ETV Bharat / bharat

ରାଜସ୍ଥାନ ରାଜନୀତି ରଣ: ଆଜି ପୁଣି ବସିବ କଂଗ୍ରେସ ବିଧାୟକ ଦଳ ବୈଠକ

ରାଜସ୍ଥାନରେ ଆଜି ପୁଣି ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । ଆଜି ସକାଳ 11 ଟାରେ ବିଧାୟକ ମାନେ ରହୁଥିବା ହୋଟେଲରେ ଏହି ବୈଠକ କରାଯିବ ବୋଲି ଜଣାପଡିଛି ।

author img

By

Published : Jul 21, 2020, 10:01 AM IST

ରାଜସ୍ଥାନ ରାଜନୀତି ରଣ: ଆଜି ପୁଣି ବସିବ କଂଗ୍ରେସ ବିଧାୟକ ଦଳ ବୈଠକ
ରାଜସ୍ଥାନ ରାଜନୀତି ରଣ: ଆଜି ପୁଣି ବସିବ କଂଗ୍ରେସ ବିଧାୟକ ଦଳ ବୈଠକ

ଜୟପୁର: ରାଜସ୍ଥାନ ରାଜନୀତି ରଣ ମଧ୍ୟରେ ଆଜି ସକାଳ 11ଟାରେ ପୁଣି ଥରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମର୍ଥନ କରୁଥିବା ବିଧାୟକମାନେ ରହୁଥିବା ହୋଟେଲ ଫାୟାରମାଉଣ୍ଟରେ ଏହି ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ ଲାଗି ରହିଥିବା କ୍ଷମତା ଯୁଦ୍ଧ ମଧ୍ୟରେ କଂଗ୍ରେସ ତୃତୀୟ ଥର ବିଧାୟକ ଦଳ ବୈଠକ ଡାକିଛି ।

ତେବେ ଏହି ବୈଠକ ସୋମବାର ରାତି 9ଟା 30ରେ ହେବାକୁ ଥିବାବେଳେ କୌଣସି କାରଣ ପାଇଁ ଏହାକୁ ଘୁଞ୍ଚାଇ ଦିଆଯାଇ ଆଜି ସକାଳ 11ଟାରେ ରଖାଯାଇଛି । ବୈଠକରେ ମୁଖ୍ୟମନ୍ତ୍ରୀ ନିଜ ସମର୍ଥକ ବିଧାୟକଙ୍କ ସହିତ ଆଗାମୀ ରଣନୀତି ପାଇଁ ପ୍ରସ୍ତୁତ ହେବେ ବୋଲି କୁହାଯାଉଛି । ତେବେ ବୈଠକରେ କଂଗ୍ରେସର ଅନେକ ଶୀର୍ଷ ନେତୃତ୍ବ ମଧ୍ୟ ସାମିଲ ହେବେ ବୋଲି କୁହାଯାଉଛି ।

ଏହା ପୂର୍ବରୁ କଂଗ୍ରେସ ଜୁଲାଇ 13 ଓ 14 ତାରିଖରେ ବିଧାୟକ ଦଳ ବୈଠକ ଡାକିଥିଲା । ଯେଉଁଥିରେ ସଚିନ ପାଇଲଟଙ୍କ ସମେତ 19 ବିଧାୟକ ଯୋଗଦେଇନଥିଲେ । ତେବେ ବୈଠକ ପରେ ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ଦୁଇ ମନ୍ତ୍ରୀଙ୍କୁ ମନ୍ତ୍ରୀ ପଦରୁ ବିଦା କରାଯାଇଥିଲା । ଏହାସହ ସଚିନଙ୍କୁ ପିସିସି ସଭାପତି ପଦରୁ ମଧ୍ୟ ହଟାଇଦିଆଯାଇଥିଲା ।

ସେହିପରି ବୈଠକରେ ଯୋଗଦେଇନଥିବାରୁ ବାଚସ୍ପତି 19 ବିଧାୟକଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ପଠାଇଥିଲେ । ଯାହାକୁ ନେଇ ସଚିନଙ୍କ ସମେତ 19 ବିଧାୟକ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଯାହାର ଆଜି ଶୁଣାଣି ରହିଛି ।

