ETV Bharat / bharat

ରାଜସ୍ଥାନ ରାଜନୀତି: ଅଡିଓ ଟେପ୍‌ ଯାଞ୍ଚ ନେଇ ଏସଓଜିକୁ ମିଳିଲା ମାନେସର ରିସୋର୍ଟକୁ ଏଣ୍ଟ୍ରି

author img

By

Published : Jul 17, 2020, 8:28 PM IST

ବିଧାୟକ କିଣାବିକାରେ ଘୋଡା ବେପାରକୁ ନେଇ ଅଡିଓ ଟେପ୍ ଭାଇରାଲ ମାମଲାରେ ଏକ ବିବୃତ୍ତି ନେବାକୁ ଏସଓଜି ଟିମ ମାନେସର ସ୍ଥିତ ରିସୋର୍ଟରେ ପହଞ୍ଚିଛି । ଏସଓଜି ଟିମର ଦଳ ଭୱଁରଲାଲଙ୍କୁ ପଚରାଉଚରା କରିବାକୁ ଏଠାରେ ପହଞ୍ଚିଥିଲା । ପ୍ରଥମେ ପ୍ରବେଶ ପାଇଁ ଅନୁମତି ମିଳି ନଥିଲା ଶେଷରେ ହୋଟଲକୁ ପ୍ରବେଶ ପାଇଁ ଏସଓଜି ଟିମକୁ ଅନୁମତି ମିଳିଛି ।

ରାଜସ୍ଥାନ ରାଜନୀତି
ରାଜସ୍ଥାନ ରାଜନୀତି

ଚଣ୍ଡିଗଡ: ରାଜସ୍ଥାନ ପୋଲିସର ସ୍ପେଶାଲ ଅପରେସନ୍ ଗ୍ରୁପ୍ ଟିମ୍ ହରିୟାଣାର ମାନେସର ସ୍ଥିତ ରିସୋର୍ଟରେ ପହଞ୍ଚିଛି। ଏହି ରିସୋର୍ଟରେ ସଚିନ ପାଇଲଟଙ୍କ ଗ୍ରୁପର କଂଗ୍ରେସ ବିଧାୟକ ରହିଛନ୍ତି । ଏଥିସହିତ ଏଠାରେ ହରିୟାଣା ପୋଲିସ ରାଜସ୍ଥାନ ଏସଓଜି ଦଳକୁ ରିସୋର୍ଟରେ ପ୍ରବେଶ କରିବାରୁ ଅଟକାଇଥିଲା । ମାତ୍ର ଏବେ ରାଜସ୍ଥାନ ଏସଓଜିର 5ଜଣିଆ ଟିମକୁ ପଚାରାଉଚରା ପାଇଁ ରିସୋର୍ଟ ଭିତରକୁ ଏଣ୍ଟ୍ରି ପାଇଁ ଅନୁମତି ଦେଇଛି ।

ଅଡିଓ ଟେପ୍‌ ଯାଞ୍ଚ ନେଇ ଏସଓଜିକୁ ମିଳିଲା ମାନେସର ରିସୋର୍ଟକୁ ଏଣ୍ଟ୍ରି

ମିଳିଥିବା ସୂଚନା ଅନୁଯାୟୀ, ବିଧାୟକ କିଣାବିକାରେ ଘୋଡା ବେପାରକୁ ନେଇ ଅଡିଓ ଟେପ୍ ଭାଇରାଲ ମାମଲାରେ ଏକ ବିବୃତ୍ତି ନେବାକୁ ଏସଓଜି ଟିମ ଏଠାରେ ପହଞ୍ଚିଛି । ଏସଓଜି ଟିମର ଦଳ ଭୱଁରଲାଲଙ୍କୁ ପଚରାଉଚରା କରିବାକୁ ଏଠାରେ ପହଞ୍ଚିଥିଲା । ପ୍ରଥମେ ପ୍ରବେଶ ପାଇଁ ଅନୁମତି ମିଳି ନଥିଲା ଶେଷରେ ହୋଟଲକୁ ପ୍ରବେଶ ପାଇଁ ଏସଓଜି ଟିମକୁ ଅନୁମତି ମିଳିଛି । ପ୍ରଥମେ ସମସ୍ତ ଦସ୍ତାବିଜ ଯାଞ୍ଚ ପରେ ଏସଓଜିକୁ ଏଣ୍ଟ୍ରି ଅନୁମତି ଦିଆଯିବ ବୋଲି କହିଥିଲା ହରିୟାଣା ପୋଲିସ । ହୋଟଲ ଆଖପାଖରେ ବହୁ ସଂଖ୍ୟକ ପୋଲିସ ମୁତୟନ ରହିଛନ୍ତି ।

