ETV Bharat / bharat

ଆରପାରିରେ ଅମର: ବଚ୍ଚନଙ୍କ ବନ୍ଧୁ ଥିଲେ ରାଜ୍ୟସଭା ସାଂସଦ.. - amar singhs political career

ଅମର ସିଂହ ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ । 2016 ରେ ସମାଜବାଦୀ ପାର୍ଟି ପକ୍ଷରୁ ରାଜ୍ୟସଭା ସଦସ୍ୟ ପାଇଁ ମନୋନୀତ ହୋଇଥିଲେ। ଅମର ସିଂହଙ୍କର ରାଜନୈତିକ ସହ ଫିଲ୍ମ ଜଗତ ସହ ମଧ୍ୟ ସମ୍ପର୍କ ରହିଥିଲା । ଅଧିକ ଖବର ପଢନ୍ତୁ...

ଅମର ସିଂହଙ୍କ ରାଜନୈତିକ ଯାତ୍ରା
ଅମର ସିଂହଙ୍କ ରାଜନୈତିକ ଯାତ୍ରା
author img

By

Published : Aug 1, 2020, 7:00 PM IST

Updated : Aug 1, 2020, 7:20 PM IST

ନୂଆଦିଲ୍ଲୀ : ରାଜ୍ୟସଭା ସଦସ୍ୟ ତଥା ସମାଜବାଦୀ ପାର୍ଟିର ପୂର୍ବତନ ନେତା ଅମର ସିଂହଙ୍କ ଦେହାନ୍ତ । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ଏବଂ ପ୍ରାୟ 6 ମାସରୁ ସିଙ୍ଗାପୁରରେ ଚିକିତ୍ସିତ ହେଉଥିଲେ। ଶନିବାର ଅପରାହ୍ନରେ ତାଙ୍କର ପରଲୋକ ଘଟିଛି ।

ଅମର ସିଂହଙ୍କ ରାଜନୈତିକ ଯାତ୍ରା
ଅମର ସିଂହଙ୍କ ରାଜନୈତିକ ଯାତ୍ରା

ଅମର ସିଂହ ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ । ଏହା ବ୍ୟତୀତ ସେ ରାଜ୍ୟସଭାର ସଦସ୍ୟ ମଧ୍ୟ ଥିଲେ । 2010 ଜାନୁୟାରୀ 6 ରେ ସେ ସମାଜବାଦୀ ପାର୍ଟିର ସମସ୍ତ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଦଳର ମୁଖ୍ୟ ମୁଲାୟମ ସିଂହ ଯାଦବ ତାଙ୍କୁ ଫେବୃଆରୀ 2ରେ ଦଳରୁ ବହିଷ୍କାର କରିଥିଲେ । ସେ 2011 ରେ କିଛି ସମୟ ପାଇଁ ନ୍ୟାୟିକ ହେପାଜତରେ ମଧ୍ୟ ରହିଥିଲେ। ଏହାପରେ ସେ ରାଜନୀତିରୁ ଅବସର ନେଇଥିଲେ । ପରିବାରକୁ ଅଧିକ ସମୟ ଦେବାକୁ ଚାହୁଁଥିବାରୁ ସେ ରାଜନୀତିରୁ ଅବସର ନେଇଥିବା କହିଥିଲେ । ତେବେ 2016 ମସିହାରେ ସେ ସମାଜବାଦୀ ପାର୍ଟିରେ ପୁଣି ଥରେ ଏଣ୍ଟ୍ରି କରିଥିଲେ । 2016 ରେ ଉତ୍ତରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସମେତ ଦଳର କେତେକ ସଦସ୍ୟଙ୍କ କଡ଼ା ବିରୋଧ ସତ୍ତ୍ବେ ସେ ସମାଜବାଦୀ ପାର୍ଟି ପକ୍ଷରୁ ରାଜ୍ୟସଭା ପାଇଁ ନିର୍ବାଚିତ ହୋଇଥିଲେ । ତାଙ୍କୁ ଅକ୍ଟୋବର 2016 ରେ ଦଳର ସାଧାରଣ ସମ୍ପାଦକ ଭାବରେ ପୁନଃନିଯୁକ୍ତି ମିଳିଥିଲା ।

