ETV Bharat / bharat

ସିଏଏକୁ ନେଇ ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କ ଖୁସି - ହିନ୍ଦୁ,ଶିଖ,ଜୈନ,ପାର୍ସୀ,ବୌଦ୍ଧ ଓ ଖ୍ରୀଷ୍ଟିୟାନ

ନାଗରିକ ସଂଶୋଧନ ବିଲ (ସିଏବି) ଆଇନରେ ପରିଣତ ହେବା ପରେ ରାଜସ୍ଥାନର ଯୋଧପୁରରେ ରହୁଥିବା ପାକିସ୍ଥାନୀ ଶରଣାର୍ଥୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସଂସଦର ଉଭୟ ଗୃହରେ ଏହି ବିଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ପାରିତ ହୋଇଥିବାରୁ ସେମାନେ, ତାଙ୍କୁ ଧନ୍ୟବାଦ ଦେଇ ପ୍ରଂଶସା କରିଛନ୍ତି ।

rajasthan-pakistani-hindu-refugees-express-happiness-over-the-passage-of-caa
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁର
author img

By

Published : Dec 24, 2019, 6:03 PM IST

ଯୋଧପୁର: ରାଜସ୍ଥାନର ଯୋଧପୁରରେ ଅବସ୍ଥାନ କରୁଥିବା ପାକିସ୍ଥାନୀ ଶରଣାର୍ଥୀ ନାଗରିକ ସଂଶୋଧନ ଆଇନ(ସିଏଏ)କୁ ନେଇ ଖୁସିବ୍ୟକ୍ତ କରିଛନ୍ତି । ଏହି ବିଲ ଆଇନରେ ପରିଣତ ହେବା ଯୋଗୁଁ ଆମେ ବହୁତ ଖୁସି । ପାକିସ୍ତାନର ଆଦିବାସୀ ଓ ଅନୁସୂଚିତ ଜାତିର 70ରୁ 80 ପ୍ରତିଶତ ବିସ୍ଥାପିତ ପରିବାର ଏଠାରେ ରହୁଛନ୍ତି । ଏହି ବିଲକୁ କଂଗ୍ରେସ ଓ କିଛି ଦଳ ବିରୋଧ କରୁଥିବାରୁ ସେମାନେ ଦୁଃଖ ପ୍ରକାଶ କରିଛନ୍ତି ।

ଆମ ପାଖରେ ପାଖାପାଖି 15 ରୁ 20 ପ୍ରତିଶତ ଲୋକ ଏପରି ଅଛନ୍ତି ଯେଉଁମାନେ ଭାରତରେ ଜନ୍ମ ହୋଇଛନ୍ତି । ସେମାନେ ଏଠାରେ ବିବାହ କରିଛନ୍ତି କିନ୍ତୁ ଜୀବନଯାପନ ପାଇଁ ପାକିସ୍ଥାନ ଚାଲି ଯାଇଥିଲେ । ପରେ ସୀମା ବୃଦ୍ଧି ପାଇବା ପରେ ଆମେ ଆସିଲୁ । ରଞ୍ଜିତ ରାମ ନାମକ ଜଣେ ବୃଦ୍ଧ ବ୍ୟକ୍ତି କହିଛନ୍ତି ମୋତେ 15ରୁ 16 ବର୍ଷ ହୋଇଥିବା ବେଳେ, ଆମେ ଆମେ ନିଜକୁ ଶୋଷିତ କରିବା ପାଇଁ ପାକିସ୍ତାନ ଯାଇଥିଲୁ । ବର୍ତ୍ତମାନ ଆମେ ଫେରିଆସିଲୁ । ଆମକୁ ନାଗରିକତା ମିଳିବା ଦରକାର । କାରଣ ଆମେ ଏହି ଦେଶର ଲୋକ ।

ଅନ୍ୟ ଜଣେ ମହିଳା ସିଏଏକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ଆମେ ମରିଯିବୁ ପଛେ ମାତ୍ର ଫେରିଯିବୁ ନାହିଁ । ଆମେ ଗରିବ ଲୋକ । ଆମକୁ ସାହାଯ୍ୟ ଦରକାର । ଜୈସଲମେରରେ ପାକସ୍ତାନୀ ହିନ୍ଦୁ ଶରଣାର୍ଥୀ ସିଏଏ ସମର୍ଥନରେ ଏକ ଶୋଭାଯାତ୍ରା ଆୟୋଜନ କରିଛନ୍ତି । ଏନେଇ ଜଣେ ଶରଣାର୍ଥୀ କହିଛନ୍ତି ଆମେ ଗତ 5ରୁ 7 ବର୍ଷ ଏଠାରେ ରହି ଆସିଲୁଣି। ଆମକୁ ନାଗରିକତା ମିଳି ନାହିଁ । ବର୍ତ୍ତମାନ ଆମକୁ ଏବେ ନାଗରିକତା ମିଳିବ ବୋଲି କହିଛନ୍ତି । ନାଗରିକ ସଂଶୋଧନ ଆଇନ ଆମକୁ ଏକ ଭଲ ଜୀବନ ଯାପନ ପାଇଁ ସାହାଯ୍ୟ କରିବ ।

ନାଗରିକତା ସଂଶୋଧନ ଆଇନ 2019 ଅଧିନିୟମ ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶରେ ଧର୍ମୀୟ ଉତ୍ପୀଡନାର ଶିକାର ହୋଇ ଭାରତରେ 31 ଡିସେମ୍ବର 2014 ପୂର୍ବରୁ ଯେଉଁ ହିନ୍ଦୁ, ଶିଖ, ଜୈନ, ପାର୍ସୀ, ବୌଦ୍ଧ ଓ ଖ୍ରୀଷ୍ଟିୟାନ ଭାରତରେ ଶରଣାର୍ଥୀ ଭାବେ ଆଶ୍ରୟ ନେଇଛନ୍ତି ସେମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.