ସୂଚନାଥାଉକି, କଂଗ୍ରେସ କ୍ଷମତା କନ୍ଦଳ ମଧ୍ୟରେ ରାଜ୍ୟରେ ଖୁବଶୀଘ୍ର ବିଧାନସଭା ଅଧିବେଶନ ବସିବାକୁ ଥିବା ଚର୍ଚ୍ଚା ହେଉଛି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ନିଜ ସମର୍ଥନରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ବୋଲି କୁହାଯାଉଛି । ଅନ୍ୟପଟେ ରାଜସ୍ଥାନରେ ଘୋଡାବେପାରକୁ ନେଇ ମଧ୍ୟ ରାଜନୈତିକ ଉଷ୍ମତା ଦେଖାଦେଇଛି । ଘୋଡାବେପାରକୁ ନେଇ ଏକ ଭାଇରାଲ ଅଡିଓକୁ ଆଧାର କରି କଂଗ୍ରେସ ବିଜେପିକୁ ଦାୟୀ କରିବା ସହ ବିଜେପି ନେତାଙ୍କ ବିରୋଧରେ ଅଭିଯୋଗ ଆଣିଛି ।

ଯେଉଁଥିଲାଗି କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଏସଓଜି ନୋଟିସ ଜାରି କରିଛି । ତାଙ୍କ ସହିତ ପୂର୍ବତନ ମନ୍ତ୍ରୀ ବିଶ୍ବେନ୍ଦ୍ର ସିଂ ଓ ଭୱର ଲାଲ ଶର୍ମାଙ୍କୁ ବି ନୋଟିସ ଜାରି କରିଛି ଏସଓଜି । ଏହାର ପ୍ରତିଜବାବରେ ଫୋନ ଟ୍ୟାପିଂର ଅଭିଯୋଗ ବିଜେପି ଆଣି ଏହାର ସିବିଆଇ ତଦନ୍ତ ଦାବି କରିଛି । ତେବେ ଏସବୁ ଭିତରେ ଏସଓଜି ଘୋଡାବେପାର ମାମଲାରେ ଜଣଙ୍କୁ ଗିରଫ କରିବା ଓ ଫୋନ ଟ୍ୟାପିଂକୁ ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଜବାବ ମାଗିବା ଖବରକୁ ଅଧିକ ଚର୍ଚ୍ଚାର ପରିସରକୁ ଆଣିଛି ।

ରାଜସ୍ଥାନରେ ଗେହଲଟ ବନାମ ପାଇଲଟ କ୍ଷମତା ଯୁଦ୍ଧରେ ଏବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପଲା ଭାରି ରହିଛି । ତାଙ୍କ ସପକ୍ଷରେ ସରକାରର 102 ବିଧାୟକଙ୍କ ସମର୍ଥନ ଥିବାବେଳେ ସଚିନଙ୍କ ସମର୍ଥନରେ କଂଗ୍ରେସର 19 ଓ 3 ସ୍ବାଧୀନ ବିଧାୟକ ରହିଛନ୍ତି ।

ରାଜ୍ୟରେ 200ଟି ବିଧାନସଭା ଆସନ ଥିବାବେଳେ କଂଗ୍ରେସ ସମର୍ଥିତ ସରକାର ପାଖରେ 124 ବିଧାୟକ ଅଛନ୍ତି । ଯେଉଁଥିରେ କଂଗ୍ରେସର 107, ବିଡିପିର 2, ସିପିଆଇ(ଏମ)ର 2, ଆରଏଲଡିର 1 ଓ 12 ଜଣ ସ୍ବାଧୀନ ବିଧାୟକ ରହିଛନ୍ତି ।

ସେହିପରି ବିଜେପି ସମର୍ଥନରେ ସମୁଦାୟ 76 ବିଧାୟକ ଅଛନ୍ତି । ଯେଉଁଥିରେ ବିଜେପିର 72, ଆରଏଲପିର 3 ଓ ଜଣେ ସ୍ବାଧୀନ ବିଧାୟକ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.