ETV Bharat / bharat

ସେପ୍ଟେମ୍ବର 17 ପରଠୁ ଆରମ୍ଭ ହେବ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ

author img

By

Published : Sep 6, 2020, 11:47 AM IST

ସେପ୍ଟେମ୍ବର ୧୭ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ୍‌ର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି। ଲାର୍ସେନ ଆଣ୍ଡ୍‌ ଟର୍ବୋ ରାମ ମନ୍ଦିର ନିର୍ମାଣ ପାଇଁ ଭିତ୍ତିଭୂମି ପକାଇବାକୁ ସମସ୍ତ ପ୍ରସ୍ତୁତି କରି ସାରିଛି। ଅଧିକ ପଢନ୍ତୁ...

ସେପ୍ଟେମ୍ବର 17 ପରେ ଆରମ୍ଭ ହେବ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ

ନୂଆଦିଲ୍ଲୀ:‘ପିତୃପକ୍ଷ’ ଶେଷ ହେବାପରେ ଅର୍ଥାତ୍ ସେପ୍ଟେମ୍ବର ୧୭ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ୍‌ର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି। ଲାର୍ସେନ ଆଣ୍ଡ୍‌ ଟର୍ବୋ ରାମ ମନ୍ଦିର ନିର୍ମାଣ ପାଇଁ ଭିତ୍ତିଭୂମି ପକାଇବାକୁ ସମସ୍ତ ପ୍ରସ୍ତୁତି କରି ସାରିଛି ।

ଏହି କମ୍ପାନୀ ବିନା କିଛି ଶୁଳ୍କରେ ନିର୍ମାଣ କାର୍ଯ୍ୟ କରିବ। ମନ୍ଦିରର ଭିତ୍ତିଭୂମି ପ୍ରସ୍ତୁତ କରିବା ପାଇଁ ପ୍ରାୟ 1200 ସ୍ତମ୍ଭ, ପୃଷ୍ଠରୁ ପ୍ରାୟ 100 ଫୁଟ ତଳେ ରଖାଯିବ । ଏହି ସ୍ତମ୍ଭଗୁଡ଼ିକ ପଥରରେ ହେବ ଏବଂ କୌଣସି ଲୁହା ଏଥିରେ ବ୍ୟବହାର ହେବ ନାହିଁ । କମ୍ପାନୀ ନିର୍ମାଣ କାର୍ଯ୍ୟ ପାଇଁ ମୁମ୍ବାଇରୁ ମେସିନ୍‌ ଆଣିଥିବା ବେଳେ ହାଇଦ୍ରାବାଦ୍‌ରୁ ମେସିନ୍‌ ଆଣିବା ପାଇଁ ପ୍ରକ୍ରିୟା ଜାରି ରଖିଛି। ତେବେ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ପ୍ରାୟ 100 ଶ୍ରମିକଙ୍କୁ ନିୟୋଜିତ କରାଯିବ ବୋଲି ବୋଲି ଆଶା କରାଯାଉଛି। ଏହି ଶ୍ରମିକମାନଙ୍କର କୋଭିଡ୍‌ ଟେଷ୍ଟ କରାଯିବ ଏବଂ ରାମ ମନ୍ଦିର ପରିସରକୁ ପ୍ରବେଶ ପୂର୍ବରୁ ସେମାନଙ୍କ ଥର୍ମାଲ ସ୍କାନ କରାଯିବ।

ପ୍ରସ୍ଥାବିତ ରାମ ମନ୍ଦିର 360 ଫୁଟ ଲମ୍ବ, 235 ଫୁଟ ଚଉଡା ଏବଂ 161 ଫୁଟ ଉଚ୍ଚ ହେବ ଏବଂ ଏଥିରେ ପାଞ୍ଚଟି ଗମ୍ବୁଜ ରହିବ । ଟ୍ରଷ୍ଟ ଅନୁଯାୟୀ, ଆଧୁନିକ କୌଶଳ ବ୍ୟବହାର କରି ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ଯାହା ଦ୍ବାରା ଏହା 1,500 ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ସଂରକ୍ଷିତ ହୋଇପାରିବ। ନଭେମ୍ବର 9, 2019ରେ ସର୍ବୋଚ୍ଚ ନ୍ୟାୟାଳୟ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ରାୟ ଦେଇଥିଲେ । ସେହିପରି ଗତ ମାସରେ ଅଯୋଧ୍ୟାରେ ମନ୍ଦିରର ଭୂମିପୂଜନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିରର ମୂଳଦୁଆ ପକାଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.