- କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯେୱାଲାଙ୍କ ବଡ ବୟାନ
- ବିଦ୍ରୋହୀ 19 ବିଧାୟକଙ୍କ ମଧ୍ୟରୁ 48 ଘଣ୍ଟା ମଧ୍ୟରେ ଦଳକୁ ଫେରିବେ 3 ବିଧାୟକ
ରାଜସ୍ଥାନ ରାଜନୀତି ରଣ: ଗେହଲଟ ବନାମ ପାଇଲଟ
14:01 July 27
କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯେୱାଲାଙ୍କ ବଡ ବୟାନ
11:21 July 27
ରାଜସ୍ଥାନ ବାଚସ୍ପତି ସିପି ଯୋଶୀ ସୁପ୍ରିମକୋର୍ଟରେ ଏସଏଲପି ଫେରାଇନେବାକୁ ଅନୁମତି ମାଗିଛନ୍ତି
- ରାଜସ୍ଥାନ ବାଚସ୍ପତି ସିପି ଯୋଶୀ ସୁପ୍ରିମକୋର୍ଟରେ ଏସଏଲପି ଫେରାଇନେବାକୁ ଅନୁମତି ମାଗିଛନ୍ତି
- ସୁପ୍ରିମକୋର୍ଟ ଏହାକୁ ମଞ୍ଜୁରୀ ଦେଇଛନ୍ତି
10:06 July 27
ରାଜଭବନରୁ ଫେରିଲା ବିଧାନସଭା ଡାକିବାର ଫାଇଲ
- ରାଜସ୍ଥାନରେ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ବଢିଲା ଦୂରତା
- ରାଜଭବନରୁ ଫେରିଲା ବିଧାନସଭା ଡାକିବାର ଫାଇଲ
- ସରକାରଙ୍କୁ କିଛି ତଥ୍ୟ ମାଗି ଫାଇଲ ଫେରାଇଲେ ରାଜ୍ୟପାଳ
06:17 July 27
ରାଜସ୍ଥାନ ରାଜନୀତି: ଗେହଲଟ ବନାମ ପାଇଲଟ
ଜୟପୁର:ରାଜସ୍ଥାନ ରାଜନୀତିରେ ଦେଖାଦେଇଥିବା କ୍ଷମତା ଯୁଦ୍ଧରେ ଘଡିକେ ଘୋଡା ଛୁଟୁଛି । ଗୋଟିଏ ପଟେ ବାଚସ୍ପତିଙ୍କ କ୍ଷମତାକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ରହିଛି । ସେପଟେ ଯଦି ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆସେ ତେବେ ବିଏସପିର 6 ବିଧାୟକ କଂଗ୍ରେସ ସରକାରର ବିରୋଧରେ ଭୋଟ ଦେବାକୁ ବିଏସପି ହ୍ବିପ୍ ଜାରି କରିଛି । ଯାହା ଏବେ ସବୁଠୁ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।
କାରଣ 2019 ମସିହା ଡିସେମ୍ବର 18 ତାରିଖରେ ବିଏସପିର 6 ଜଣ ବିଧାୟକ କଂଗ୍ରେସ ଦଳରେ ସାମିଲ ହୋଇଥିବା ଦାବି କରିଥିବାବେଳେ ଦଳର ଏପରି ଆଭିମୁଖ୍ୟ ଚର୍ଚ୍ଚାର ଖୋରାକ ଯୋଗାଉଛି । ତେବେ ଏନେଇ ମଧ୍ୟ ଦଳ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ଦଳ ପକ୍ଷରୁ କୁହାଯାଇଛି ଯେ, ବିଏସପି ଏକ ରାଷ୍ଟ୍ରୀୟ ଦଳ ତେଣୁ ଏହାର ବିଧାୟକ ମାନେ କଂଗ୍ରେସ ଦଳରେ ଲୀନ ହୋଇପାରିବେ ନାହିଁ । ଯଦି ଦଳର ହ୍ବିପ୍ ନମାନି କିଏ କଂଗ୍ରେସ ସମର୍ଥନରେ ଭୋଟ କରେ ତେବେ ସେହି ବିଧାୟକଙ୍କ ଉପରେ ଦଳବଦଳ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏହାସହ କଂଗ୍ରେସରେ ସାମିଲ ହୋଇଥିବାର କହୁଥିବା ବିଧାୟକଙ୍କ ପ୍ରସଙ୍ଗରେ ଦଳ ହାଇକୋର୍ଟର ଦ୍ବାରସ୍ଥ ହେବ ବୋଲି ମଧ୍ୟ କହିଛି । ସେପଟେ ଆଜି ବାଚସ୍ପତିଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏସପିଏଲ ଉପରେ ଆଜି ଶୁଣାଣି ହେବ । ପୂର୍ବରୁ ଥରେ ଶୁଣାଣି ହୋଇଥିବାବେଳେ ସେଥିରେ ହାଇକୋର୍ଟର ରାୟକୁ ଅପେକ୍ଷା କରିବା ସହ ରାୟ ଉପରେ କୌଣସି ରୋକ ନଲଗାଇବାକୁ କହିଥିଲେ ସର୍ବୋଚ୍ଚ କୋର୍ଟ ।
ସେହିପରି ଏହାର ପରବର୍ତ୍ତୀ ଶୁଣାଣି ହାଇକୋର୍ଟ ରାୟ ଆସିବା ପରେ ଅର୍ଥାତ୍ ଆଜି ପାଇଁ ଧାର୍ଯ୍ୟ କରାଯାଇଥିଲା । କଂଗ୍ରେସ ବିଧାୟକ ଦଳ ବୈଠକରେ ସଚିନ ପାଇଲଟଙ୍କ ସମେତ 19 ବିଧାୟକ ଯୋଗଦେଇନଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଥିଲେ ବାଚସ୍ପତି । ଯାହାକୁ ନେଇ ସଚିନଙ୍କ ଗ୍ରୁପ୍ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ତେବେ ଏହାକୁ ଟାର୍ଗେଟ କରି ସୁପ୍ରିମକୋର୍ଟକୁ ଯାଇଥିଲେ ବାଚସ୍ପତି । ତେବେ ବାଚସ୍ପତିଙ୍କୁ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ କହିଛନ୍ତି ହାଇକୋର୍ଟ ।