ରାଜନୈତିକ ଯାତ୍ରା

କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ଆମେରିକା ସହିତ ପ୍ରସ୍ତାବିତ ଆଣବିକ ଚୁକ୍ତି ଉପରେ ସମର୍ଥନ ପ୍ରତ୍ୟାହାର କରିବା ପରେ ୟୁପିଏ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିଲା । ଏହି ସମୟରେ ଦିଲ୍ଲୀରେ ସିଂହଙ୍କର ଲୋକପ୍ରିୟତା ବୃଦ୍ଧି ପାଇଥିଲା । ସମାଜବାଦୀ ପାର୍ଟିର 39 ସଦସ୍ୟଙ୍କ ସହଯୋଗରେ ସିଂହ ୟୁପିଏ ସରକାରଙ୍କୁ ସମର୍ଥନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ତେବେ 2010 ଜାନୁଆରୀ 6 ରେ ତାଙ୍କୁ ଦଳ ତଥା ସଂସଦୀୟ ବୋର୍ଡ ଏବଂ ଏହାର ମୁଖପାତ୍ର ପଦବୀରୁ ବିଦା କରାଯାଇଥିଲା । ସେ ତାଙ୍କ ବ୍ଲଗ୍ ବ୍ୟବହାର କରି ସମାଜବାଦୀ ପାର୍ଟିରୁ ହଠାତ୍ ବିଦାୟ ନେଇଥିବା କଥା କହିଥିଲେ ।

ସିଂହ 2011 ମସିହାରେ ରାଷ୍ଟ୍ରୀୟ ଲୋକ ମଞ୍ଚ ନାମକ ଏକ ରାଜନୈତିକ ଦଳ ଗଠନ କରିଥିଲେ । 2012ରେ ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନରେ ​​ 403 ଟି ଆସନ ମଧ୍ୟରୁ 360 ଆସନରେ ସେ ନିଜ ପ୍ରାର୍ଥୀଙ୍କୁ ନିର୍ବାଚନ ମୈଦାନରେ ଓହ୍ଲାଇଥିଲେ । ତେବେ ତାଙ୍କ ଦଳ ଏହି ନିର୍ବାଚନରେ ​​ଗୋଟିଏ ବି ଆସନ ଜିତିନଥିଲା । ମାର୍ଚ୍ଚ 2014 ରେ ସେ ରାଷ୍ଟ୍ରୀୟ ଲୋକ ଦଳରେ ଯୋଗ ଦେଇଥିଲେ । ସେହିବର୍ଷ ସାଧାରଣ ନିର୍ବାଚନରେ ​​ଉତ୍ତରପ୍ରଦେଶର ଫତେହପୁର ସିକ୍ରିରୁ ସେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ହାରିଯାଇଥିଲେ।

ବ୍ୟକ୍ତିଗତ ଜୀବନ

ଅମର ସିଂହ ଉତ୍ତର ପ୍ରଦେଶ ଆଜମଗଡରେ ଏକ ରାଜ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ଅମର ସିଂହଙ୍କର ରାଜନୈତିକ ସହ ଫିଲ୍ମ ଜଗତ ସହ ମଧ୍ୟ ସମ୍ପର୍କ ରହିଥିଲା । ସେ ବଲିଉଡ ଫିଲ୍ମ 'ହମାରା ଦିଲ ଆପକେ ପାସ ହେ' ନାମକ ଫିଳ୍ମରେ ମଧ୍ୟ ଅଭିନୟ କରିଥିଲେ । ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଓ ଅମ୍ବାନୀ ପରିବାରଙ୍କ ସହ ତାଙ୍କ ସମ୍ପର୍କ ଅତି ଘନିଷ୍ଠ ଥିଲା । ଗତ ମାର୍ଚ୍ଚ ମାସରେ ଅମର ସିଂହଙ୍କ ମୃତ୍ୟୁକୁ ନେଇ ଏକ ମିଛ ଟ୍ଵିଟ ହୋଇଥିଲା । ଏହାର ଉତ୍ତରରେ ଅମର ସିଂହ ମଧ୍ୟ ରିଟ୍ଵିଟ୍‌ କରି ଲେଖିଥିଲେ ‘ଟାଇଗର ଜିନ୍ଦା ହେ’ ।

Last Updated : Aug 1, 2020, 7:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.