ETV Bharat / bharat

ରାମ ମନ୍ଦିର ଭୂମି ପୂଜନ: ଜାଣନ୍ତୁ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ବିବରଣୀ - ଜାଣନ୍ତୁ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ବୀବରଣୀ

ରାମ ମନ୍ଦିର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ସମାରୋହ ପୂର୍ବରୁ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ମନ୍ଦିରର ଭୂମି ପୂଜନ ସମାରୋହ ସକାଳ 11 ଟାରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି ଏବଂ ଏଥିରେ 200 ରୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଅତିଥି ଭାବେ ଯୋଗଦେବେ । ଅଧିକ ପଢନ୍ତୁ...

ରାମ ମନ୍ଦିର ଭୂମି ପୂଜନ
ରାମ ମନ୍ଦିର ଭୂମି ପୂଜନ
author img

By

Published : Jul 29, 2020, 2:16 PM IST

ଅଯୋଧ୍ୟା : ଦୀର୍ଘ ବର୍ଷର ସ୍ବପ୍ନ ସାକାର ହେବାକୁ ଯାଉଛି । ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ପ୍ରଭୁ ରାମଙ୍କର ଭବ୍ୟ ମନ୍ଦିର । ମନ୍ଦିର ନିର୍ମାଣ ପୂର୍ବରୁ ଅଗଷ୍ଟ 5 ତାରିଖରେ ଭୂମି ପୂଜନ ଅନୁଷ୍ଠିତ ହେବ । ଏହାକୁ ନେଇ ଜୋରସୋରରେ ପ୍ରସ୍ତୁତି ଆଗେଇ ଚାଲିଛି । ଅଯୋଧ୍ୟାନଗରୀକୁ ସୌନ୍ଦର୍ଯ୍ୟକରଣ କରାଯାଉଛି ।

ମନ୍ଦିରର ଭୂମି ପୂଜନ ସମାରୋହ ପୂର୍ବାହ୍ନ 11 ସମୟରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଭବ୍ୟ ସମାରୋହରେ 200ରୁ ଅଧିକ ପ୍ରତିଷ୍ଠିତ ବ୍ୟକ୍ତି ଯୋଗ ଦେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି 32 ସେକେଣ୍ଡରେ ମନ୍ଦିରର ମୂଳ ଦୁଆ ପକାଇ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି । ରାମ ଜନ୍ମ ଭୂମି ଆନ୍ଦୋଳନ ସହ ଜଡିତ ବିଜେପିର ବରିଷ୍ଠ ନେତା ଓ ଆରଏସଏସ ନେତା ମଧ୍ୟ ଏଥିରେ ସାମିଲ ହେବାକୁ ଯାଉଛନ୍ତି ।

ଦୀପ ଉତ୍ସବର ଆୟୋଜନ

ଗତ ବର୍ଷ ଅଯୋଧ୍ୟା ଦୀପାବଳୀରେ ସର୍ଯ୍ୟୁ ନଦୀ କୂଳରେ 6 ଲକ୍ଷ ମାଟି ଦୀପ ଲଗାଇ ୱାର୍ଲ୍ଡ ଗିନିଜ ବୁକରେ ରେକର୍ଡ କରିଥିଲା । ଏଥର ମଧ୍ୟ ବିଶାଳ ଦୀପ ଉତ୍ସବ ପାଳନ କରାଯିବ ।

ପିଏମଓଙ୍କୁ ଅତିଥିଙ୍କ ତାଲିକା ପଠାଇଛି ମନ୍ଦିର ଟ୍ରଷ୍ଟି

ଭୂମି ପୂଜନ ଅବସରରେ କେଉଁ ମାନେ ଯୋଗଦାନ କରିବେ ସେନେଇ ଶ୍ରୀ ରାମଜନ୍ମଭୂମି ତୀର୍ଥ କ୍ଷେତ୍ର ପ୍ରଧାମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ତାଲିକା ପ୍ରସ୍ତୁତ କରି ପଠାଇଛି । ଟ୍ରଷ୍ଟି ପକ୍ଷରୁ ସେମାନଙ୍କ ନାମ ଉନ୍ମୋଚନ କରାଯାଇ ନାହିଁ ।

