ETV Bharat / bharat

ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଫୋନରେ କଥା ହେଲେ ରାଜନାଥ

author img

By

Published : Jul 10, 2020, 3:28 PM IST

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ଦକ୍ଷିଣ କୋରିଆର ପ୍ରତିରକ୍ଷା ମନ୍ତ୍ରୀ ଜୋଙ୍ଗ କ୍ୟୋଙ୍ଗ-ଡୋଙ୍କ ସହ ଟେଲିଫୋନରେ ବାର୍ତ୍ତାଳାପ କରିଛନ୍ତି ।

ରାଜନାଥ ସିଂହ
ରାଜନାଥ ସିଂହ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ଦକ୍ଷିଣ କୋରିଆର ପ୍ରତିରକ୍ଷା ମନ୍ତ୍ରୀ ଜୋଙ୍ଗ କ୍ୟୋଙ୍ଗ-ଡୋଙ୍କ ସହ ଟେଲିଫୋନରେ ବାର୍ତ୍ତାଳାପ କରିଛନ୍ତି । ଉଭୟ ନେତା ବିଭିନ୍ନ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗର ଅଗ୍ରଗତି ସମୀକ୍ଷା କରିଥିଲେ । ଏହା ବ୍ୟତୀତ ଉଭୟ ଦେଶର ସଶସ୍ତ୍ର ବାହିନୀଙ୍କ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ପ୍ରୋତ୍ସାହିତ କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ |

ଉଭୟ ନେତା ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଶିଳ୍ପ ଏବଂ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ସହଯୋଗ କ୍ଷେତ୍ରରେ ଚୁକ୍ତିନାମା ଆଗେଇବାକୁ ସହମତି ପ୍ରକାଶ କରିଛନ୍ତି । ରାଜନାଥ ସିଂହ ଏବଂ ଜୋଙ୍ଗ କୋରୋନା ମହାମାରୀ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି । ଏହି ମହାମାରୀ ବିରୋଧରେ ଲଢିବାକୁ ମିଳିତ ଭାବରେ କାର୍ଯ୍ୟ କରିବାକୁ ସହମତି ପ୍ରକାଶ କରିଛନ୍ତି ଉଭୟ ନେତା ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ଭାରତ ଏବଂ ଦକ୍ଷିଣ କୋରିଆ ମହାମାରୀ କୋରୋନା ବିରୋଧରେ ଲଢିବାକୁ ଏକତ୍ରିତ ହୋଇଥିଲେ । କରୋନା ମହାମାରୀ ପରି ବିପତ୍ତି ସମୟରେ ଚୀନ ଶସ୍ତା ଓ ତ୍ରୁଟିଯୁକ୍ତ ଟେଷ୍ଟ କିଟ ବିକ୍ରି କରିବା ପରେ ଭାରତ ଦକ୍ଷିଣ-କୋରିଆ ନିର୍ମିତ କିଟ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.