ETV Bharat / bharat

ଭାରତ-ଚୀନ ସେନା ମୁହାଁମୁହିଁ ଘଟଣା: 3 ସେନା ପ୍ରମୁଖଙ୍କ ସହ ରାଜନାଥ ସିଂହଙ୍କ ବୈଠକ - lac situation

ପୂର୍ବ ଲଦାଖର ଗାଲୱାନ ଘାଟିରେ ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ଘଟଣାର ଅନୁଧ୍ୟାନ କରୁଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ।

 ରାଜନାଥ ସିଂହ
ରାଜନାଥ ସିଂହ
author img

By

Published : Jun 17, 2020, 12:29 PM IST

ନୂଆଦିଲ୍ଲୀ: ବିଶ୍ବକୁ କୋରୋନା ସଙ୍କଟରେ ପକାଇଥିବା ଚୀନ ଏବେ ଭାରତ ସୀମାରେ ଅଶାନ୍ତି ପରିସ୍ଥିତି ସୃଷ୍ଟି କରିଛି । ପୂର୍ବ ଲଦାଖରେ ଲାଗିରହିଥିବା ଭାରତ ଚୀନ ବିବାଦ ଏବେ ଉଗ୍ରରୂପ ଧାରଣ କରିଛି । ପୂର୍ବ ଲଦାଖର ଗାଲୱାନ ଘାଟିରେ ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ଘଟଣାର ଅନୁଧ୍ୟାନ କରୁଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ।

ସିଡିଏସ ବିପିନ ରାୱତଙ୍କ ସମେତ ତିନି ସେନା ପ୍ରମୁଖଙ୍କ ସହ ବୈଠକ କରୁଛନ୍ତି ସେ । ଏହା ବ୍ୟତୀତ ସେ ଭାରତ-ଚୀନ ପ୍ରକୃତ ନିୟନ୍ତ୍ରଣ ରେଖାର ବର୍ତ୍ତମାନ ସ୍ଥିତିକୁ ନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆଲୋଚନା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଜୁନ୍ 15 ଓ 16 ବିଳମ୍ବିତ ରାତିରେ ଲଦାଖର ଗାଲୱାନ୍ ଉପତ୍ୟକାରେ ଭାରତ ଓ ଚୀନ ସେନା ମଧ୍ୟରେ ହିଂସାତ୍ମକ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ​​ଉଭୟ ସେନାଙ୍କ ଧସ୍ତାଧସ୍ତି ଓ ମାଡପିଟରେ ଜଣେ ଭାରତର ଜଣେ କମାଣ୍ଡିଂ ଅଫିସରଙ୍କ ସମେତ 2 ଯବାନ ଶହୀଦ ହୋଇଥିଲେ। ଏହାପରେ ସନ୍ଧ୍ୟା ସୁଦ୍ଧା ଆଉ 17 ଜଣ ଯବାନ ଶହୀଦ ହୋଇଥିବା ସେନା ସୂତ୍ରରୁ ନିଶ୍ଚିତ କରାଯାଇଥିଲା। ଅନ୍ୟପକ୍ଷରେ ଭାରତର ପାଲଟା ଜବାବରେ ଚୀନର କମାଣ୍ଡିଂ ଅଫିସରଙ୍କ ସମେତ ପ୍ରାୟ 40ରୁ ଉର୍ଦ୍ଧ୍ବ ଚୀନ ସୈନିକ ମୃତାହତ ହୋଇଥିବା ଜଣାପଡିଛି । ହେଲେ ଚୀନ ଏହି ଖବରକୁ ଅସ୍ବିକାର କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.