ଜୟପୁର: ସାରା ଦେଶ ଏବେ ମହାମାରୀ କୋରୋନା ସଙ୍କଟ ଦେଇ ଗତି କରୁଛି । ଦିନକୁ ଦିନ ବଢିଚାଲିଛି ସଂକ୍ରମଣ ସଂଖ୍ୟା । ତେବେ ଏପରି ସ୍ଥିତିରେ ମହାମାରୀ ବିରୁଦ୍ଧରେ ଲଢେଇ ଜାରି ରଖିଥିବା କୋରୋନା ଯୋଦ୍ଧାଙ୍କ ପାଇଁ ବଡ ଘୋଷଣା କରିଛନ୍ତି ରାଜସ୍ଥାନ ସରକାର ।
ରାଜସ୍ଥାନରେ କୋରୋନା ଯୋଦ୍ଧା ଭାବରେ ଉଭୟ ସରକାରୀ ଓ ବେସରକାରୀ କର୍ମୀଙ୍କ ଲାଗି 50 ଲକ୍ଷ ଟଙ୍କାର ବୀମା ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ତେବେ ରାଜସ୍ଥାନ ଦେଶର ପ୍ରଥମ ଦେଶ ଭାବରେ କୋରୋନା ଯୋଦ୍ଧାଙ୍କୁ ଏହି ବୀମା ପ୍ରଦାନ କରିଥିବା କହିଛନ୍ତି ଗେହଲଟ ।
ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟ୍ବିଟ କରି କହିଛନ୍ତି ଯେ ଏଥିପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀ ସମର୍ପଣ ଭାବ ସହ କାର୍ଯ୍ୟ କରନ୍ତୁ । ତେବେ ଏହା ଉପରେ ବୁଧବାର ଭିଡିଓ କନଫରେନ୍ସ ଯୋଗେଁ ବିଭିନ୍ନ କର୍ମଚାରୀ ସଙ୍ଗଠନର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।