ଜୟପୁର: ରାଜସ୍ଥାନର ରାଜନୈତିକ ସଙ୍କଟ ମଧ୍ୟରେ ଶନିବାର ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଭାରତୀୟ ଜନତା ପାର୍ଟି ବିରୋଧରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରୁଛି । ଏହି କ୍ରମରେ ଯୋଧପୁର କଂଗ୍ରେସ କର୍ମୀଙ୍କ ଆହ୍ବାନରେ ଯୋଧପୁର ନଗର କଂଗ୍ରେସ କର୍ମୀମାନେ କଲେକ୍ଟର ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯାହା ସେମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ବିନା ଅନୁମତିରେ ଏବଂ ମାସ୍କ ଓ ସାମାଜିକ ଦୂରତା ଅବଲମ୍ବନ କରୁନଥିବା ଅଭିଯୋଗରେ ପୋଲିସ ସେମାନଙ୍କର ଚାଲାଣ କାଟିଥିବା ଜଣାପଡିଛି ।
ପ୍ରଦର୍ଶନର ପ୍ରାୟ 2 ଘଣ୍ଟା ପରେ ପୋଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା । ସେମାନେ ମାସ୍କ ପିନ୍ଧିନଥିବା ଏବଂ ସାମାଜିତ ଦୂରତା ପାଳନ କରୁନଥିବା ଅଭିଯୋଗରେ ବିକ୍ଷୋଭକାରୀଙ୍କ ବିରୋଧରେ ଚାଲାଣ କାଟିଥିଲା ପୋଲିସ । ସେପଟେ ଏହି ବିକ୍ଷୋଭ ପ୍ରଦର୍ଶନ ପାଇଁ ସେମାନଙ୍କ ନିକଟରେ ଅନୁମତି ନଥିବା ଯୋଗୁଁ ମଧ୍ୟ ପୋଲିସ ଚାଲାଣ କାଟିଥିବା ଜଣାପଡିଛି ।
ଏନେଇ ଏସିପ୍ ଦରଜାରାମ କହିଛନ୍ତି, ଆଇନ ସମସ୍ତଙ୍କ ପାଇଁ ସମାନ । ଗୃହ ବିଭାଗର ଗାଇଡ୍ ଲାଇନ୍ ଅନୁଯାୟୀ ରାସ୍ତାରେ କୌଣସି ଦଳର କର୍ମୀଙ୍କୁ ଧାରଣା ପାଇଁ ଅନୁମତି ଦିଆଯାଇପାରିବ ନାହିଁ ଏବଂ ଏହି କର୍ମୀଙ୍କୁ ମଧ୍ୟ ଅନୁମତି ଦିଆଯାଇ ନାହିଁ। ଆମେ ପୁରା ଘଟଣାକୁ ଅନୁଧ୍ୟାନ କରିଛୁ। କିଛି ଲୋକଙ୍କ ଚାଲାଣ ମଧ୍ୟ କଟାଯାଇଛି ।