ETV Bharat / bharat

ରାଜସ୍ଥାନ ରାଜନୀତି: ହାଇକୋର୍ଟର ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଦେବାକୁ ମନାକଲେ ସୁପ୍ରିମକୋର୍ଟ, ସୋମବାର ହେବ ପରବର୍ତ୍ତୀ ଶୁଣାଣି - Voice of dissent cannot be suppressed

ରାଜସ୍ଥାନ ରାଜନୀତିକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନ । ବିଧାୟକଙ୍କ ଅସନ୍ତୋଷର କଣ୍ଠରୋଧ କରାଯାଇପାରିବ ନାହିଁ ବୋଲି କହିଲେ ସର୍ବୋଚ୍ଚ ନ୍ୟାୟାଳୟ ।

ରାଜସ୍ଥାନ ରାଜନୀତି: ସୁପ୍ରିମକୋର୍ଟଙ୍କ ବଡ ବୟାନ, ବିଧାୟକଙ୍କ ଅସନ୍ତୋଷର କଣ୍ଠରୋଧ କରାଯାଇପାରିବ ନାହିଁ

author img

By

Published : Jul 23, 2020, 12:46 PM IST

Updated : Jul 23, 2020, 1:11 PM IST

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିରେ ଚାଲିଥିବା କ୍ଷମତା ଯୁଦ୍ଧ ଭିତରେ ହାଇକୋର୍ଟର ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଦେବାକୁ ମନାକଲେ ସୁପ୍ରିମକୋର୍ଟ । ହାଇକୋର୍ଟର ରାୟ ଆସିବା ପରେ ଆସନ୍ତା ସୋମବାର ଏହାର ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କଲେ ସର୍ବୋଚ୍ଚ ଅଦାଲତ । ସେହିପରି ବିଧାୟକମାନେ ଲୋକଙ୍କ ଦ୍ବାରା ନିର୍ବାଚିତ ହୋଇଛନ୍ତି । ତେଣୁ ସେମାନଙ୍କ ଅସନ୍ତୋଷର କଣ୍ଠରୋଧ କରାଯାଇପାରିବ ନାହିଁ ବୋଲି କହିଲେ ସର୍ବୋଚ୍ଚ ନ୍ୟାୟାଳୟ ।

ରାଜସ୍ଥାନ ବାଚସ୍ପତିଙ୍କ ଏସଏଲପି ଉପରେ ଶୁଣାଣି ସମୟରେ ଏପରି କହିଛନ୍ତି ସୁପ୍ରିମକୋର୍ଟ । ଏହାସହ ହାଇକୋର୍ଟର ରାୟ ଆସିବାକୁ ମାତ୍ର ଗୋଟିଏ ଦିନ ହିଁ ରହିଛି ଆପଣ କାହିଁକି ଅପେକ୍ଷା କରୁନାହାଁନ୍ତି ବୋଲି ମଧ୍ୟ ବାଚସ୍ପତିଙ୍କ ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ କପିଲ ସିବଲଙ୍କୁ ପ୍ରଶ୍ନ କରିଛନ୍ତି ।

ସୂଚନାଥାଉକି, ମଙ୍ଗଳବାର ବିଦ୍ରୋହୀ ବିଧାୟକଙ୍କ ଉପରେ 24 ତାରିଖ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ବାଚସ୍ପତି ସିପି ଜୋଶୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ରାଜସ୍ଥାନ ହାଇକୋର୍ଟ । ତେବେ ବାଚସ୍ପତିଙ୍କ କ୍ଷମତାରେ ଅଦାଲତ ହସ୍ତକ୍ଷେପ କରିବା ବିରୋଧରେ ବାଚସ୍ପତି ସିପି ଜୋଶୀ ସୁପ୍ରିକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ସୁପ୍ରିମକୋର୍ଟର ବିଚାରପତି ଅରୁଣ ମିଶ୍ର, ବିଚାରପତି ବି ଆର ଗବୈଇ ଓ ବିଚାରପତି କୃଷ୍ଣ ମୁରାରୀଙ୍କ 3 ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରୁଛନ୍ତି । ବାଚସ୍ପତିଙ୍କ ମାମଲାରେ ହାଇକୋର୍ଟର ହସ୍ତକ୍ଷେପକୁ ବିରୋଧ କରି ସୁପ୍ରିମକୋର୍ଟରେ ଏସଏଲପି ଦାଖଲ କରିଛନ୍ତି ବାଚସ୍ପତି ।

କଂଗ୍ରେସ ଦଳର ହ୍ବିପ ସତ୍ତ୍ବେ ସଚିନ ପାଇଲଟଙ୍କ ସମେତ 19 ବିଧାୟକ କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗ ଦେଇନଥିଲେ । ଯେଉଁଥିଲାଗି ମୁଖ୍ୟସଚେତକଙ୍କ ଆବେଦନ ଉପରେ ବାଚସ୍ପତି ଏମାନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଥିଲେ । ଯାହାକୁ ବିରୋଧ କରି ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ସଚିନ ପାଇଲଟଙ୍କ ସମେତ 19 ବିଧାୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 23, 2020, 1:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.