ETV Bharat / bharat

SCO ବୈଠକରେ ଚୀନ ପ୍ରତିପକ୍ଷଙ୍କୁ ଭେଟିବେନି ରାଜନାଥ ସିଂ - ଋଷ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଶାଂଘାଇ ସହଯୋଗ ସଂଗଠନ (ଏସସିଓ) ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବା ପାଇଁ ରଷିଆ ଗସ୍ତ କରିଛନ୍ତି । ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ବୈଠକରେ ଆଞ୍ଚଳିକ ସୁରକ୍ଷା ପରିସ୍ଥିତି ଉପରେ ଆଲୋଚନା ହେବ । ଏହି ସମୟରେ ମନ୍ତ୍ରୀ ଚୀନ୍ ପ୍ରତିପକ୍ଷଙ୍କ ସହ ବୈଠକ ନାହିଁ ବୋଲି ସୂତ୍ରରୁ ପ୍ରକାଶ।

ଋଷ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ, ଏସସିଓ ବୈଠକରେ ଚୀନ ପ୍ରତିପକ୍ଷକୁ ଭେଟିବାର କାର୍ଯ୍ୟକ୍ରମ ନାହିଁ

author img

By

Published : Sep 2, 2020, 11:00 AM IST

ନୂଆଦିଲ୍ଲୀ: ରଷ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେଠାରେ ମନ୍ତ୍ରୀ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ। ଏହି ବୈଠକ ଏପରି ଏକ ସମୟରେ ଅନୁଷ୍ଠିତ ହେଉଛି ଯେତେବେଳେ ଏସସିଓର ଦୁଇ ପ୍ରମୁଖ ସଦସ୍ୟ ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ତିକ୍ତତା ଜାରି ରହିଛି।

ତେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ରେ ଚୀନ୍ ପ୍ରତିପକ୍ଷଙ୍କ ସହ ଭେଟିବାର କାର୍ଯ୍ୟକ୍ରମ ନାହିଁ ବୋଲି ସୂତ୍ରରୁ ପ୍ରକାଶ। ସେପ୍ଟେମ୍ବର 4 ରେ ଅନୁଷ୍ଠିତ ହେବାକୁ ଥିବା ଏସସିଓ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ଯୋଗଦେବା ବ୍ୟତୀତ ରଷର ପ୍ରତିରକ୍ଷା ମନ୍ତ୍ରୀ ସରୋଜ ଶୋଏଗୁ ଏବଂ ଅନ୍ୟାନ୍ୟ ବରିଷ୍ଠ ମିଲିଟାରୀ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ରହିଛି। ତେବେ ପ୍ରତିରକ୍ଷା କ୍ରୟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏହାକୁ କରାଯାଉଛି।

ମଇ ପହିଲାରୁ ଆରମ୍ଭ ହୋଇଥିବା ସୀମା ତିକ୍ତତାକୁ ଶେଷ କରିବା ପାଇଁ ଉଭୟ ପକ୍ଷ କୂଟନୈତିକ ଏବଂ ସାମରିକ ଆଲୋଚନା କରିଛନ୍ତି। ତେବେ ପୋଙ୍ଗଙ୍ଗର ହ୍ରଦ ଅଞ୍ଚଳରେ ସ୍ଥିତି ପରିବର୍ତ୍ତନ ପାଇଁ ଚୀନ୍‌ର ସର୍ବଶେଷ ପ୍ରୟାସରେ ଉତ୍ତେଜନା ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ଚୀନ ମଙ୍ଗଳବାର ପୁଣି ଥରେ ଭାରତୀୟ ସୀମା ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା । ଲଦ୍ଦାଖର ଚୁମାରରେ ବାସ୍ତବିକ ନିୟନ୍ତ୍ରଣ ରେଖା ଉପରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ ବି ଏହା ବିଫଳ ହୋଇଥିଲା ଏନେଇ ମଙ୍ଗଳବାର ମଧ୍ୟ ବ୍ରିଗେଡ୍ କମାଣ୍ଡର ସ୍ତରୀୟ ଆଲୋଚନା ମଧ୍ୟ କରାଯାଇଥିଲା।

ଯଦିଓ ରଷ ପୂର୍ବରୁ କହିଛି ଯେ ଭାରତ ଏବଂ ଚୀନ୍ ସୀମା ବିବାଦକୁ ବୁଝାମଣା ମାଧ୍ୟମରେ ସମାଧାନ କରିବା ଉଚିତ। ଏବଂ ଏହି ଅଞ୍ଚଳର ସ୍ଥିରତା ପାଇଁ ଦୁଇ ଦେଶ ମଧ୍ୟରେ ଏକ 'ଗଠନମୂଳକ' ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ।

କୋରାନା ଭାଇରସ ମହାମାରୀ ସମୟରେ ଜୁନ୍ ପରେ ଏହା ହେଉଛି ରାଜନାଥ ସିଂଙ୍କ ଦ୍ୱିତୀୟ ମସ୍କୋ ଗସ୍ତ। ଶେଷ ଥର ପାଇଁ ସେ 24 ଜୁନରେ ଭିକ୍ଟ୍ରି ଡେ ପରେଡରେ ଭାଗ ନେବାକୁ ଋଷ ଗସ୍ତରେ ଆସିଥିଲେ । କାର୍ଯ୍ୟକ୍ରମ ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀ 5 ସେପ୍ଟେମ୍ବରରେ ଭାରତ ଫେରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.