ETV Bharat / bharat

କାହା ଆଗରେ ମୁଣ୍ଡ ନୁଆଁଇବୁ ନାହିଁ, ଦେଶର ଅଖଣ୍ଡତା ସହିତ ସାଲିସ ହେବନି: ରାଜନାଥ ସିଂ - ଭାରତ-ଚୀନ ବିବାଦ

ଭାରତ-ଚୀନ ସୀମାକୁ ନେଇ ଆଜି ରାଜ୍ୟସଭାରେ ନିଜର ମନ୍ତବ୍ୟ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପୂର୍ବରୁ ଲୋକସଭାରେ ସୀମାରେ ସ୍ଥିତି କିପରି ରହିଛି ସେନେଇ ଅବଗତ କରିଥିବାବେଳେ ଆଜି ରାଜ୍ୟସଭାରେ ପ୍ରତିରକ୍ଷାମନ୍ତ୍ରୀ ମଧ୍ୟ ସ୍ଥିତିକୁ ନେଇ ଅବଗତ କରାଇଛନ୍ତି । ଅଧିକ ପଢନ୍ତୁ...

ରାଜନାଥ ସିଂ
ରାଜନାଥ ସିଂ
author img

By

Published : Sep 17, 2020, 1:54 PM IST

Updated : Sep 17, 2020, 2:55 PM IST

ନୂଆଦିଲ୍ଲୀ: ଭାରତ-ଚୀନ ସୀମାକୁ ନେଇ ଆଜି ରାଜ୍ୟସଭାରେ ନିଜର ମନ୍ତବ୍ୟ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପୂର୍ବରୁ ଲୋକସଭାରେ ସୀମାରେ ସ୍ଥିତି କିପରି ରହିଛି ସେନେଇ ଅବଗତ କରିଥିବାବେଳେ ଆଜି ରାଜ୍ୟସଭାରେ ପ୍ରତିରକ୍ଷାମନ୍ତ୍ରୀ ମଧ୍ୟ ସ୍ଥିତିକୁ ନେଇ ଅବଗତ କରାଇଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଦାଖ ଗସ୍ତରେ ଯାଇ ଯବାନଙ୍କୁ ଭେଟିଛନ୍ତି ଏବଂ ମୁଁ ମଧ୍ୟ ଲଦାଖକୁ ଯାଇ ଯବାନମାନଙ୍କ ସହିତ ସମୟ ଅତିବାହିତ କରିଛି ଓ ସେମାନଙ୍କ ଶକ୍ତି ଅନୁଭବ କରିଛି |

ରାଜନାଥ ସିଂ

ଭାରତ ଓ ଚୀନ ସୀମାକୁ ନେଇ ଦେଖାଯାଇଥିବା ବିବାଦ ଉପରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି,‘ଶାନ୍ତି ବଜାୟ ରଖିବା ପାଇଁ ଅନେକ ଚୁକ୍ତି କରାଯାଇଛି । ହେଲେ ଚୀନ ପ୍ରକୃତ ସୀମାକୁ ମାନୁନାହିଁ । ପୂର୍ବରୁ 1950 ଓ 60 ଦଶକରେ ଉଭୟ ଦେଶ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ସିନ୍ଧାନ୍ତ ମିଳିନାହିଁ ।’

ଚୀନ ଭାରତର ଲଦାଖରେ ପାଖିପାଖି 38ହଜାର ବର୍ଗକିମି ଅବୈଧ କବଜା କରିଛି । ଏହାସହ ପାକିସାନ୍ତ ଅଧିକୃତ କାଶ୍ମୀରର ମଧ୍ୟ 5,180 ବର୍ଗ କିମି ଚୀନ କବଜା କରିଛି । ସେହିପରି ଅନୁଣାଚଳ ପ୍ରଦେଶରେ ପାଖାପାଖି 90 ହଜାର ବର୍ଗ କିମି ଭାରତୀୟ ଅଞ୍ଚଳକୁ ଚୀନ ନିଜର ବୋଲି ଦାବି କରୁଛି ବୋଲି ସେ କହିଛନ୍ତି ।

ରାଜନାଥ ସିଂ ସଂସଦରେ ବିବୃତ୍ତି ଦେଇଛନ୍ତି ଯେ, ‘1988 ମସିହାରୁ ଚୀନ ସହ ସମ୍ପର୍କ ସୁଧୁରିଥିଲା, କିନ୍ତୁ 1993 ଚୁକ୍ତିନାମା ଅନୁଯାୟୀ ଉଭୟ ଦେଶ ସୀମାରେ ସୈନ୍ୟ ସଂଖ୍ୟା ହ୍ରାସ କରିବେ ।’ 2003 ପର୍ଯ୍ୟନ୍ତ ଉଭୟ ଦେଶ ସୀମା ବିବାଦ ବିଷୟରେ ଆଲୋଚନା କରିଥିଲେ, କିନ୍ତୁ ଏହା ପରେ ଚୀନ ଏହାକୁ ଆଗକୁ ନେଇ ନଥିଲା । ସେବେଠାରୁ ଉତ୍ତେଜନା ଦେଖାଦେଇଥିବା ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ।

