ETV Bharat / bharat

କାଲୁ ଥାନା ହେଲା ଦେଶର ନମ୍ବର-1 ଥାନା

ଦେଶର ସର୍ବଶ୍ରଷ୍ଠ ଥାନା ହେଲା ବିକାନେରର କାଲୁ ଥାନା । ଗୃହମନ୍ତ୍ରଣାଳୟ ପକ୍ଷରୁ ଏହି ମାନ୍ୟତା ପ୍ରଦାନ କରାଯାଇଛି । ଥାନରେ ମହିଳା ହେଲ୍ପ ଡେକ୍ସ ଓ ଓ୍ବାଇଫାଇର ବ୍ୟବସ୍ଥା ରହିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 26, 2019, 6:42 PM IST

ଜୟପୁର: ପୋଲିସ ଓ ଥାନାକୁ ନେଇ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରକାର ଭ୍ରାନ୍ତ ଧାରଣା ରହିଛି । ଏପରି ସ୍ଥିତିରେ ବିକାନେରର ଏକ ଥାନା ଦେଶର ସର୍ବଶ୍ରଷ୍ଠ ଥାନା ଭାବେ ବିବେଚିତ ହୋଇଛି ।

ରାଜସ୍ଥାନର ବିକାନେର ଜିଲ୍ଲାରେ ଥିବା କାଲୁ ଥାନା ଦେଶରେ ଏକ ନମ୍ବର ମାନ୍ୟତା ହାସଲ କରିବା ସହ ସର୍ବଶ୍ରେଷ୍ଠ ଥାନା ଭାବେ ବିବେଚିତ ହୋଇଛି । ଏହି ଥାନରେ ପୋଲିସ କର୍ମୀଙ୍କ ପାଇଁ ସବୁ ସୁବିଧା ରହିଥିବା ବେଳେ ମହିଳା ହେଲ୍ପ ଡେକ୍ସ, ପିଇବା ପାଣି ସୁବିଧା ଓ ଓ୍ବାଇଫାଇର ବ୍ୟବସ୍ଥା ରହିଛି ।

ଏହି ସୂଚିରେ ଦ୍ବତୀୟ ସ୍ଥାନରେ ରହିଛି ଆଣ୍ଡାମାନ ନିକୋବରର କେମ୍ପବେଲ ଥାନା । ଏହି ଥାନାରେ ମଧ୍ୟ ମହିଳାଙ୍କ ପାଇଁ ସ୍ବତନ୍ତ୍ର ହେଲ୍ପ ଡେକ୍ସ ଥିବା ବେଳେ ଚାଇଲ୍ଡ ଫ୍ରେଣ୍ଡଲି ରୁମ, ଗୋଟିଏ ଆଇଟି କୋଠରୀ ରହିଛି । ସେହିପରି ପଶ୍ଚିମବଙ୍ଗର ମୁରସିଦାବାଦ ଜିଲ୍ଲାରେ ଥିବା ଫରକ୍କା ପୋଲିସ ଷ୍ଟେସନ ତୃତୀୟ ସ୍ଥାନ ହାସଲ କରିଛି । ଏହି ଥାନାରେ ଏମିତି ପରିବେଷ ରହିଛି ଯେ ଏଠାକୁ ଆସୁଥିବା ଅଭିଯୋଗକାରୀ ପୋଲିସ ସମ୍ନାରେ ଖୋଲା ଖୋଲି ଭାବେ ନିଜର କଥା ରଖିପାରନ୍ତି ।

ଥାନାର ମାନ୍ୟତା ପାଇଁ 2018ରେ ଗୃହମନ୍ତ୍ରାଳୟ ପକ୍ଷରୁ 15 ହଜାର 666 ପୋଲିସ ଥନାରୁ ଫିଡବ୍ୟାକ ନିଆଯଆଇଥିଲା । ଅପରାଧକୁ ରୋକିବା ଦିଗରେ ପଦକ୍ଷେପ, ଯାଞ୍ଚ, ଘଟଣାର ଶିଘ୍ର ସମଧାନ ଓ ଆଇନ ଶୃଙ୍ଖଳା ବଜାୟ ରଖିବା ଆଦି କ୍ଷେତ୍ରକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ପକ୍ଷରୁ ଥାନାଗୁଡିକର ମାନ୍ୟତା ବ୍ୟବସ୍ଥା କରାଯାଇଛି ।

Intro:Body:

FGDFGS

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.