ରାଜସ୍ଥାନରେ ଘୋଡାବେପାର ଅଡିଓ ସାମ୍ନାକୁ ଆସିବା ପରେ ସ୍ପେଶାଲ ଅପରେସନ୍ ଗ୍ରୁପ୍ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତ, କଂଗ୍ରେସ ବିଧାୟକ ଭୱଁରଲାଲ ଶର୍ମା ଏବଂ ବିଜେପି ନେତା ସଞ୍ଜୟ ଜୈନାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଜୈନଙ୍କୁ ମଧ୍ୟ ଗିରଫ କରାଯାଇଛି। କଂଗ୍ରେସ ମୁଖ୍ୟ ସଚେତକ ମହେଶ ଯୋଶୀଙ୍କ ଅଭିଯୋଗ ପରେ ଏହି ପଦକ୍ଷେପ ନିଆଯାଇଛି ।

ଅଡିଓ ଟେପରେ ମୋର ଭଏସ ନାହିଁ ବୋଲି ଶେଖାୱତ ସ୍ପଷ୍ଟ କରିଛନ୍ତି । ସମସ୍ତ ପ୍ରକାର ତଦନ୍ତ ପାଇଁ ପ୍ରସ୍ତୁତ ଥିବା କଥା ସେ କହିଛନ୍ତି । ଏଥି ସହ ରାଜସ୍ଥାନ ବିଜେପି ସଭାପତି ସତୀଶ ପୁନିଆ କହିଛନ୍ତି ଯେ ରାଜ୍ୟ ରାଜନୀତିରେ ଯାହା ଘଟୁଛି ତାହା ଲଜ୍ଜାଜନକ ବୋଲି କୁହାଯିବ । ନକଲି ଅଡିଓ ମାଧ୍ୟମରେ ନେତାଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଚେଷ୍ଟା କରୁଛି। କେନ୍ଦ୍ର ମନ୍ତ୍ରୀଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ଟଣା ଯିବା ନିନ୍ଦନୀୟ ବୋଲି ସେ କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ, କୋରୋନା କାଳରେ ରାଜସ୍ଥାନ ରାଜନୀତିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ସଚିନ ପାଇଲଟଙ୍କ ବିଦ୍ରୋହରୁ ଆରମ୍ଭ ହୋଇଥିବା ରାଜନୈତିକ ଡ୍ରାମା ଦିନକୁ ଦିନ ଜଟିଳ ହେବାରେ ଲାଗୁଛି । ପାଇଲଟ୍ କ୍ୟାମ୍ପରୁ ହାଇକୋର୍ଟ ପର୍ଯ୍ୟନ୍ତ ଓ ଅଡିଓ ଟେପ୍ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଏହି ନାଟକ ନାଟକୀୟ ମୋଡ଼ ନେଉଛି ।

ରାଜସ୍ଥାନର ଏହି ରାଜନୈତିକ ଯୁଦ୍ଧରେ ଦୁଇ କ୍ୟାମ୍ପ ନେତାଙ୍କ ମଧ୍ୟରେ ମଧ୍ୟ ବାକ୍ୟବାଣ ଜୋରଦାର ଚାଲିଛି। ଅଡିଓ ଟେପ ଉପରେ କଂଗ୍ରେସ ପାଇଲଟ କ୍ୟାମ୍ପର ଦୁଇଜଣ ବିଧାୟକଙ୍କୁ ନିଲମ୍ବିତ କରିଥିବାବେଳେ ହାଇକୋର୍ଟରେ ଆରମ୍ଭ ହୋଇଥିବା ଶୁଣାଣି 20 ତାରିଖ ସକାଳ 10 ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.