ETV Bharat / bharat

ପବଜି ବ୍ୟାନ ନେଇ ଗୁଗୁଲକୁ ଚିଠି ଲେଖିଲା ରାଜକୋଟ ପୋଲିସ

ଟିକଟକ ପରେ ଏବେ ପବଜି ପାଳି । ଗେମ ଖେଳିବା ଦ୍ବାରା ୟୁଜର୍ସଙ୍କ ଉପରେ ପଡୁଛି କୁପ୍ରଭାବ। ପ୍ଲେ ଷ୍ଟୋରରୁ ହଟାଇବାକୁ ଗୁଗୁଲକୁ ଚିଠି ଲେଖିଲା ଗୁଜୁରାଟର ରାଜକୋଟ ପୋଲିସ ।

author img

By

Published : Apr 20, 2019, 8:09 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଗୁଜୁରାଟ: ଦେଶରେ ଯେଉଁଭଳି ଚୀନର ଆପ ଯୋଗୁଁ ଲୋକଙ୍କ ଉପରେ ଖରାପ ପ୍ରଭାବ ପଡୁଛି । ଏହାକୁ ଆଖି ଆଗରେ ରଖି ବହୁ ଲୋକପ୍ରିୟ ଭିଡିଓ ସେୟାରିଙ୍ଗ ଆପ ଟିକଟକକୁ ଗୁଗୁଲ ଓ ଆପେଲ ନିଜ ଆପଲିକେସନ ଷ୍ଟୋରରୁ ହଟାଇ ଦେଇଛନ୍ତି । ଏହାପରେ ଏବେ ରାଜକୋଟ ପୋଲିସ ପବଜି ଉପରେ ବ୍ୟାନ ଲଗାଇବା ପାଇଁ ଅଣ୍ଟା ଭିଡିଛି ।

ଏହାକୁ ନେଇ ରାଜକୋଟ ପୋଲିସ ଗୁଗୁଲକୁ ଚିଠି ଲେଖିଛି । ଯେଉଁଥିରେ ଗୁଗୁଲ ପ୍ଲେ ଷ୍ଟୋରରୁ ପବଜିକୁ ଡାଉନଲୋଡରୁ ହଟାଇବା ପାଇଁ ଲେଖାହୋଇଛି । ସେ ଆହୁରି ମଧ୍ୟ କହିଛି ଗୁଜୁରାଟର ରାଜକୋଟରେ ପବଜିକୁ ବ୍ୟାନ କରାଯାଇଛି । ଏହାସହ ଉକ୍ତ ଅଞ୍ଚଳକୁ ଆଇପି ଆଡ୍ରେସ ଜରିଆରେ ପବଜିକୁ ଡାଉନଲୋଡରୁ ବ୍ୟାନ କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି । ପୂର୍ବରୁ ମଧ୍ୟ ରାଜକୋଟରେ ଗେମ ଖେଳୁଥିବା ୟୁଜର୍ସଙ୍କୁ ମଧ୍ୟ ଗିରଫ କରାଯାଇଥିଲା ଆଉ ଏବେ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିଛି ।

ତେବେ ଏହି ଗେମ ଖେଳିବା ଦ୍ବାରା ୟୁଜର୍ସଙ୍କ ଉପରେ କୁପ୍ରଭାବ ପଡୁଛି । କେବଳ ସେତିକି ନୁହେଁ, ଏହାଦ୍ବାରା ଛୋଟ ପିଲାମାନେ ପାଗଳାମିର ଶିକାର ହେଉଥିବା ଘଟଣା ସାମ୍ନାକୁ ଆସିଛି । ଯାହା ତାଙ୍କ ମାତା ପିତାଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏହା ପୂର୍ବରୁ ମଧ୍ୟ ବହୁ ୟୁଜର୍ସ ଏହାକୁ ଖେଳି ପାଗଳାମିର ଶିକାର ହୋଇଥିବାବେଳେ ତାଙ୍କୁ ଏହି ଖେଳରୁ ରୋକା ଯିବାରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ଏହି ଗେମକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.