200 ଜଣ ଅତିଥିଙ୍କୁ ମିଳିଛି ଅନୁମତି

ମନ୍ଦିର ଟ୍ରଷ୍ଟି ପାଖାପାଖି 268 ଅତିଥିଙ୍କୁ ଆମନ୍ତ୍ରଣ କରିବାକୁ ଲକ୍ଷ୍ୟ ରଖିଥିଲା ହେଲେ ଏଥିରେ 200 ଜଣଙ୍କୁ ଅନୁମତି ମିଳିଛି । ସେମାନଙ୍କୁ 50 ଜଣିଆ ବ୍ଲକରେ ବସାଯିବ । ଗୋଟିଏ ବ୍ଲକ ସାଧୁ,ସନ୍ଥ ଓ ମହନ୍ତଙ୍କ ରହିବା ସହ ଦେଶର ବଡ ବଡ ନେତାଙ୍କ ଅନ୍ୟ ଏକ ବ୍ଲକ ରହିବ । ଶିଳ୍ପପତି, ବରିଷ୍ଠ ଅମଲାତନ୍ତ୍ର ଏବଂ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନଙ୍କ ପାଇଁ ଏକ ବ୍ଲକ୍ ମଧ୍ୟ ଦିଆଯିବ । ଏହି କାର୍ଯ୍ୟକ୍ରମରେ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି।

ଭୂମି-ପୂଜନର କାର୍ଯ୍ୟକ୍ରମ ଦୂରଦର୍ଶନରେ ହେବ ପ୍ରସାରଣ

କୋରୋନା ମହାମାରୀକୁ ନଜରରେ ରଖି ଲୋକଙ୍କୁ ସମାଗମ ଉପରେ ରୋକ ଲଗାଯାଇଛି । କିନ୍ତୁ ଏହି ଭବ୍ୟ ଉତ୍ସବରେ ସାମିଲ ପ୍ରତ୍ୟେକ ବ୍ୟକ୍ତି ସାମିଲ ହୋଇପାରିବେ । ସମସ୍ତ କାର୍ଯ୍ୟକ୍ରମ ଦୂରଦର୍ଶନ ରେ ପ୍ରସାରଣ କରାଯିବ । ଫଳରେ ଏହି ଐତିହାସିକ ମୁହୂର୍ତ୍ତକୁ କେହି ବଞ୍ଚିତ ରହିବେ ନାହିଁ ।

‘32’ ସେକେଣ୍ଡରେ ରୂପା ଇଟା ରଖାଯିବ

ଜ୍ୟୋତିଷମାନେ ଭୂମିପୂଜନ ସମୟକୁ ଅଗଷ୍ଟ 5 ମଧ୍ୟାହ୍ନ ସମୟ 12:15:15 ରୁ 12:15:32 ସ୍ଥିର କରିଛନ୍ତି। ଜ୍ୟୋତିର୍ବିଜ୍ଞାନ ଗଣନା ଅନୁସାରେ ପ୍ରଧାନମନ୍ତ୍ରୀଙ୍କୁ '32 ସେକେଣ୍ଡ 'ସମୟ ମଧ୍ୟରେ ରୂପା ଇଟାକୁ ଭିତ୍ତିଭୂମିରେ ରଖିବାକୁ ହେବ ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଅନ୍ୟାନ୍ୟ ରୀତିନୀତି ସମ୍ପନ୍ନ ହେବ

ପ୍ରଧାନମନ୍ତ୍ରୀ ପୂର୍ବାହ୍ନ 11.30 ରେ ପହଞ୍ଚିବେ ଏବଂ ଅନ୍ୟ ଧାର୍ମିକ ରୀତିନୀତି ତାଙ୍କ ଆଗମନ ପୂର୍ବରୁ ଶେଷ ହେବ ବୋଲି ଆଶା କରାଯାଉଛି । ସମାରୋହ ପରେ ଶ୍ରୀ ରାମ ମନ୍ଦିର ପରିସରରେ ଅବସ୍ଥିତ ପ୍ରାଚୀନ ହନୁମାନ ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦୀ ପରିଦର୍ଶନ କରି ପ୍ରାର୍ଥନା କରିବାର ସମ୍ଭାବନା ରହିଛି। ସେଠାରୁ ସେ ବିମାନ ବନ୍ଦରକୁ ସିଧାସଳଖ ଯିବେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.