ETV Bharat / bharat

କୋଭିଡ 19 ସ୍କ୍ରିନିଂ ପାଇଁ ମୋବାଇଲ ଲାବ୍ ଉନ୍ମୋଚିତ - ପ୍ରତିରକ୍ଷା ମନ୍ତ୍ରୀ

ମୋବାଇଲ ଲାବ୍ ନିର୍ମାଣ କରିଛି ପ୍ରତିରକ୍ଷା ବିଭାଗ ରିସର୍ଚ୍ଚ ଏବଂ ବିକାଶ ସଂସ୍ଥା । ଏହାଦ୍ବାରା କୋଭିଡ 19 ସ୍କ୍ରିନିଂ କରିବା ସହଜ ହେବ । ଅଧିକ ପଢନ୍ତୁ...

କୋଭିଡ 19 ସ୍କ୍ରିନିଂ ପାଇଁ ମୋବାଇଲ ଲାବ୍ ଉନ୍ମୋଚିତ

author img

By

Published : Apr 23, 2020, 7:43 PM IST

ନୂଆଦିଲ୍ଲୀ: କୋଭିଡ 19 ସ୍କ୍ରିନିଂ ପାଇଁ ସରକାର ବିଭିନ୍ନ ପ୍ରକାର ଟେଷ୍ଟିଂ ଉପାୟ ଅବଲମ୍ବନ କରୁଛନ୍ତି । ଅନେକ ପରୀକ୍ଷା ମଧ୍ୟ ହେଉଛି । ଏହି ସମୟରେ ସରକାରଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି ଡିଆରଡିଓ ।

ଏକ ମୋବାଇଲ ଲାବ୍ ନିର୍ମାଣ କରିଛି ପ୍ରତିରକ୍ଷା ବିଭାଗ ରିସର୍ଚ୍ଚ ଏବଂ ବିକାଶ ସଂସ୍ଥା । ଏହାଦ୍ବାରା କୋଭିଡ 19 ସ୍କ୍ରିନିଂ କରିବା ସହଜ ହେବ । ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଆଣିବା କରିହେବ । ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ଉନ୍ମୋଚନ କରିଛନ୍ତି ।

ଏହି ଲାବ୍ ନାମ ରହିଛି ମୋବାଇଲ ଭିରୋଲୋଜି ରିସର୍ଚ୍ଚ ଏବଂ ଡାଏଗୋନୋଷ୍ଟିକ୍ସ ଲାବ୍ରୋଟୋରୀ । ଡିଆରଡିଓ ପକ୍ଷରୁ ନିର୍ମିତ ଏହି ଲାବ୍ ଦ୍ବାରା ପ୍ରତିରକ୍ଷା ବିଭାଗର କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ କୋଭିଡ 19 ଟେଷ୍ଟ ହେବ । ଏହାସହ ଅନ୍ୟ ଲୋକଙ୍କ ସ୍କ୍ରିନିଂ ମଧ୍ୟ ଏହାଦ୍ବାରା ହୋଇପାରିବ । ପ୍ରତିଦିନ 1000ରୁ ଅଧିକ ସ୍କ୍ରିନିଂ କରିବାର ଏହା କ୍ଷମତା ରଖିଛି ବୋଲି ଡିଆରଡିଓ ପ୍ରକାଶ କରିଛି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.