୟ ସମ୍ପାଦନ କରି ସାଧାରଣ ଲୋକଟିର ଥଇଥାନ ପ୍ରତି ଦୃଷ୍ଟି ନଦେଇ ଜିଲ୍ଲା ପ୍ରଶାସନ ଚୁପ ରହିଥିବା ଦେଖାଯାଇଛି।
ବାଇଟ-ପ୍ରତାପ ଚନ୍ଦ୍ର ପାଢ଼ୀ(ଜିଲ୍ଲା ସଭାପତି,IHRC)
ବାଇଟ-ପ୍ରଭାସ ଚନ୍ଦ୍ର ଦାସ(ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ)
 PTC
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.