ନୂଆଦିଲ୍ଲୀ: ରାଜ୍ୟସଭାରେ ପାରିତ ହୋଇଛି ଟ୍ରାନ୍ସଜେଣ୍ଡର (ଅଧିକାର ସୁରକ୍ଷା) ବିଧେୟକ-2019 । ଏହି ବିଧେୟକ ପ୍ରଥମେ 2019 ଅଗଷ୍ଟ 5 ତାରିଖରେ ଲୋକସଭାରେ ପାରିତ ହୋଇଥିଲା ।
ମଙ୍ଗଳବାର ପାରିତ ହୋଇଥିବା ଏହି ବିଧେୟକ ସେମାନଙ୍କୁ ସମାଜର ମୁଖ୍ୟଧାରାରେ ସାମିଲ କରିବା ସହ ସାମାଜିକ, ଆର୍ଥିକ ଏବଂ ଶିକ୍ଷାଗତ କ୍ଷେତ୍ରରେ ସଶକ୍ତ କରିବ । ବିଧେୟକରେ ସେମାନଙ୍କ ଉପରେ ଅତ୍ୟାଚାର କରୁଥିବା ଲୋକଙ୍କ ବିରୋଧରେ ଦଣ୍ଡ ବିଧାନର ବ୍ୟବସ୍ଥା କରାଯାଇଛି ।
ସରକାର ଏହି ବିଧେୟକକୁ 2019 ଜୁଲାଇ 19 ତାରିଖରେ ଲୋକସଭାରେ ଆଗତ କରିଥିଲେ । ଏହା ପୂର୍ବରୁ ଜୁଲାଇ 10 ତାରିଖରେ ଏହି ବିଧେୟକକୁ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା । ତେବେ ଟ୍ରାନ୍ସଜେଣ୍ଡର (ଅଧିକାର ସୁରକ୍ଷା) ବିଲ୍-2019କୁ ନଭେମ୍ବର 20ରେ ରାଜ୍ୟସଭାରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାୱର ଚାନ୍ଦ ଗେହଲଟ ଆଗତ କରିଥିଲେ ।