ETV Bharat / bharat

ଦୁଇ ଦିନିଆ ଏଲଏସି ଗସ୍ତରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ

author img

By

Published : Jul 17, 2020, 8:04 AM IST

ପ୍ରଧାନମନ୍ତ୍ରୀଙ୍କ ପରେ ରାଜନାଥ ସିଂଙ୍କ 2 ଦିନିଆ ଏଲଏସି ଗସ୍ତ । ସୀମା ସ୍ଥିତି ସମୀକ୍ଷା ସହ ଯବାନଙ୍କ ସହ କରିବେ ଆଲୋଚନା । ଅଧିକ ପଢନ୍ତୁ...

ଦୁଇ ଦିନିଆ ଏଲଏସି ଗସ୍ତରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ
ଦୁଇ ଦିନିଆ ଏଲଏସି ଗସ୍ତରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦରେ ସମ୍ପୂର୍ଣ୍ଣ ପୂର୍ଣ୍ଣଚ୍ଛେଦ ପଡିପାରୁ ନାହିଁ । ଏହି ସମୟରେ 2 ଦିନିଆ ଏଲଏସି ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରାଜନାଥ ସିଂଙ୍କ ସମେତ ସିଡିଏସ ମୁଖ୍ୟ ବିପିନ ରାୱତ ଓ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରେୱେଣ ମଧ୍ୟ ଗସ୍ତ କରିବେ । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ରାଜନାଥ ସିଂ ଲଦାଖ ଓ ଜମ୍ମୁ-କାଶ୍ମୀରର ସ୍ଥିତି ସମୀକ୍ଷା କରିବେ ।

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଟ୍ବିଟ କରି କହିଛନ୍ତି, ମୁଁ ଲଦାଖ ଓ ଜମ୍ମୁ-କାଶ୍ମୀରକୁ 2 ଦିନିଆ ଗସ୍ତ କରୁଛି। ସୀମା ସ୍ଥିତି ଉପରେ ସମୀକ୍ଷା କରିବି ଏବଂ ସୀମାରେ ନିୟୋଜିତ ସଶସ୍ତ୍ର ବାହିନୀର କର୍ମଚାରୀଙ୍କ ସହ ଆଲୋଚନା କରିବି ।

ଏହା ପୂର୍ବରୁ ଜୁଲାଇ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଚାନକ ଲେହ ଗସ୍ତ କରିଥିଲେ । ଏହି ସମୟରେ ସେ ସୈନିକଙ୍କ ସହ ସାକ୍ଷାତକାର କରିବା ସହ ସେମାନଙ୍କ ମନୋବଳକୁ ଉତ୍ସାହିତ କରିଥିଲେ ।

ସୂଚନାଯୋଗ୍ୟ, ଜୁନ 15-16 ତାରିଖରେ ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତୀୟ ଓ ଚୀନ ସେନାଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଥିଲା । ଭାରତୀୟ 20 ଯବାନଙ୍କୁ ଶହୀଦ ହେବାକୁ ପଡିଥିଲା । ଏହା ପରେ ଉଭୟ ଦେଶରେ ସୀମାକୁ ନେଇ ବିବାଦ ଦେଇଦେଇଛି । ଏଥିପାଇଁ କମାଣ୍ଡର ସ୍ତରୀୟ ଆଲୋଚନା କରାଯାଇ ବିବାଦକୁ ସମାଧାନ କରିବାକୁ ପ୍ରୟାସ ଜାରି ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.