ETV Bharat / bharat

ରାଜସ୍ଥାନ ରାଜନୀତି: ଆଜି ଦେଶର ସମସ୍ତ ରାଜଭବନ ସାମ୍ନାରେ କଂଗ୍ରେସର ବିକ୍ଷୋଭ - କଂଗ୍ରେସ ମହାସଚିବ କେସି ବେଣୁଗୋପାଳ

ଆଜି ଦେଶର ସମସ୍ତ ରାଜଭବନ ସାମ୍ନାରେ ବିକ୍ଷୋଭ କରିବ କଂଗ୍ରେସ । ରାଜସ୍ଥାନରେ ଦେଖାଦେଇଥିବା କ୍ଷମତା ଯୁଦ୍ଧ ଭିତରେ ରାଜ୍ୟପାଳ ବିଧାନସଭା ଅଧିବେଶନ ପାଇଁ ଅନୁମତି ଦେଉନଥିବାରୁ ଦେଶର ସମସ୍ତ ରାଜଭବନ ସାମ୍ନାରେ ବିକ୍ଷୋଭ କରାଯିବ ।

ରାଜସ୍ଥାନ ରାଜନୀତି: ଆଜି ଦେଶର ସମସ୍ତ ରାଜଭବନ ସାମ୍ନାରେ କଂଗ୍ରେସର ବିକ୍ଷୋଭ

author img

By

Published : Jul 27, 2020, 8:58 AM IST

ନୂଆଦିଲ୍ଲୀ: ରାଜସ୍ଥାନରେ ଦେଖାଦେଇଥିବା କ୍ଷମତା ଯୁଦ୍ଧ ଭିତରେ ରାଜ୍ୟପାଳ ବିଧାନସଭା ଅଧିବେଶନ ପାଇଁ ଅନୁମତି ଦେଉନଥିବାରୁ ଆଜି ଦେଶର ସମସ୍ତ ରାଜଭବନ ସାମ୍ନାରେ ବିକ୍ଷୋଭ କରିବ କଂଗ୍ରେସ । ଏନେଇ ଜୁଲାଇ 25 ତାରିଖରେ ଟ୍ବିଟ୍‌ କରି ସୂଚନା ଦେଇଥିଲେ ବରିଷ୍ଠ ନେତା ତଥା କଂଗ୍ରେସ ମହାସଚିବ କେସି ବେଣୁଗୋପାଳ ।

ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭା ଅଧିବେଶନ ଡାକିବାକୁ ଚାହୁଁଥିବାବେଳେ ରାଜ୍ୟପାଳ ଅନୁମତି ଦେଉନାହାଁନ୍ତି । ଯାହାକୁ ନେଇ ଅଶୋକଙ୍କ ସମେତ ତାଙ୍କ ସମର୍ଥକ ବିଧାୟକମାନେ ରାଜସ୍ଥାନର ରାଜଭବନରେ ଧାରଣା ଦେଇଥିଲେ । ତେବେ ରାଜ୍ୟପାଳ ଶୁଣୁନଥିବାରୁ କଂଗ୍ରେସ ଏହାକୁ ଦେଶବ୍ୟାପୀ ଆନ୍ଦୋଳନର ରୂପ ଦେବାକୁ ଯାଉଛି । ଯେଉଁଥିଲାଗି ଆଜି ସମସ୍ତ ରାଜଭବନ ସାମ୍ନାରେ ପିସିସି ପକ୍ଷରୁ ବିକ୍ଷୋଭ କରିବାକୁ କୁହାଯାଇଛି ।

ସୂଚନାଥାଉକି, ରାଜସ୍ଥାନର କ୍ଷମତା ଯୁଦ୍ଧ ମଧ୍ୟରେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ପାଖରେ 102 ବିଧାୟକଙ୍କ ସମର୍ଥନ ଥିବାବେଳେ ସଚିନଙ୍କ ସମର୍ଥନରେ କଂଗ୍ରେସର 19 ଓ 3 ସ୍ବାଧୀନ ବିଧାୟକ ରହିଛନ୍ତି ।

ରାଜ୍ୟରେ 200ଟି ବିଧାନସଭା ଆସନ ଥିବାବେଳେ କଂଗ୍ରେସ ସମର୍ଥିତ ସରକାର ପାଖରେ 124 ବିଧାୟକ ଅଛନ୍ତି । ଯେଉଁଥିରେ କଂଗ୍ରେସର 107, ବିଡିପିର 2, ସିପିଆଇ(ଏମ)ର 2, ଆରଏଲଡିର 1 ଓ 12 ଜଣ ସ୍ବାଧୀନ ବିଧାୟକ ରହିଛନ୍ତି ।

ସେହିପରି ବିଜେପି ସମର୍ଥନରେ ସମୁଦାୟ 76 ବିଧାୟକ ଅଛନ୍ତି । ଯେଉଁଥିରେ ବିଜେପିର 72, ଆରଏଲପିର 3 ଓ ଜଣେ ସ୍ବାଧୀନ ବିଧାୟକ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.