କୋଲକାତା: କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାର ଆଗୁଆ ଜାମିନ ସମୟ ଅବଧିକୁ ବୃଦ୍ଧି କରିବା ପାଇଁ ସର୍ବୋଚ୍ଚ ନ୍ଯାୟାଳୟଙ୍କ ଦ୍ବାରସ୍ଥ ହୋଇଛନ୍ତି ।
କୋଲକାତାରେ ଆଇନଜୀବୀଙ୍କ ଆନ୍ଦୋଳନ କାରଣରୁ ଆଗୁଆ ଜାମିନ ଆବେଦନ କରିବାରେ ରାଜୀବ କୁମାର ବିଫଳ ହେବାରୁ ସର୍ବୋଚ୍ଚ କୋର୍ଟ ଦେଇଥିବା ସମୟକୁ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ସିବିଆଇର ଅନୁରୋଧ ପରେ ରାଜୀବଙ୍କୁ ମିଳିଥିବା ମଧ୍ୟବର୍ତ୍ତୀ କାଳୀନ ସୁରକ୍ଷାକୁ ସୁପ୍ରିମକୋର୍ଟ ଉଠାଇ ଦେଇଥିଲେ ଓ 7 ଦିନ ମଧ୍ୟରେ ସମସ୍ତ ଆଇନଗତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ।