ETV Bharat / bharat

ଋଷରେ ବିଜୟ ଦିବସ ପରେଡରେ ରାଜନାଥ ସିଂହଙ୍କ ଯୋଗଦାନ

ଋଷରେ ପାଳିତ ହୋଇଛି ବିଜୟ ଦିବସ ପରେଡ । ଏଥିରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାଗ ନେଇଛନ୍ତି । ଅଧିକ ପଢନ୍ତୁ,,,

ଋଷରେ ବିଜୟ ଦିବସ ପରେଡରେ ରାଜନାଥ ସିଂହଙ୍କ ଯୋଗଦାନ
ଋଷରେ ବିଜୟ ଦିବସ ପରେଡରେ ରାଜନାଥ ସିଂହଙ୍କ ଯୋଗଦାନ
author img

By

Published : Jun 24, 2020, 4:57 PM IST

ମସ୍କୋ: ବୁଧବାର ଋଷରେ ପାଳିତ ହୋଇଛି ବିଜୟ ଦିବସ ପରେଡ । ଏଥିରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାଗ ନେଇଛନ୍ତି । ମସ୍କୋର ରେଡ ସ୍କୋୟାରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ ଯୋଗଦେଇଥିବା ନିଜ ଟ୍ବିଟରରେ ସୂଚନା ଦେଇଛନ୍ତି ।

ରାଜନାଥ ଲେଖିଛନ୍ତି ଯେ 1941-45ରେ ଘଟିଥିବା ମହାନ ଦେଶଭକ୍ତିପୂର୍ଣ୍ଣ ଯୁଦ୍ଧରେ ସୋଭିଏତ ଲୋକଙ୍କ ବିଜୟ ହୋଇଥିଲା । ଏହାର 75 ତମ ବାର୍ଷିକୀ ଅବସରରେ ରେଡ ସ୍କୋୟାରରେ ଆୟୋଜିତ ହୋଇଛି ବିଜୟ ଦିବସ ପରେଡ । ଏହି ପରେଡରେ ଭାରତୀୟ ସଶସ୍ତ୍ର ବଳର ଏକ ତ୍ରିସେବା କଣ୍ଟିନଜେଣ୍ଟ ଭାଗ ନେଇଥିବାରୁ ସେ ନିଜକୁ ଗୌରବାନିତ୍ବ ମନେ କରୁଥିବା ଟ୍ବିଟରେ ଲେଖିଛନ୍ତି ।

ପ୍ରକାଶ ଥାଉ କି ନାଜି ଜର୍ମାନୀଙ୍କ ଉପରେ ଋଷର ବିଜୟ ନେଇ ପ୍ରତିବର୍ଷ ଏହି ପରେଡ ଆୟୋଜିତ ହୋଇଥାଏ । ପ୍ରକୃତରେ ଏହି ବିଜୟ ଦିବସ ପରେଡ ମେ 9ରେ ଆୟୋଜିତ ହେବାର ଥିଲା । ହେଲେ କୋରୋନା ପରିସ୍ଥିତି ଯୋଗୁଁ ଏହାକୁ ଜୁନ୍ 24 ଯାଏଁ ଘୁଞ୍ଚାଇ ଦିଆଯାଇଥିଲା । ଏହା ଏକ ସଂଯୋଗ ଯେ 1945ରେ ଏହି ନୂଆ ଡେଟ୍ ଦିନ ହିଁ ପ୍ରଥମ ବିଜୟ ପରେଡ ଆୟୋଜିତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.