ETV Bharat / bharat

ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ଶ୍ବାସକ୍ରିୟାରେ ଅନୁଭବ କରୁଛନ୍ତି ଯନ୍ତ୍ରଣା

author img

By

Published : Nov 9, 2020, 7:10 PM IST

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ଅଚାନକ ବିଗିଡିଯାଇଥିବା ନେଇ ଖବର ସାମ୍ନାକୁ ଆସିଛି । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଲକ୍ଷ୍ନୌ ଅଣାଯାଉଛି । ଅଧିକ ପଢନ୍ତୁ...

ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ସ୍ବାସକ୍ରିୟାରେ ଅନୁଭବ କରୁଛନ୍ତି ଯନ୍ତ୍ରଣା

ଲକ୍ଷ୍ନୌ: ଅଯୋଧ୍ୟା ଅନ୍ଦୋଳନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ଅଚାନକ ବିଗିଡିଯାଇଥିବା ନେଇ ଖବର ସାମ୍ନାକୁ ଆସିଛି । ତାଙ୍କୁ ଆମ୍ବୁଲାନ୍ସ ଯୋଗେଁ ଲକ୍ଷ୍ନୌ ଅଣାଯାଉଛି । ସୂଚନା ଅନୁଯାୟୀ ମହନ୍ତ ନୃତ୍ୟ ଗୋପାଳ ଦାସ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରୁଛନ୍ତି ।

କିଛି ଦିନ ପୂର୍ବରୁ ମହନ୍ତ ନୃତ୍ୟ ଗୋପାଳ ଦାସ କୋରୋନାରୁ ସୁସ୍ଥ ହୋଇଥିଲେ । ଅଗଷ୍ଟ ମାସରେ ମହନ୍ତ ନୃତ୍ୟ ଗୋପାଳ ଦାସ କୋରୋନାରେ ସଂକ୍ରମିତ ହେବା ପରେ ଗୁରୁଗ୍ରାମର ମେନ୍ଦାତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ନୃତ୍ୟ ଗୋପାଳ ଦାସ ଅଯୋଧ୍ୟା ଛୋଟ ଛାଉଣୀର ମହନ୍ତ । ଦେଶ ତଥା ବିଶ୍ବବ୍ୟାପୀ ତାଙ୍କର ଶିଷ୍ୟମାନେ ରହିଛନ୍ତି । ସେ କେବଳ ରାମ ଜନ୍ମଭୂମି ନ୍ୟାସ ସହ କୃଷ୍ଣ ଜନ୍ମଭୂମି ନ୍ୟାସର ସଭାପତି ଅଛନ୍ତି । ଏଥିପାଇଁ ନୃତ୍ୟ ଗୋପାଳ ମଥୁରାରେ କୃଷ୍ଣ ଜନମାଷ୍ଟମୀ ଅବସରରେ ସେଠାକୁ ଗସ୍ତ କରିଥାନ୍ତି ।

ଯେତେବେଳେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଟ୍ରଷ୍ଟରେ ସାଧୁ ସନ୍ଥମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ସେତେବେଳେ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ କରାଯାଇଥିଲା ଏହି ଟ୍ରଷ୍ଟର ଅଧ୍ୟକ୍ଷ । ନୃତ୍ୟ ଗୋପାଳଙ୍କ ଆସିବା ପରେ ସାଧୁମାନେ ସନ୍ତୁଷ୍ଟ ହୋଇଥିଲେ।

1938 ମସିହାରେ ମଥୁରାର କାହୋଲା ଗାଁରେ ନୃତ୍ୟ ଗୋପାଳ ଦାସଙ୍କ ଜନ୍ମ। ସେ ମାତ୍ର 12 ବର୍ଷ ବୟସରେ ସନ୍ୟାସ ନେଇ ମଥୁରାରୁ ଅଯୋଧ୍ୟାକୁ ଆସିଥିଲେ। ଅଯୋଧ୍ୟାକୁ ଆସିବା ପରେ ସେ କାଶୀ ଯାଇଥିଲେ। କାଶୀ ଯିବାର ଉଦ୍ଦେଶ୍ୟ ଥିଲା ସଂସ୍କୃତ ଅଧ୍ୟୟନ କରିବା । 1953 ମସିହାରେ ନୃତ୍ୟ ଗୋପାଳ ଅଯୋଧ୍ୟାକୁ ଫେରି ମଣିରାମ ଦାସ ଛାଉଣୀରେ ରହିଲେ। ବାବ୍ରୀ ମସଜିଦ ଭାଙ୍ଗିବାରେ ସମ୍ପୃକ୍ତ ଥିବା ନେଇ ନୃତ୍ୟ ଗୋପାଳ ଦାସଙ୍କ ଉପରେ ରହିଥିଲା ଅଭିଯୋଗ । ତେବେ ସିବିଆଇ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.