ETV Bharat / bharat

ପ୍ରଥମେ ମନାକଲେ, ଏବେ ଲାଗୁ କରିବେ ‘ଆୟୁଷ୍ମାନ ଭାରତ’

author img

By

Published : Aug 29, 2019, 12:42 PM IST

କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୀତ ‘ଆୟୁଷ୍ମାନ ଭାରତ’ ଯୋଜନାକୁ ଏବେ ରାଜ୍ୟରେ ଲାଗୁ କରିବାକୁ ଯାଉଛନ୍ତି ରାଜସ୍ଥାନରେ କ୍ଷମତାସୀନ ଅଶୋକ ଗେହଲୋଟଙ୍କ ନେତୃତ୍ବାଧିନ କଂଗ୍ରେସ ସରକାର । ପ୍ରଥମେ ଅନେକ କଂଗ୍ରେସ ଶାସିତ ପ୍ରଦେଶ ଏହାକୁ ନିଜ ରାଜ୍ୟରେ ଲାଗୁ କରିବାକୁ ମନା କରି ଦେଇଥିଲେ । ତେବେ ସେପ୍ଟେମ୍ବର ପହିଲାରୁ ରାଜସ୍ଥାନରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବେ ଗେହଲୋଟ ସରକାର ।

ଫୋଟ ସୌଜନ୍ୟ : ଫାଇଲ ଫୋଟ

ଜୟପୁର: ଅନେକ କେନ୍ଦ୍ରୀୟ ଯୋଜନାକୁ ନିଜ ରାଜ୍ୟରେ ଲାଗୁ କରିବା ପାଇଁ ଅନେକ ସମୟରେ ମନା କରି ଦେଇଥାନ୍ତି ବିଭିନ୍ନ ରାଜ୍ୟର ପ୍ରାଦେଶିକ ସରକାର । ମାତ୍ର ପରେ ଏହାର ଗୁରୁତ୍ବ ବୁଝିବା ପରେ ଏହାକୁ ନିଜ ରାଜ୍ୟରେ କାର୍ଯ୍ୟକାରୀ କରିଥାନ୍ତି । ଯାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନରେ ।

ଏଠାରେ କ୍ଷମତାସୀନ ଥିବା ଅଶୋକ ଗେହଲୋଟଙ୍କ ନେତୃତ୍ବାଧିନ କଂଗ୍ରେସ ସରକାର, ପ୍ରଥମେ ‘ଆୟୁଷ୍ମାନ ଭାରତ’ ଯୋଜନାକୁ ରାଜସ୍ଥାନରେ ଲାଗୁ କରିବାକୁ ମନା କରି ଦେଇଥିଲେ । ମାତ୍ର ଏ ପ୍ରସଙ୍ଗରେ ୟୁ-ଟର୍ଣ୍ଣ ମାରି ଏବେ ନିଜ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଆସନ୍ତା ସେପ୍ଟେମ୍ବର ପହିଲାରୁ ‘ଭାମାଶାହ ସ୍ବାସ୍ଥ୍ୟ ବୀମା ଯୋଜନା’ ସହିତ ଏହାକୁ ମିଶାଇ ‘ଆୟୁଷ୍ମାନ ଭାରତ-ମହାତ୍ମା ଗାନ୍ଧୀ ରାଜସ୍ଥାନ ସ୍ବାସ୍ଥ୍ୟ ବୀମା ଯୋଜନା’ ଭାବେ କାର୍ଯ୍ୟକାରୀ କରିବେ ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ନେତୃତ୍ବରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଯୋଜନା ଲାଗୁ ହେବା ପରେ ରାଜ୍ୟରେ ଚିକିତ୍ସାକ୍ଷେତ୍ରରେ ଅନେକ ସୁବିଧା ପାଇବେ ରାଜ୍ୟବାସୀ । ସାଧାରଣ ଜନତାଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ପ୍ରତିଶୃତିବଦ୍ଧ । ତେବେ ‘ଭାମାଶାହ ସ୍ବାସ୍ଥ୍ୟ ବୀମା ଯୋଜନା’ ରେ ଅନେକ ଅସୁବିଧା ଦେଖାଦେଇଛି । ଏହାର ସମାଧାନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଗେହଲୋଟ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.