ETV Bharat / bharat

କୁରୁକ୍ଷେତ୍ରରେ କୃଷକ ମହାପ଼ଞ୍ଚାୟତକୁ ସମ୍ବୋଧନ କଲେ ଟିକାୟତ

ମଙ୍ଗଳବାର ଉତ୍ତରପ୍ରଦେଶର କୁରୁକ୍ଷେତ୍ରରେ ଏକ କୃଷକ ମହାପଞ୍ଚାୟତକୁ ସମ୍ବୋଧିତ କରିଛନ୍ତି କୃଷକ ନେତା ତଥା ଭାରତୀୟ କିଶାନ ୟୁନିୟନର ମୁଖ୍ୟ ପ୍ରବକ୍ତା ରାକେଶ ଟିକାୟତ । ଅଧିକ ପଢନ୍ତୁ...

କୁରୁକ୍ଷେତ୍ରରେ କୃଷକ ମହାପ଼ଞ୍ଚାୟତକୁ ସମ୍ବୋଧନ କଲେ ଟିକାୟତ
କୁରୁକ୍ଷେତ୍ରରେ କୃଷକ ମହାପ଼ଞ୍ଚାୟତକୁ ସମ୍ବୋଧନ କଲେ ଟିକାୟତ
author img

By

Published : Feb 9, 2021, 9:21 PM IST

ଲକ୍ଷ୍ନୌ : ମଙ୍ଗଳବାର ଉତ୍ତର ପ୍ରଦେଶର କୁରୁକ୍ଷେତ୍ରରେ ଏକ କୃଷକ ମହାପଞ୍ଚାୟତକୁ ସମ୍ବୋଧିତ କରିଛନ୍ତି କୃଷକ ନେତା ତଥା ଭାରତୀୟ କିଶାନ ୟୁନିୟନର ମୁଖ୍ୟ ପ୍ରବକ୍ତା ରାକେଶ ଟିକାୟତ । ଏହି ଅବସରରେ ସେ କେନ୍ଦ୍ର ସରକାର ଆଣିଥିବା 3 କୃଷି ଆଇନ ବିରୋଧର ସ୍ଥାନୀୟ କୃଷକଙ୍କୁ ସମ୍ବୋଧିତ କରିଥିବା ଦେଖାଯାଇଥିଲା । ଟିକାୟତ ସରକାର ଆଣିଥିବା ଆଇନକୁ କୃଷକ ବିରୋଧି କଳା ଆଇନ କହିବା ସହ ପ୍ରବଳ ବର୍ଷିଥିବା ଦେଖିବାକୁ ମିଳିଛି ।

କୁରୁକ୍ଷେତ୍ରରେ କୃଷକ ମହାପ଼ଞ୍ଚାୟତକୁ ସମ୍ବୋଧନ କଲେ ଟିକାୟତ

ସ୍ଥାନୀୟ କୃଷକ ନେତା ତଥା କାର୍ଯ୍ୟକ୍ରମର ଆୟୋଜକ ଇଟିଭି ଭାରତକୁ ସୂଚନା ଦେଇ କହିଛନ୍ତି ଯେ ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ଦେଢ ଲକ୍ଷ କୃଷକଙ୍କ ସମାବେଶ ହୋଇଥିଲା ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ପ୍ରାୟ 25 ଏକର ପରିମିତ ଅଞ୍ଚଳରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଦିଲ୍ଲୀ ହିଂସା ପରେ ଟିକାୟତଙ୍କ ପ୍ରତିଟି କାର୍ଯ୍ୟକ୍ରମରେ ସରକାର ଓ ବିରୋଧୀ ଉଭୟ ଦୃଷ୍ଟି ଦେଉଥିବା ଦେଖିବାକୁ ମିଳିଛି । ତେବେ ଉକ୍ତ କାର୍ଯ୍ୟକ୍ରମରେ ଟିକାୟତଙ୍କୁ ଚାଷୀଙ୍କ ସମର୍ଥନ ମିଳିଥବା କହିଛନ୍ତି ଆୟୋଜକ ଚାଷୀ ନେତା ।

ସଭାସ୍ଥଳରେ ଏତେ ସଂଖ୍ୟକ କୃଷକଙ୍କ ସମାବେଶକୁ ଲକ୍ଷ୍ୟ କରି ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.