ETV Bharat / bharat

'ସୀମାରେ ଶାନ୍ତିର ପୁନରୁଦ୍ଧାର ପାଇଁ ଆଲୋଚନା ଜାରି ରଖିବା ଆବଶ୍ୟକ'

author img

By

Published : Sep 5, 2020, 3:52 PM IST

ଏଲଏସିରେ ଶାନ୍ତିର ପୁନରୁଦ୍ଧାର ସୁନିଶ୍ଚିତ କରିବା ପାଇଁ ଭାରତ ଏବଂ ଚୀନକୁ କୂଟନୈତିକ ଏବଂ ସୈନ୍ୟ ଚ୍ୟାନେଲ ମାଧ୍ୟମରେ ଆଲୋଚନା ଜାରି ରଖିବା ଉଚିତ ବୋଲି ଚୀନକୁ ସ୍ପଷ୍ଟ ଭାବରେ କହିଛନ୍ତି ରାଜନାଥ ସିଂ ।

'ସୀମାରେ ଶାନ୍ତିର ପୁନରୁଦ୍ଧାର ପାଇଁ ଆଲୋଚନା ଜାରି ରଖିବା ଆବଶ୍ୟକ'
'ସୀମାରେ ଶାନ୍ତିର ପୁନରୁଦ୍ଧାର ପାଇଁ ଆଲୋଚନା ଜାରି ରଖିବା ଆବଶ୍ୟକ'

ନୂଆଦିଲ୍ଲୀ: ପୂର୍ବଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖାରେ ପ୍ରାୟ 4 ମାସରୁ ଭାରତ ଏବଂ ଚୀନ ମଧ୍ୟରେ ବିବାଦ ଜାରି ରହିଛି । ଇତି ମଧ୍ୟରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ନିଜର ଚୀନ ପ୍ରତିପକ୍ଷ ୱୀ ଫେଙ୍ଗେଙ୍କ ସହ ବୈଠକ କରିଛନ୍ତି । ତେବେ ଏହି ବୈଠକରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଚୀନକୁ ବାର୍ତ୍ତା ଦେଇଛନ୍ତି । ଏଲଏସିରେ ଶାନ୍ତିର ପୁନରୁଦ୍ଧାର ସୁନିଶ୍ଚିତ କରିବା ପାଇଁ ଭାରତ ଏବଂ ଚୀନକୁ କୂଟନୈତିକ ଏବଂ ସୈନ୍ୟ ଚ୍ୟାନେଲ ମାଧ୍ୟମରେ ଆଲୋଚନା ଜାରି ରଖିବା ଉଚିତ ବୋଲି ଚୀନକୁ ସ୍ପଷ୍ଟ ଭାବରେ କହିଛନ୍ତି ରାଜନାଥ ସିଂ ।

ତେବେ ବୈଠକକୁ ନେଇ ଶନିବାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି । ଉଭୟ ମନ୍ତ୍ରୀ ବୈଠକରେ ଭାରତ-ଚୀନ ସୀମା କ୍ଷେତ୍ର ସମେତ ଉଭୟ ଦେଶର ସମ୍ପର୍କ ବିକାଶକୁ ନେଇ ମଧ୍ୟ ଆଲୋଚନା କରିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ତେବେ ଚୀନର ପିପୁଲ୍ସ ଲିବରେଶନ ଆର୍ମି ଏଲଏସିର ସ୍ଥିତାବସ୍ଥା ପରିବର୍ତ୍ତନ କରିବାର ପ୍ରୟାସ ଦ୍ବିପାକ୍ଷିକ ଚୁକ୍ତିର ଉଲ୍ଲଂଘନ ବୋଲି ଆଲୋଚନା ସମୟରେ ଚୀନକୁ କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ । ଗତ କିଛି ମାସ ଧରି ଭାରତ-ଚୀନ ସୀମାବର୍ତ୍ତୀ ଅଞ୍ଚଳର ଗଲୱାନ ଉପତ୍ୟକା ସମେତ ପ୍ରକୃତ ନିୟନ୍ତ୍ରଣ ରେଖାରେ ହୋଇଥିବା ଘଟଣାକ୍ରମକୁ ନେଇ ଭାରତର ପକ୍ଷ ରଖିଛନ୍ତି ରାଜନାଥ ସିଂହ । ସୀମାରେ ଚୀନ ପକ୍ଷରୁ ହେଉଥିବା ବହୁ ସଂଖ୍ୟକ ସୈନିକ ନିୟୋଜନ, ସେମାନଙ୍କ ଆକ୍ରମଣାତ୍ମକ ଆଚରଣ ଏବଂ ସ୍ଥିତାବସ୍ଥା ପରିବର୍ତ୍ତନ କରିବାକୁ ଏକପାଖିଆ ଉଦ୍ୟମ ଦ୍ବିପାକ୍ଷିକ ଚୁକ୍ତିର ଉଲ୍ଲଂଘନ ବୋଲି ମନ୍ତ୍ରୀ କହିଛନ୍ତି।

ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ଚୀନକୁ ସ୍ପଷ୍ଟ ରୂପରେ କହିଥିଲେ ଯେ, ଭାରତୀୟ ସୈନିକ ସର୍ବଦା ସୀମା ପରିଚାଳନା ପ୍ରତି ଦାୟୀତ୍ବବାନ ମନୋଭାବ ଆପଣାଇଛନ୍ତି । କିନ୍ତୁ ଭାରତର ସାର୍ବଭୌମତ୍ବ ଏବଂ ଆଞ୍ଚଳିକ ଅଖଣ୍ଡତାର ରକ୍ଷା ପାଇଁ ସେମାନେ ସଂକଳ୍ପବଦ୍ଧ । ଏହାକୁ ନେଇ କୌଣସି ପ୍ରକାର ସନ୍ଦେହ ରହିବା ଉଚିତ ନୁହେଁ ବୋଲି ରାଜନାଥ ସିଂ ଚୀନକୁ କହିଛନ୍ତି ।

ତେବେ ଉଭୟ ପକ୍ଷର ନେତାଙ୍କୁ ପାରସ୍ପରିକ ସହମତି ଦ୍ବାରା ଭବିଷ୍ୟତ କଥା ବିଚାର କରିବା ଉଚିତ ବୋଲି ଚୀନ ପ୍ରତିପକ୍ଷ ୱୀ ଫେଙ୍ଗେଙ୍କୁ କହିଛନ୍ତି ରାଜନାଥ ସିଂହ । ସେ କହିଛନ୍ତି, ଦ୍ବିପାକ୍ଷିକ ସମ୍ବନ୍ଧର ବିକାଶ ପାଇଁ ଭାରତ-ଚୀନ ସୀମା କ୍ଷେତ୍ରରେ ଶାନ୍ତିର ପୁନରୁଦ୍ଧାର ଆବଶ୍ୟକ । ମଦଭେଦ ଯେପରି ହିଂସାରେ ପରିଣତ ନହୁଏ ସେ ଦିଗରେ ଉଭୟ ପକ୍ଷକୁ ଧ୍ୟାନ ଦେବାକୁ ହେବ ବୋଲି ରାଜନାଥ ସିଂ କହିଛନ୍ତି । କୌଣସି ବି ପକ୍ଷକୁ ଏଭଳି କୌଣସି କାର୍ଯ୍ୟାନୁଷ୍ଠାନ ନେବା ଉଚିତ ନୁହେଁ ଯାହା ଦ୍ବାରା ପରିସ୍ଥିତି ଆହୁରୀ ଗମ୍ଭୀର ହେବ । ଉଭୟ ପକ୍ଷକୁ କୂଟନୈତିକ ଏବଂ ସାମରିକ ସ୍ତରରେ ଆଲୋଚନା ଜାରି ରଖିବା ଉଚିତ । ସୀମାବର୍ତ୍ତୀ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରି ଖୁବଶୀଘ୍ର ଏଲଏସିରେ ଶାନ୍ତିର ପୁନରୁଦ୍ଧାର କରିବା ଆବଶ୍ୟକ ବୋଲି ରାଜନାଥ ସିଂହ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.