ETV Bharat / bharat

'ଏହା ସଂସଦ, କୌଣସି ବଜାର ନୁହେଁ'

author img

By

Published : Mar 5, 2020, 1:23 PM IST

ସାଂସଦଙ୍କ ଆଚରଣରେ କ୍ଷୁବ୍ଧ ପ୍ରକାଶ କଲେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଏହା ସଂସଦ, କୌଣସି ବଜାର ନୁହେଁ ବୋଲି ସେ କହିଛନ୍ତି ।

rajya-sabha
ରାଜ୍ୟସଭା

ନୂଆଦିଲ୍ଲୀ: ସାଂସଦଙ୍କ ଆଚରଣରେ କ୍ଷୁବ୍ଧ ପ୍ରକାଶ କଲେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଗୁରୁବାର ରାଜ୍ୟସଭାରେ କୋରୋନା ଭାଇରସକୁ ନେଇ ଚର୍ଚ୍ଚା ହୋଇଥିଲା । ଏହା ପରେ ଶୂନ୍ୟକାଳ ଘୋଷଣା କରିଥିଲେ ଭେଙ୍କିୟା ନାଇଡୁ । ଯାହାକୁ ବିରୋଧ କରିବା ସହ ଦିଲ୍ଲୀ ହିଂସାକୁ ନେଇ ତତ୍କାଳ ଚର୍ଚ୍ଚା କରିବାକୁ ଦାବି କରି ବିରୋଧୀ ଦଳ ସାଂସଦ ଲଗାତାର ନାରାବାଜି କରିଥିଲେ । ଏହାକୁ ଦେଖି ବିରକ୍ତ ପ୍ରକାଶ କରିଥିଲେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ । ବିରୋଧୀ ସାଂସଦଙ୍କ ଉପରେ କ୍ଷୁବ୍ଧ ପ୍ରକାଶ କରି ସେ କହିଥିଲେ, ଏହା ସଂସଦ, କୌଣସି ବଜାର ନୁହେଁ ।

ରାଜ୍ୟସଭା

ସେ ଏହା ମଧ୍ୟ କହିଥିଲେ ଯେ, ଯେଉଁ ସାଂସଦ ସଦନରେ ଉପସ୍ଥିତ ରହି ମଧ୍ୟ ପ୍ରସଙ୍ଗ ଉଠାଉନାହାନ୍ତି, ସେମାନଙ୍କୁ ଆଗାମୀ ଦିନରେ ମଧ୍ୟ କହିବାର ସୁଯୋଗ ଦିଆଯିବ ନାହିଁ । ଏହି ସମୟରେ କିଛି ସାଂସଦ ହଙ୍ଗାମା କରିଥିଲେ । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟସଭାକୁ ଆସନ୍ତାକାଲି ଦିନ 11ଟା ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି ଭେଙ୍କିୟା ନାଇଡୁ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.