ଜୟପୁର: କୋରୋନା ସଂକ୍ରମିତ ପରିବାରବର୍ଗଙ୍କ ପାଇଁ ଆଶ୍ବସ୍ତି ଖବର । ଖାସ୍ କରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା କୋରୋନା ଆକ୍ରାନ୍ତଙ୍କ ସମ୍ପର୍କୀୟଙ୍କ ପାଇଁ । ଏଣିକି ନିଜ ଆତ୍ମୀୟଙ୍କୁ ହସ୍ପିଟାଲରେ ଭେଟି ପାରିବେ ସମ୍ପର୍କୀୟ ତଥା ବନ୍ଧୁବାନ୍ଧବ । ଏଥିସହ ଆକ୍ରାନ୍ତଙ୍କୁ ଘର ଖାଦ୍ୟ ମଧ୍ୟ ଦେଇପାରେ । ତେବେ ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ନିୟମ ରହିଛି ।
କୋରୋନା ସଂକ୍ରମଣ ପାଇଁ ରୋଗୀ ସମ୍ପର୍କୀୟଙ୍କୁ ଠାରୁ ଦୂରେଇ ରଖାଯାଉଥିଲା । ଆକ୍ରାନ୍ତ ଏକାକି ରଖିବା ଦ୍ବାରା ସେମାନେ ଚାପ ଗ୍ରସ୍ତ ହୋଇପଡୁଛନ୍ତି । ଯାହାକୁ ନଜରରେ ରଖି ବର୍ତ୍ତମାନ ରାଜସ୍ଥାନ ସରକାର କୋରୋନା ଆକ୍ରାନ୍ତ ସହ ପରିବାର ଲୋକେ ହସ୍ପିଟାଲରେ ଦେଖିପାରିବେ ବୋଲି ସୂଚନା ଦେଇଛନ୍ତି ।
ରାଜସ୍ଥାନର ସ୍ବାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ଶୁକ୍ରବାର ସୂଚନା ଦେଇ କହିଛନ୍ତି ଏଥିପାଇଁ ସ୍ବତନ୍ତ୍ର ନିୟମ ରହିଛି । ସେହି ମାନଙ୍କୁ କେବଳକୁ ଅନୁମତି ଦିଆଯିବା ଯଦି ସେମାନେ ପିପିଇ କିଟ୍ ଏବଂ ଅନ୍ୟାନ୍ୟ ପ୍ରତିରକ୍ଷା ଗିଅର ପିନ୍ଧିଥିବେ । ନିର୍ଦ୍ଦେଶ ଅନୁଯାୟୀ, ଆକ୍ରାନ୍ତଙ୍କ ପରିବାର ସଦସ୍ୟମାନେ ପିପିଇ କିଟ୍, ମାସ୍କ, ଗ୍ଲୋଭସ୍ ଭଳି ସମସ୍ତ ପ୍ରତିରକ୍ଷା ପଦକ୍ଷେପ ଗ୍ରହଣ କରି ଡାକ୍ତରଖାନା ଦ୍ବାରା ସ୍ଥିର ହୋଇଥିବା ପରିଦର୍ଶନ ସମୟରେ ଆବଶ୍ୟକ ଦୂରତା ବଜାୟ ରଖି ସେମାନଙ୍କୁ ଭେଟି ପାରିବେ ।
ସେପଟେ ଏନେଇ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ସଚିବ ଅଖିଲ ଆରୋରା ଏକ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । କୋରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଚିକିତ୍ସା ନାଁରେ ଏକାକୀ କରିବା ଦ୍ବାରା ସେମାନେ ଅଧିକ ଚାପଗ୍ରସ୍ତ ହୋଇପଡୁଛନ୍ତି । ତେଣୁ ନିଜ ସମ୍ପର୍କୀୟ କିମ୍ବା ପରିବାର ବର୍ଗ ମଝିରେ ମଝିରେ ଦେଖିଲେ ସେମାନଙ୍କର ମନ ପରିବର୍ତ୍ତନ ହୋଇପାରେ ।
ଏହା ବ୍ୟତୀତ ରୋଗୀଙ୍କ ପରିବାର ସଦସ୍ୟ ମଧ୍ୟ ନିର୍ଦ୍ଦିଷ୍ଟ ପ୍ରୋଟୋକଲ୍ ଅନୁଯାୟୀ ସେମାନଙ୍କୁ ଘରେ ରନ୍ଧା ଖାଦ୍ୟ ଦେଇପାରିବେ । ହେଲପ୍ ଡେସ୍କରେ ପର୍ଯ୍ୟାପ୍ତ ପରିମାଣର ହ୍ବିଲ ଚେୟାର / ଷ୍ଟ୍ରେଚର୍ ଏବଂ ଏକ ଛୋଟ ଅମ୍ଳଜାନ ସିଲିଣ୍ଡର ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।