ନୂଆଦିଲ୍ଲୀ: କୃଷି ବିଲ୍କୁ ବିରୋଧ କରି ଗୃହରେ ବିଶୃଙ୍ଖଳା ଆଚରଣ ପାଇଁ ସପ୍ତାହେ ପାଇଁ ନିଲମ୍ବିତ ହେଲେ 8 ସାଂସଦ । ରାଜ୍ୟସଭାରେ ହଙ୍ଗାମା କରିଥିବା 8 ସାଂସଦଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ । ଟିଏମସି ସାଂସଦ ଡେରିକ ଓ ବ୍ରାୟନ, ଆପ ସାଂସଦ ସଞ୍ଚୟ ସି, ରୁପିନ ବୋରା, ନାଜିର ହୁସେନ, କେକେ ରାଗେଶ, ଏ. କରିମ, ରାଜୁ ସାତଭ, ଡୋଲା ସେନଙ୍କୁ ସପ୍ତାହେ ପାଇଁ ନିଲମ୍ବନ କରାଯାଇଛି ।
ରବିବାର ରାଜ୍ୟସଭାରେ ହୋଇଥିବା ବିଶୃଙ୍ଖଳା ଆଚରଣକୁ ନେଇ ଅଧ୍ୟକ୍ଷ ଭେଙ୍କେୟା ନାଇଡୁ କ୍ଷୁବ୍ଧ ପ୍ରକାଶ କରିଛନ୍ତି । କିଛି ସାଂସଦ ବିରୋଧ କରିବାକୁ ଯାଇ କାଗଜ ଫିଙ୍ଗିବା ସହ ମାଇକ୍ ଭାଙ୍ଗିଥିଲେ । ନିୟମ ପୁସ୍ତକକୁ ମଧ୍ୟ ଫୋପାଡି ଦେଇଥିଲେ । ସାଂସଦଙ୍କ ଏଭଳି ଆଚରଣଙ୍କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ । ଏହାକୁ ନେଇ ଭେଙ୍କୟା ନାଇଡୁ ଏକ ଉଚ୍ଚ ସ୍ତରୀୟ ବୈଠକ ମଧ୍ୟ କରିଥିଲେ । ତେବେ ରାଜ୍ୟସଭା ଅଧ୍ୟକ୍ଷ ଉପାଧ୍ୟକ୍ଷଙ୍କ ବିରୋଧରେ ବିରୋଧୀ ଆଣିଥିବା ଅବିଶ୍ବାସ ପ୍ରସ୍ତାବ ଖାରଜ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ।
ସୂଚନାଯୋଗ୍ୟ, ରବିବାର ରାଜ୍ୟସଭାରେ 2ଟି କୃଷି ବିଲକୁ ଆଗତ କରିଥିଲେ କେନ୍ଦ୍ରକୃଷି ମନ୍ତ୍ରୀ। ଏହି ବିଲ ଉପରେ ଆଲୋଚନା ଏବଂ ଅନୁମୋଦନ ପାଇଁ ଉପାଧ୍ଯକ୍ଷ ଗୋଟାଏ ପରେ ବଢାଇବାକୁ ଲାଗି ମତାମତ ଲୋଡିବା କ୍ଷଣି ହଙ୍ଗମା ହୋଇଥିଲା । ଟିଏମସି ସାଂସଦ ଡେରିକ ଓ ବ୍ରାଇନ ହରିବଂଶ ନାରାୟଣଙ୍କ ନିକଟକୁ ଯାଇ ସଂସଦର ରୁଲ ବୁଲ ଚିରି ଦେଇଥିଲେ । ସେ ଉପାଧ୍ୟକ୍ଷଙ୍କ ମାଇକ ଛଡାଇବାକୁ ମଧ୍ୟ ଚେଷ୍ଟା କରିଥିଲେ । ଆପ୍ ସାଂସଦ ସଞ୍ଜୟ ସିଂ ମାଇକ ଭାଙ୍ଗି ଦେଇଥିଲେ । ଉଚ୍ଚ ସଦନରେ ଏଭଳି ଆଚରଣ କୁ ନେଇ ରାଜ୍ୟସଭା ଅଧ୍ୟକ୍ଷ ତ୍ରୀବ ଅସନ୍ତୋଷ ପ୍ରକାଶ କରିବା ସହ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ବସିଥିଲା ।