ETV Bharat / bharat

ପୁଣି ଲଜ୍ଜା, କାଠ ଆଣିବାକୁ ଯାଇ ଗଣଦୁଷ୍କର୍ମର ଶିକାର ହେଲେ ନାବାଳିକା

ପୁଣି ଲଜ୍ଜାଜନକ ଘଟଣା । ରାଜସ୍ଥାନର ଭରତପୁରରେ ଗଣଦୁଷ୍କର୍ମର ଶିକାର ହେଲା ଜଣେ 14 ବର୍ଷର ନାବାଳିକା । ଏନେଇ ପୋଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ...

author img

By

Published : Sep 21, 2020, 7:42 AM IST

Rajasthan: Gang rape of a 14-year-old girl, an accused absconding
ପୁଣି ଲଜ୍ଜା, କାଠ ଆଣିବାକୁ ଯାଇ ଗଣ ଦୁଷ୍କର୍ମର ଶିକାର ହେଲେ ନାବାଳିକା

ଜୟପୁର:ପୁଣି ଲଜ୍ଜାଜନକ ଘଟଣା । ରାଜସ୍ଥାନର ଭରତପୁରରେ ଗଣଦୁଷ୍କର୍ମର ଶୀକାର ହେଲା ଜଣେ 14 ବର୍ଷର ନାବାଳିକା । ଏନେଇ ପୀଡିତାଙ୍କ ପରିବାର ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନାନୁସାରେ, କାମା ପୋଲିସ ଷ୍ଟେସନ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ଜଣେ 14 ବର୍ଷର ନାବାଳିକା ଜମିକୁ କାଠ ଆଣିବାକୁ ଯାଇଥିଲା । ଠିକ୍ ସେତିକିବେଳେ ଗାଁର ଦୁଇ ପୁଅ ତାଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏହି ସମୟରେ ଝିଅଟି ପାଟି କରିବାରୁ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଧରିଥିଲେ ଏବଂ ଅନ୍ୟ ଜଣେ ଖସି ପଳାଇବାରେ ସଫଳ ହୋଇଥିଲେ।

ଏନେଇ ପୀଡିତାଙ୍କ ପିତାମାତା, ଅପରାଧୀଙ୍କୁ କଠୋର ଦଣ୍ଡ ମିଳିବା ଉଚିତ୍‌ ବୋଲି କହିଛନ୍ତି । ପୋଲିସ ବର୍ତ୍ତମାନ ପୀଡିତାଙ୍କ ଡାକ୍ତରୀ ମାଇନା କରାଇବା ସହ ବୟାନ ରେକର୍ଡ କରିଛି । ଏନେଇ ଏକ ମାମଲା ରୁଜ୍ଜୁ କରି ଉଭୟ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.