ତେବେ ଏସବୁ ଭିତରେ ଉଭୟ ଦେଶ ମାନିଛନ୍ତି ଯେ, ଶାନ୍ତିପୂର୍ଣ୍ଣ ଭାବେ ଏହି ବିବାଦର ସମାଧାନ କରାଯିବ । ତେବେ ଚୀନର କହିବା ଓ କରିବାରେ ଫରକ ରହୁଛି । ଏଲଏସିରେ ଚୀନ ଯଥାସ୍ଥିତିକୁ ବଦଳାଇବାକୁ ଚେଷ୍ଟା କରୁଛି । କିନ୍ତୁ ଭାରତୀୟ ସେନା ଏହାର ଜବାବ ଦେବା ସହ ଚୀନ ସୈନିକଙ୍କ ଅନେକ କ୍ଷତି ଘଟାଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

ଏପ୍ରିଲ ମାସରୁ ଚୀନ ସୀମାରେ ଅଧିକ ସେନା ମୁତୟନ କରିଥିଲା । ମେ ମାସରେ ଅନେକ ଅଞ୍ଚଳରେ ପେଟ୍ରୋଲିଂ ସମୟରେ ଦୁଇ ଦେଶର ସୈନ୍ୟ ମୁହାଁମୁହିଁ ସ୍ଥିତିରେ ପହଞ୍ଚିଥିଲେ । ଏହାକୁ ସମାଧାନ ପାଇଁ ଉଭୟ ଦେଶ ମଧ୍ୟରେ ସେହି ଅଞ୍ଚଳରେ ଉଭୟ ଦେଶ ସେନା ମଧ୍ୟରେ ଆଲୋଚନା ଚାଲିଥିଲା । ହେଲେ ଏହି ସମୟରେ ଚୀନ ପକ୍ଷରୁ ସୀମାର କିଛି ଅଞ୍ଚଳରେ ପସିବାକୁ ଚେଷ୍ଟା କରାଯାଇଥିଲା । ଏହାକୁ ଠିକ୍‌ ସମୟରେ ଭାରତୀୟ ସେନା ଦେଖିବା ସହ ଜବାବ ମଧ୍ୟ ଦେଇଥିଲା ।

ଏହାପରେ ଆମେ ଚୀନକୁ ସଫା ସଫା କହିଥିଲୁ କି ଚୀନର ଏପରି ଗତିବିଧିକୁ କୌଣସି ବି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ । ସୀମାରେ ଉତ୍ତେଜନାକୁ ଦେଖି ଭାରତ ପକ୍ଷରୁ ସେନାସ୍ତରରେ ଆଲୋଚନା ମଧ୍ୟ କରାଯାଇଛି ବୋଲି ସେ କହିଛନ୍ତି । ତେବେ ଜୁନ 15 ତାରିଖରେ ସୀମାରେ ଯେଉଁ ସଂଘର୍ଷ ଘଟିଥିଲା ସେଥିରେ ଆମର 19 ଯବାନ ଶହୀଦ ହୋଇଥିଲେ । ହେଲେ ଆମ ଯବାନ ମାନେ ମଧ୍ୟ ଚୀନକୁ ବହୁତ କ୍ଷତି ପହଞ୍ଚାଇଥିଲେ ।

ସେହିପରି ଆମ ସୀମାରେ ବିବାଦର ସମାଧାନ ପାଇଁ ଭାରତ ପ୍ରତିବଦ୍ଧ। ମୁଁ ଋଷ ଗସ୍ତ ସମୟରେ ଚୀନର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପରିସ୍ଥିତି ନେଇ ଅବଗତ କରାଇଛି । ମୁଁ ଏହା ମଧ୍ୟ କହିଛି ଯେ ଆମେ ଏହି ସମସ୍ୟାର ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାକୁ ଚାହୁଁଛୁ । ଆମେ ଏହା ମଧ୍ୟ ସ୍ପଷ୍ଟ କରିଛୁ ଯେ ଭାରତର ଅଖଣ୍ଡତା ଏବଂ ସାର୍ବଭୌମତ୍ବ ରକ୍ଷା କରିବାକୁ ଆମେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ମନ୍ତ୍ରୀ କହିଛନ୍ତି ।

ଆମ ସରକାର ସୀମାରେ ରାସ୍ତା ଓ ବ୍ରିଜ୍‌କୁ ବଢାଇଛନ୍ତି । ଦେଶ ହିତକୁ ନେଇ ଆମକୁ ଯେତେବଡ ବି ପଦକ୍ଷେପ ଉଠାଇବାକୁ ପଡିଲେ ବି ଆମେ ପଛକୁ ହଟିବୁ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

Last Updated : Sep 17, 2020, 2:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.