ETV Bharat / bharat

ରାମ ମନ୍ଦିର ନିର୍ମାଣ ପାଇଁ ମିଳିଛି ଏକ କ୍ବିଣ୍ଟାଲ ସୁନା-ରୂପା

author img

By

Published : Aug 8, 2020, 8:42 PM IST

ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନରେ ରାମ ମନ୍ଦିର ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାନ ଦେଉଥିଲେ ଭକ୍ତମାନେ ।

ରାମ ମନ୍ଦିର ନିର୍ମାଣ ପାଇଁ ମିଳିଛି 1 କ୍ବିଣ୍ଟାଲ ସୁନା-ରୁପା

ଲକ୍ଷ୍ନୌ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାନ ମିଳିବା ଆରମ୍ଭ ହୋଇଯାଇଥିଲା । ଭଗବାନ ରାମଙ୍କ ଜନ୍ମସ୍ଥାନରେ ରାମ ମନ୍ଦିର ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାନ ଦେଉଥିଲେ ଭକ୍ତମାନେ । ତେବେ ବର୍ତ୍ତମାନ ସୁଦ୍ଧା 100 କେଜି ସୁନା ଏବଂ ରୂପା ଗ୍ରହଣ କରାଯାଇଛି । ଏହା ବ୍ୟତୀତ ଟ୍ରଷ୍ଟକୁ ଏବେସୁଦ୍ଧା 42 କୋଟି ଟଙ୍କା ମିଳିଛି । ଯାହାକୁ ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଟ୍ରଷ୍ଟକୁ ହସ୍ତାନ୍ତର କରିଛନ୍ତି ।

ଗତ 2 ମାସ ମଧ୍ୟରେ ରାମ ଭକ୍ତମାନେ ଏହି ରାଶି ନୃତ୍ୟ ଗୋପାଳ ଦାସଙ୍କୁ ଦାନ କରିଥିଲେ । ରାମ ମନ୍ଦିର ନିର୍ମାଣ ପାଇଁ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତର ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟ ଗୋପାଳ ଦାସ 100 କେଜି ସୁନା ଏବଂ ରୂପା ସମେତ ସମେତ 42 କୋଟି ଟଙ୍କା ଟ୍ରଷ୍ଟକୁ ହସ୍ତାନ୍ତର କରିଛନ୍ତି । ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏହାକୁ ଗ୍ରହଣ କରିଛନ୍ତି ।

ରାମ ମନ୍ଦିର ନିର୍ମାଣ ପାଇଁ ରାମ ଭକ୍ତମାନେ ବିପୁଳ ପରିମାଣର ରୂପା ଓ ସୁନା ଉତ୍ସର୍ଗ କରୁଛନ୍ତି । ଏହା ସହିତ ଏକ ଲକ୍ଷ ଚେକ୍ ଏବଂ ନଗଦ ରାଶି ମଧ୍ୟ ଟ୍ରଷ୍ଟ ପାଇଁ ଉତ୍ସର୍ଗ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.