ଜୟପୁର: ବିବାହର ପ୍ରତିଶ୍ରୃତି ଦେଇ ନାବାଳିକାଙ୍କୁ ଦୁଷ୍କର୍ମ । ଏଭଳି ଅଭିଯୋଗ ଆସିଛି ରାଜସ୍ଥାନର ଚାରୁ ଜିଲ୍ଲାରୁ । ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଇଛି ମୁକେଶ ଆକେ ରମେଶଓ୍ବାର୍ଲା ବୋଲି ଜଣାପଡିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନାନୁସାରେ ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ବିବାହର ପ୍ରସ୍ତାବ ଦେଇଥିଲେ । ଏହା ପରେ ସେ ଗତ କିଛି ମାସ ଧରି ନାବାଳିକା ସହିତ ଶାରୀରିକ ସମ୍ପର୍କ ରଖିଥିଲା । ହେଲେ ପୀଡିତା ଜଣକ ତାଙ୍କୁ ବିବାହ କରିବାକୁ କହିବାରୁ ଅଭିଯୁକ୍ତ ରାଜି ହୋଇ ନଥିଲା । ଏପରିକି ଅଭିଯୁକ୍ତ ମୁକେଶ ମଧ୍ୟ ପୀଡିତାଙ୍କ ଠାରୁ 90 ହଜାର ଟଙ୍କା, ଏକ ସୁନା ଚେନ୍ ନେଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି । ପୋଲିସ ଅଭିଯୁକ୍ତର ଡାକ୍ତରୀ ପରୀକ୍ଷା କରି କୋର୍ଟରେ ହାଜର କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